ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ଚିତ୍ରକୋଣ୍ଡା ବ୍ଲକରେ ମିଳିତ ଜନ ଅଭିଯୋଗ ଶୁଣାଣି: ୫୧ଟି ଅଭିଯୋଗ ମଧ୍ୟରୁ ୩ଟିର ସଦ୍ୟ ସମାଧାନ

ଚିତ୍ରକୋଣ୍ଡା ବ୍ଲକରେ ମିଳିତ ଜନ ଅଭିଯୋଗ ଶୁଣାଣି: ୫୧ଟି ଅଭିଯୋଗ ମଧ୍ୟରୁ ୩ଟିର ସଦ୍ୟ ସମାଧାନ – ସମୀକ୍ଷା ଖବର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନ୍ୟୁଜ /ମାଲକାନଗିରି: ୧୩/୧୦/୨୬

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଏକ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ ଏବଂ ମାଲକାନଗିରି ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ଶୁଣାଣି କରିଥିଲେ।

ଚିତ୍ରକୋଣ୍ଡା ବ୍ଲକରେ ମିଳିତ ଜନ ଅଭିଯୋଗ ଶୁଣାଣି: ୫୧ଟି ଅଭିଯୋଗ ମଧ୍ୟରୁ ୩ଟିର ସଦ୍ୟ ସମାଧାନ – ସମୀକ୍ଷା

ଏହି ଶିବିରରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କଠାରୁ ମୋଟ ୫୧ଟି ଅଭିଯୋଗ ପତ୍ର ସଂଗୃହୀତ ହୋଇଥିଲା। ସେଥିମଧ୍ୟରୁ ୨୩ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ହୋଇଥିବା ବେଳେ ୨୮ଟି ବିଭିନ୍ନ ଗ୍ରାମ୍ୟ ତଥା ସାମୂହିକ ସମସ୍ୟା ସମ୍ପର୍କିତ ରହିଥିଲା। ଉପସ୍ଥିତ ଅଧିକାରୀମାନଙ୍କ ଦ୍ବାରା ଘଟଣାସ୍ଥଳରେ ହିଁ ୩ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିବା ବେଳେ ଅବଶିଷ୍ଟ ୪୮ଟି ଆବେଦନକୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପୃକ୍ତ ବିଭାଗକୁ ପଠାଯାଇଛି। ଶିବିରରେ ମୁଖ୍ୟତଃ ଗ୍ରାମୀଣ ଗୃହ ନିର୍ମାଣ, ପାନୀୟ ଜଳ ଯୋଗାଣ, ଗମନାଗମନ, ସାମାଜିକ ସୁରକ୍ଷା ଭତ୍ତା ଏବଂ ଅନ୍ୟାନ୍ୟ ଜନହିତକର ଯୋଜନା ସମ୍ପର୍କିତ ଦାବିପତ୍ର ପ୍ରଶାସନ ନିକଟରେ ଉପସ୍ଥାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିତା କୁମାର ଙ୍କ ସମେତ ଜିଲ୍ଲାର ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ବିଭିନ୍ନ ବିଭାଗର ପ୍ରତିନିଧିମାନେ ଉପସ୍ଥିତ ରହି ଶୁଣାଣି ପ୍ରକ୍ରିୟାରେ ସହଯୋଗ କରିଥିଲେ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ