ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ମା ବଗଳାମୁଖୀଙ୍କ ପୀଠରେ ଶାରଦୀୟ ପୂଜା

ମା ବଗଳାମୁଖୀଙ୍କ ପୀଠରେ ଶାରଦୀୟ ପୂଜା – ସମୀକ୍ଷା ଖବର

ବିଜୟ କୁମାର ମହାପାତ୍ର /ପିପିଲି /ସମୀକ୍ଷା ନ୍ୟୁଜ:

ପିପିଲି,୧୬ା୧୦:ପିପିଲି ନିକଟବର୍ତ୍ତୀ ଦାଣ୍ଡମୁକୁନ୍ଦପୁର ଗ୍ରାମ ସ୍ଥିତ ମା’ ବଗଳାମୁଖୀଙ୍କ ପୀଠରେ ଚାଲିଛି ନବଦିନାତ୍ମକ ଶାରଦୀୟ ପାର୍ବଣ ଉତ୍ସବ । ଦାଣ୍ଡମୁକୁନ୍ଦପୁର ଓ ଏହାର ଆଖପାଖ ଅଞ୍ଚଳର ଅନନ୍ୟ ଶକ୍ତିପୀଠ ଭାବେ ପରିଚିତ ଏହି ଦେବୀପୀଠ ଏବେ ଚଣ୍ଡିପାଠରେ ମୁଖରିତ ହେଉଥିବା ବେଳେ ମନୋସ୍କାମନା ପୁରଣ ପାଇଁ ପ୍ରତ୍ୟହ ସଂନ୍ଧ୍ୟାରେ ମାନସୀକଧାରୀ ଭକ୍ତ ଓ ଶ୍ରଦ୍ଧାଳୁଙ୍କର ଏଠାରେ ବେଶ୍‍ ଭିଡ ପରିଲକ୍ଷିତ ହେଉଛି । ମା’ବଗଳାମୁଖୀଙ୍କ ନବଦିନାତ୍ମକ ପାର୍ବଣ ଉତ୍ସବ ଆଶ୍ୱିନ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ପୀଠର ମୁଖ୍ୟପଣ୍ଡିତ ଦେବାଶିଷ ନନ୍ଦଙ୍କ ତତ୍ତ୍ୱାବଧାନରେ ୪୮ଜଣ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ନିର୍ବାହିତ ହେଉଅଛି । ଏହି ପ୍ରସିଦ୍ଧ ଶକ୍ତିପୀଠରେ ନବଦିନାତ୍ମକ ପୂଜାତ୍ସୋବ ସମୟରେ ନ’ଟି ବୋଧନ ଦ୍ରବ୍ୟରେ ଠାକୁରାଣୀ ସଂସ୍କାର ହୋଇଥାନ୍ତି । ଏହି ପୀଠରେ ପିତାମ୍ବରୀ ତନ୍ତ୍ର ବିଧାନରେ ଉତ୍କଳୀୟ ପଦ୍ଧତିରେ ମା’ ବଗଳାମୁଖୀୀଙ୍କର ନିତ୍ୟ ପୂଜା, ମଙ୍ଗଳ ଆଳତୀ, ବେଦ ପଠନ, ସୂର୍ଯ୍ୟ ପୂଜା, ଶାଲା ପୂଜା, ରୁଦ୍ରାଭିଷେକ, ପଞ୍ଚସ୍ନାନ, ବୋଧନ, ବେଶ, ବଲ୍ଳଭ, ଚଣ୍ଡୀ ପାଠ, ମଧ୍ୟାହ୍ନ ଧୂପ, ଷୋଡଶପଚାର ପୂଜା ଓ ପହୁଡ ପରେ ସପ୍ତସପ୍ତୀ ଚଣ୍ଡୀ ପାଠ, ସଂନ୍ଧ୍ୟା ଆଳତି, ଷୋଡଶପଚାର ପୂଜା, ତର୍ପଣ, ମାର୍ଜନ, ଜପ, ହୋମ, ପୁଷ୍ପାଞ୍ଜଳୀ, କ୍ଷମାପନା, ସ୍ତ୍ରୋତ ପଠନ, ଦଶବତାର ବେଶ ପରେ ପହୁଡ ନୀତି ସମାପନ ହୋଇଥାଏ । ତପଃଷଷ୍ଠୀ ଠାରୁ ବିଜୟାଦଶମୀ ପର୍ଯ୍ୟନ୍ତ ମନ୍ଦିର ପରିସରରେ ବହୁ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଠାକୁରାଣୀଙ୍କୁ ଦର୍ଶନ କରି ଆଶିଷ ଲାଭ କରିଥାନ୍ତି । ଏହି ଅବସରରେ ପୀଠ ପରିସରରେ ନବଦିନାତ୍ମକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଅଛି । ବିଜୟାଦଶମୀ ଦିନ ଦଶଉପଚାରରେ ପୂଜା ହୋଇ ପୂର୍ଣ୍ଣହୁତି ସଂପନ୍ନ ହୁଏ । ସେହି ରାତିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ସହ ସମସ୍ତ ଭକ୍ତଙ୍କ ପାଇଁ ମନ୍ଦିର ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି ।

ମା ବଗଳାମୁଖୀଙ୍କ ପୀଠରେ ଶାରଦୀୟ ପୂଜା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଏନରିଚ ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ