ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ପିପିଲିରେ ‘ରୋଟାରୀ କନେକ୍ଟ ୩୬୦’ କାର୍ଯ୍ୟକ୍ରମ,କୃତ୍ରିମ ବୁଦ୍ଧିମତ୍ତା ଓ ଡିଜିଟାଲ୍ ଶିକ୍ଷା ଉପରେ ଛାତ୍ରଛାତ୍ରୀଙ୍କୁ ସଚେତନତା

ପିପିଲିରେ ‘ରୋଟାରୀ କନେକ୍ଟ ୩୬୦’ କାର୍ଯ୍ୟକ୍ରମ,କୃତ୍ରିମ ବୁଦ୍ଧିମତ୍ତା ଓ ଡିଜିଟାଲ୍ ଶିକ୍ଷା ଉପରେ ଛାତ୍ରଛାତ୍ରୀଙ୍କୁ ସଚେତନତା – ସମୀକ୍ଷା ଖବର

ବିଜୟ କୁମାର ମହାପାତ୍ର /ପିପିଲି /ସମୀକ୍ଷା ନ୍ୟୁଜ:

ପିପିଲି : ଆଧୁନିକ ଯୁଗରେ ଶିକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା (AI) ଓ ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟାର ଉପଯୋଗିତା ବଢ଼ୁଥିବାବେଳେ ଛାତ୍ରଛାତ୍ରୀଙ୍କୁ ଏହା ସମ୍ପର୍କରେ ସଚେତନ କରିବା ଲକ୍ଷ୍ୟରେ ପିପିଲିରେ ଆୟୋଜିତ ହୋଇଯାଇଛି ‘ରୋଟାରୀ କନେକ୍ଟ ୩୬୦’ କାର୍ଯ୍ୟକ୍ରମ। ଭୁବନେଶ୍ୱର ରୋଟାରୀ କ୍ଲବ୍ ଅଫ୍ ମେଡୋଜ୍, ରୋଟାରୀ ଇଣ୍ଟରନ୍ୟାସନାଲ୍ ଡିଷ୍ଟ୍ରିକ୍ଟ ୩୨୬୨ ଏବଂ ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡ୍‌ର ମିଳିତ ସହଯୋଗରେ ପିପିଲି ଜବାହର ବିଦ୍ୟାପୀଠ ଓ ପିପିଲି ହାଇସ୍କୁଲ ପରିସରରେ ଏହି ଦୁଇଦିନିଆ ମାଗଣା ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ କୃତ୍ରିମ ବୁଦ୍ଧିମତ୍ତା ଏବଂ ଡିଜିଟାଲ୍ ଦକ୍ଷତାର ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇବା ସହ ଶିକ୍ଷା କ୍ଷେତ୍ର ଓ ଦୈନନ୍ଦିନ ଜୀବନରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ସୁରକ୍ଷିତ ଉପଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ। ଏଭଳି ଜନହିତକର ପଦକ୍ଷେପ ମାଧ୍ୟମରେ ଯୁବପିଢ଼ିଙ୍କୁ ନୂତନ ଜ୍ଞାନ ଓ ଦକ୍ଷତା ହାସଲ କରିବାର ସୁଯୋଗ ଦେଉଥିବାରୁ ସେ ରୋଟାରୀ କ୍ଲବ୍ ଅଫ୍ ମେଡୋଜ୍‌କୁ ଧନ୍ୟବାଦ ଜଣାଇଥିଲେ।

ପିପିଲିରେ ‘ରୋଟାରୀ କନେକ୍ଟ ୩୬୦’ କାର୍ଯ୍ୟକ୍ରମ,କୃତ୍ରିମ ବୁଦ୍ଧିମତ୍ତା ଓ ଡିଜିଟାଲ୍ ଶିକ୍ଷା ଉପରେ ଛାତ୍ରଛାତ୍ରୀଙ୍କୁ ସଚେତନତା – ସମୀକ୍ଷା

ପ୍ରକଳ୍ପ ଅଧ୍ୟକ୍ଷ ରୋଟାରିଆନ୍ ଜେନାମଣି ଆଶିଷ ରଞ୍ଜନ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ରେ ରୋଟାରୀ କ୍ଲବ୍‌ର ସଭାପତି ରୋଟାରିଆନ୍ ବିକାଶ ଗରାବଡୁ, ସମ୍ପାଦକ ରୋଟାରିଆନ୍ ଦୀପକ ଜେନା, ରୋଟାରିଆନ୍ ପ୍ରିୟବ୍ରତ ମହାନ୍ତି, ପୂର୍ବତନ ସମ୍ପାଦକ ରୋଟାରିଆନ୍ ରାମକୃଷ୍ଣ ପଣ୍ଡା ଏବଂ କ୍ଲବ୍‌ର ସେବା ପ୍ରକଳ୍ପ ଅଧ୍ୟକ୍ଷ ରୋଟାରିଆନ୍ ବିଚିତ୍ର ଲେଙ୍କା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ସଫଳ ଆୟୋଜନ କରିଥିଲେ। କାର୍ଯ୍ୟକ୍ରମରେ ଉଭୟ ସ୍କୁଲର ଶିକ୍ଷକ ମାନଙ୍କ ସମେତ ୮୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ପ୍ରଶାସନିକ ତତ୍ତ୍ୱାବଧାନରେ କାର୍ଯ୍ୟରତ ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡ୍‌ର ସହଯୋଗରେ ଏହି ପଦକ୍ଷେପ ନିଆଯାଇଛି । ଡିଜିଟାଲ୍ ବ୍ୟବଧାନ ଦୂର କରିବା ସହ ଯୁବପିଢ଼ିଙ୍କୁ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା ଆଧାରିତ ଜୀବନ ପାଇଁ ପ୍ରସ୍ତୁତ କରିବା ଏହି ସଚେତନତା ସହାୟକ ହେବ ବୋଲି ରୋଟାରୀ କ୍ଲବ୍ ଅଫ୍ ମେଡୋଜ୍‌ର ସଭାପତି ବିକାଶ ଗରାବଡୁ ପ୍ରକାଶ କରିଛନ୍ତି।

ପିପିଲିରେ ‘ରୋଟାରୀ କନେକ୍ଟ ୩୬୦’ କାର୍ଯ୍ୟକ୍ରମ,କୃତ୍ରିମ ବୁଦ୍ଧିମତ୍ତା ଓ ଡିଜିଟାଲ୍ ଶିକ୍ଷା ଉପରେ ଛାତ୍ରଛାତ୍ରୀଙ୍କୁ ସଚେତନତା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଅଭିଭାବକ ଶିକ୍ଷକ ସଂଘ ବୈଠକ ଅନୁଷ୍ଠିତ