ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ – ସମୀକ୍ଷା ଖବର

ତେଜୁରାମ ନାଏକ /ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା /ସମୀକ୍ଷା ନ୍ୟୁଜ : ୧୨/୧୦/୨୦୨୬

ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କୁଲିଆଡୁଙ୍ଗରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ସ୍ଥାନୀୟ ୧୩ ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଆୟୋଜିତ ସମାରୋହରେ ସି. ଆର. ସି. ସି. ଜଗଦୀଶ ତାଣ୍ଡି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ସହ ଶିକ୍ଷା ଗୋଷ୍ଠି ଅଧିକାରୀ ସିନାପାଲି ଖଗେଶ୍ବର ନାଏକ, ମୁଖ୍ୟ ବକ୍ତା ଭାବରେ ରାଜକୁମର ତାଣ୍ଡି ପ୍ରଧାନ ଶିକ୍ଷକ ଦେବି ଚରଣ ଉଚ୍ଚ ବିଦ୍ୟାଳୟ ଝାରବନ୍ଧ , ସମ୍ମାନିତ ଅତିଥି ଭାବରେ ପ୍ରକାଶ ଚନ୍ଦ୍ର ମେହେର ପ୍ରଧାନ ଶିକ୍ଷକ ଘୁଚାଗୁଡ଼ା ଉପ୍ରା ବିଦ୍ୟାଳୟ, ମହେଶ୍ୱର ଗୁଆଳ ପ୍ରଧାନ ଶିକ୍ଷକ କୁଳିଆଡୁଙ୍ଗରୀ ଉପ୍ରା ବିଦ୍ୟାଳୟ, ନରେନ୍ଦ୍ର ମେହେର ସହ ଶିକ୍ଷକ ଉଚ୍ଚ ବିଦ୍ୟାଳୟ ଘୁଚାଗୁଡା, ପବିତ୍ର ଦୁରିଆ ପ୍ରଧାନ ଶିକ୍ଷକ ଝାରବନ୍ଧ ,ବାଲାଜୀ ହରିଜନ,ହାମିପ୍ରକାଶ ଗୁଆଳ ପ୍ରମୁଖ ଉଦଘାଟନୀ ଉତ୍ସବରେ ଅତିଥି ଭାବେ ଯୋଗଦାନ କରିଥିଲେ।

କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ – ସମୀକ୍ଷା

ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଚିତ୍ରାଙ୍କନ, ସୃଜନଶିଲ ରଚନା, ଜଣାଅଜଣା, ଗୀତ, ନୃତ୍ୟ , ବକୃତା,ପି.ଏମ. ପୋଷଣ ମୋଡେଲେ, କଳା ଓ ହସ୍ତଶିଳ୍ପ, ଶୃତ ଲୀଖନ,ଆଦି ପ୍ରତିଯୋଗିତା କରାଯାଇଥିଲା। ଏହି ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ପରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସହ ଗୋଷ୍ଠି ଶିକ୍ଷା ଅଧିକାରୀ ସତ୍ୟବ୍ରତ ଗହୀର, ପ୍ରଶନ୍ନ କୁମାର ମାଝୀ ସଭାପତି ଶିକ୍ଷକ ସଂଘ ସିନାପାଲି, ଦେବୀ ଚରଣ ମାଝୀ, ବଂଶିଧର ଜଗତ ,ଯୁବ ସାମ୍ବାଦିକ ଶ୍ରୀଯୁକ୍ତ ପତ୍ରବନ୍ଧୁ ବାଗ ଓ ଉଦିଦ ନାରାୟଣ ଖର୍ସେଲ ସରପଞ୍ଚ କରଣବାହାଲୀ ପ୍ରମୁଖ ମଞ୍ଚାସୀନ ଥିଲେ। ସୁରଭି କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇ ଉତ୍ସାହିତ କରିଥିଲେ।କ୍ଲଷ୍ଟର ର ସମସ୍ତ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟିତ୍ରୀ ବିଚାର ଦାୟତ୍ବ କରିଥିଲେ। ଶିକ୍ଷକ ଦୀପିକା ସାହୁ ଓ ବିଷ୍ଣୁ ପ୍ରସାଦ ମହାପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଗୀତିକା ଖମାରୀ ଓ ଗିତାଞ୍ଜଲୀ ମୁଣ୍ଡ ସମସ୍ତ ଅତିଥି ଙ୍କୁ ସ୍ଵାଗତ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପରିଶେଷରେ ମହେଶ୍ୱର ଗୁଆଳ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ କୁ ସମାପ୍ତ କରିଥିଲେ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଖଡ଼ିଆଳରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ, ୬୪ଟି ଅଭିଯୋଗ ପଞ୍ଜୀକୃତ