ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ଏନରିଚ ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ

ଏନରିଚ ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ – ସମୀକ୍ଷା ଖବର

ବିଜୟ କୁମାର ମହାପାତ୍ର /ପିପିଲି /ସମୀକ୍ଷା ନ୍ୟୁଜ:

ପିପିଲି, ତା୧୬।୧୦ ପିପିଲି ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ନିକଟରେ ଥିବା ଏନରିଚ ପବ୍ଲିକ ସ୍କୁଲ ରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ବିଜ୍ଞାନ ଶିକ୍ଷୟତ୍ରୀ ସୁଶ୍ରୀ ସଂଗୀତା ମିଶ୍ର ଙ୍କ ତତ୍ୱାବଧାନ ରେ ଏହି ମେଳାରେ ମୋଟ ୭୬ ଟି ପ୍ରକଳ୍ପ ସ୍ଥାନ ପାଇଥିଲା। ଏଥିରେ ମୁଖ୍ୟତଃ ସୌରଶକ୍ତିର ବ୍ୟବହାର, ଜଳ ବିଶୋଧନ ପ୍ରଣାଳୀ, ବର୍ଷାଜଳ ସଂରକ୍ଷଣ, ବର୍ଜ୍ୟବସ୍ତୁ ପୃଥକୀକରଣ ଓ ପୁନଃଚକ୍ରଣ, ପରିବେଶ ସୁରକ୍ଷା, ବୃକ୍ଷରୋପଣ, ସମୁଦ୍ର ସଫେଇ ଏବଂ ବିଭିନ୍ନ ପ୍ରକାରର ଘର ଆଦି ବିଷୟକୁ ନେଇ ଆକର୍ଷଣୀୟ ପ୍ରକଳ୍ପ ପ୍ରସ୍ତୁତ କରାଯାଇଥିଲା। ବିଚାରକ ଭାବେ ଶିକ୍ଷକ ମନୋଜ କୁମାର ମହାନ୍ତି ଏବଂ ଅବସରପ୍ରାପ୍ତ ଶିକ୍ଷକ ଶିବ ପ୍ରସାଦ ରାଉତ ଛାତ୍ରଛାତ୍ରୀ ମାନଙ୍କ ପ୍ରକଳ୍ପ ଗୁଡିକର ମାନ ନିର୍ଦ୍ଧାରଣ କରିଥିଲେ। ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନାରେ ସହଯୋଗ କରିଥିଲେ। କୃତି ଛାତ୍ରଛାତ୍ରୀ ମାନଙ୍କୁ ଆସନ୍ତା ବାର୍ଷିକୀ ଉତ୍ସବ ରେ ସମ୍ବର୍ଦ୍ଧିତ କରାଯିବ ବୋଲି ବିଦ୍ୟାଳୟ ସମ୍ପାଦକ ତଥା ପ୍ରଧାନ ଶିକ୍ଷକ ଆସିତ କୁମାର ସାହୁ ସୂଚନା ଦେଇଛନ୍ତି

ଏନରିଚ ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ରାୟଗଡ଼ ଜିଲ୍ଲାର ବିକାଶମୂଳକ ପ୍ରକଳ୍ପର ସମୀକ୍ଷା କଲେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର-ତଥା-ଶାସନ ସଚିବ