ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଅଭିଭାବକ ଶିକ୍ଷକ ସଂଘ ବୈଠକ ଅନୁଷ୍ଠିତ

ଅଭିଭାବକ ଶିକ୍ଷକ ସଂଘ ବୈଠକ ଅନୁଷ୍ଠିତ – ସମୀକ୍ଷା ଖବର


ବିଜୟ କୁମାର ମହାପାତ୍ର /ପିପିଲି /ସମୀକ୍ଷା ନ୍ୟୁଜ:

ଡେଲାଙ୍ଗ,ତା୧୬।୧୦ ରାଜ୍ୟ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ବିଭିନ୍ନ ବିଦ୍ୟାଳୟରେ ଚଳିତ ଶିକ୍ଷା ବର୍ଷର ଦ୍ଵିତୀୟ ଅଭିଭାବକ ଶିକ୍ଷକ ସଂଘ ବୈଠକ ଅନୁଷ୍ଠିତ ହୋଇଛି। ଡେଲାଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିତା ମାତାଙ୍କ ସହଯୋଗରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭୟ ଚରଣ ସାହୁ ପ୍ରଥମେ ଅଭିଭାବକମାନଙ୍କୁ ଅଭିଭାଷଣ ମାଧ୍ୟମର ପ୍ରଥମେ ସ୍ଵାଗତ କରି ସଭାର ଆଭିମୁଖ୍ୟ ସମ୍ପର୍କେ ସାମୟିକ ସୂଚନା ପ୍ରଦାନ କରିଥିଲେ। ବୈଠକରେ ସରକାରଙ୍କ ଦ୍ବାରା ଉପଲବ୍ଧ ସୁବିଧା ସୁଯୋଗ , ସମାପ୍ତି ସୂଚକ ଆକଳନ -୧ର ଫଳାଫଳ ଉପସ୍ଥାପନା, ବିଦ୍ୟାଳୟ ନିରାପତ୍ତା , ଶିଶୁ ଶ୍ରମିକ ମୁକ୍ତ ଗ୍ରାମ ପଞ୍ଚାୟତ ଗଠନରେ ଅଭିଭାବକ ଓ ବିଦ୍ୟାଳୟର ଭୂମିକା, ନିଶାମୁକ୍ତ ଓ ବାଲ୍ୟ ବିବାହ ମୁକ୍ତ ସମାଜ ଗଠନ, ବିଦ୍ୟାଳୟରେ ପୁଅ ଝିଅଙ୍କ ସମାନତା,ବାଳିକା ମାନଙ୍କ ପାଇଁ ଉପଲବ୍ଧ ସୁବିଧା, ଶିଶୁ ସହଯୋଗୀ ଫୋନ ନମ୍ବର ଆଇନୀ ସ଼ହାୟତା ଆଦି ସମ୍ପର୍କେ ବିଷଦ ଆଲୋଚନା କରାଯାଇ ଶପଥ ପାଠ କରାଯାଇଥିଲା। କମିଟି ଅଧ୍ୟକ୍ଷ ଜିତେନ୍ଦ୍ର ନାଥ ସେଠୀ,ଅଭିଭାବକ ପ୍ରସନ୍ନ ସାମନ୍ତରାୟ, ସୁକାନ୍ତ ସିଂ, ଗଙ୍ଗାଧର ବାରିକ,ଗୀତାରାଣୀ ନାୟକ,ରିଜୁଆନା ବିବି ଓ ଅନ୍ୟମାନେ ଅଂଶ ଗ୍ରହଣ କରି ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ। ଅଭିଭାବକମାନେ ଶିକ୍ଷା,ସ୍ବଚ୍ଛତା ,ବିଦ୍ୟାଳୟର ନିରାପତ୍ତା ପ୍ରତି ଗୁରୁତ୍ୱ ଦେଇ ବିଦ୍ୟାଳୟ ରେ କାମ କରିବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଟିକେଇ ଦଳାଇ,ଅଜୟ ପ୍ରଧାନ, ପାପୁଲିନ୍ ପ୍ରଧାନ, ସତ୍ୟଭାମା ବେହେରା ପରିଚାଳନାରେ ସହଯୋଗ କରିଥିଲେ।ମାନସ ରଂଜନ ସ୍ବାଇଁ ଶେଷରେ ଧନ୍ୟବାଦ ଦେଇଥିଲେ।

ଅଭିଭାବକ ଶିକ୍ଷକ ସଂଘ ବୈଠକ ଅନୁଷ୍ଠିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମା ବଗଳାମୁଖୀଙ୍କ ପୀଠରେ ଶାରଦୀୟ ପୂଜା