ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ଗଣ୍ଡାମେରକ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

ଗଣ୍ଡାମେରକ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ – ସମୀକ୍ଷା ଖବର

ତେଜୁରାମ ନାଏକ ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା/ସମୀକ୍ଷା ନ୍ୟୁଜ:
କୋମନା /ତାରିଖ-16-10-2026 ଛାତ୍ରଛାତ୍ରୀମାନଙ୍କର ଅନ୍ତର୍ନିହିତ ଗୁଣାବଳୀ, ଜିଜ୍ଞାସା ପ୍ରତିଭା ଉନ୍ମେଷଣ ଓ ବିକାଶ ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବିଭିନ୍ନ କାର୍ଯ୍ୟକ୍ରମମାନ ଯୋଜନା କରିଛନ୍ତି।ଏହି ପରିପ୍ରେକ୍ଷୀରେ ରେ ଆଜି ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଗଣ୍ଡାମେର କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଆଶ୍ରମ ବିଦ୍ୟାଳୟ ଠୂଟିବର ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ସ୍ଥାନୀୟ 14ଗୋଟି ବିଦ୍ୟାଳୟର 150ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଆୟୋଜିତ ସମାରୋହରେ ସି. ଆର. ସି. ସି. ଗୋପବନ୍ଧୁ ମହାନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ମଧୁସୂଦନ ବିଶ୍ୱାଳ ଠୂଟିବର ଆଶ୍ରମ ବିଦ୍ୟାଳୟର ପ୍ରଥମ ପଞ୍ଚମ ଶ୍ରେଣୀ ଛାତ୍ର 1956, ସମ୍ମାନିତ ଅତିଥି ଭାବେ ଜୟଧର ବେମାଲ ସଭାପତି ଠୂଟି ବର ବିଦ୍ୟାଳୟ ପରିଚାଳନା କମିଟି, ମୁଖ୍ୟ ବକ୍ତା ଭାବରେ ସୁରେଶ କୁମାର ମହାନନ୍ଦ ସିଆରସିସି ଲଖନା, ବିଶିଷ୍ଟ ଅତିଥି ଭାବେ ଦେବେନ୍ଦ୍ର ନାଥ ପଣ୍ଡା ପୂର୍ବତନ ସି ଆର ସି ସି ବରିଷ୍ଠ ପ୍ରଧାନ ଶିକ୍ଷକ ଲାଲଭଟା, ବରେଣ୍ୟ ଅତିଥି ଭାବେ ମଧୁସୂଦନ ପାଣିଗ୍ରାହୀ କୋଶଳୀ କଂସ ଯୋଗଦାନ କରି ମଞ୍ଚର ଶୋଭା ବର୍ଦ୍ଧନ କରିଥିଲେ।ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଚିତ୍ରାଙ୍କନ, ସୃଜନଶୀଳ ଲିଖନୀ, ରଚନା, ଜଣାଅଜଣା, ଗୀତ, ନୃତ୍ୟ , ବକୃତା,ପି.ଏମ. ପୋଷଣ ମୋଡେଲେ, କଳା ଓ ହସ୍ତଶିଳ୍ପ, ଶୃତ ଲୀଖନ,ଆଦି ପ୍ରତିଯୋଗିତା କରାଯାଇଥିଲା। ଏହି ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ଗଣ୍ଡାମେରକ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ – ସମୀକ୍ଷା

ଅତିଥି ଓ ମୁଖ୍ୟ ବକ୍ତା ଶ୍ରୀ ମହାନନ୍ଦ ଶିକ୍ଷା ସହ ବିଭିନ୍ନ ପ୍ରକାର ପ୍ରତିଭା ଯଥା ସଙ୍ଗୀତ, ବକୃତl, ବିତର୍କ, କୁଇଜ୍, ସୃଜନାତ୍ମକ ଲିଖନ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ , ଦଳଗତ ନୃତ୍ୟ ଗୁଣାତ୍ମକ ଶିକ୍ଷା ଗ୍ରହଣରେ ସହାୟକ ହୋଇଥାଏ ବୋଲି କହିଥିଲେ l ସରକାରୀ ସ୍ତରରେ ଆୟୋଜିତ ସାମୁହିକ କାର୍ଯ୍ୟକ୍ରମ ଏହାର ମାଧ୍ୟମ ବୋଲି ମତବ୍ୟକ୍ତ କରିଥିଲେ ଳ ସୁରଭି କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଅତିଥି ବୃନ୍ଦ ମାନେ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇ ଉତ୍ସାହିତ କରିଥିଲେ।
ଏହା ପରେ ଉଦଯାପନୀ ଉତ୍ସବ ଓ ରଙ୍ଗାରଙ୍ଗ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଗବାନ ସିନ୍ଦୁର, ମଧୁସୂଦନ ପାଣିଗ୍ରାହୀ, ବ୍ରଜେଶ ବିଶ୍ୱାଳ, ପୂର୍ଣ୍ଣ ଚନ୍ଦ୍ର ପରିଡା ପ୍ରମୁଖ ମଞ୍ଚାସୀନ ଥିଲେ। କ୍ଲଷ୍ଟର ର ସମସ୍ତ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟିତ୍ରୀ ବିଚାର ଦାୟତ୍ବ ସମ୍ପାଦନ କରିଥିଲେ। ଶିକ୍ଷକ ଭଗବାନ ସିନ୍ଦୁର ଓ ଗୋପାଳ ଶବର ମଞ୍ଚ ପରିଚାଳନା କରିଥିଲେ। ରଙ୍ଗା ରଙ୍ଗ ନୃତ୍ୟ କାର୍ଯ୍ୟକ୍ରମରେ ଆଦିବାସୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟରେ ଛାତ୍ର ଛାତ୍ରୀ ମାନେ ନିଜର କଳା ପ୍ରଦର୍ଶନ କରି ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ, ଅଭିଭାବକ, ଅତିଥି, ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମନ ମୁଗ୍ଧ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପୂର୍ଣ୍ଣ ଚନ୍ଦ୍ର ପରିଡା, ଶଶୀ ଭୂଷଣ ହୋତା, ସୋମନାଥ ମାଝୀ, ଲଳିତ ବାଗ, ଭକାଳୁ ମାଝୀ, କର୍ଣ୍ଣ ଦୀପ, ମହତାବ ଗିରି, ହିମାଂଶୁ ବିଶ୍ୱାଳ, ଭାରତୀ ଖମାରୀ, ଚିତ୍ତରଞ୍ଜନ ନିଆଲ, ପଦ୍ମ ଲୋଚନ କୈବର୍ତ୍ତ, ରୋଶନୀ ରଣା, ଗୀତାଞ୍ଜଳି ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।ପରିଶେଷରେ ବ୍ରଜେଶ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ।

ଗଣ୍ଡାମେରକ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ପିପିଲିରେ ‘ରୋଟାରୀ କନେକ୍ଟ ୩୬୦’ କାର୍ଯ୍ୟକ୍ରମ,କୃତ୍ରିମ ବୁଦ୍ଧିମତ୍ତା ଓ ଡିଜିଟାଲ୍ ଶିକ୍ଷା ଉପରେ ଛାତ୍ରଛାତ୍ରୀଙ୍କୁ ସଚେତନତା