ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ବିଜେପିର ପାତାଲେଶ୍ଵର ମଣ୍ଡଳସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ବିଜେପିର ପାତାଲେଶ୍ଵର ମଣ୍ଡଳସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ – ସମୀକ୍ଷା ଖବର


ତେଜୁରାମ ନାଏକ ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା /ସମୀକ୍ଷା ନ୍ୟୁଜ:

ନୂଆପଡା /କୋମନା ତାରିଖ -16-10-2026
ନୂଆପଡା ଜିଲ୍ଲା କୋମନା ବ୍ଲକ ସ୍ଥାନୀୟ କଲ୍ୟାଣ ମଣ୍ଡପ ବଜାର ପରିସରରେ ଭାରତୀୟ ଜନତା ପାର୍ଟି ମଣ୍ଡଳ ସ୍ତରୀୟ କାର୍ଯ୍ୟକାରିଣୀ (ପାତାଲେଶ୍ଵର ମଣ୍ଡଳ) ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ଶତ୍ରୁଘ୍ନ ସ୍ୱାଇଁଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି ବୈଠକରେ ପୂର୍ବତନ ସାଂସଦ କଳାହାଣ୍ଡି ତଥା ପ୍ରାକ୍ତନ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ମୁଖ୍ୟ ଅତିଥି ଓ ବିଜେପିର ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ, ଉପସଭାପତି ବିକ୍ରମ ଆଡବଂଗ, ସାଧରଣ ସମ୍ପାଦକ ତୁଳସ ପଟେଲ, ବ୍ଲକ ଉପାଧକ୍ଷ୍ୟ ଜୟଦେବ ପ୍ରଧାନ,ପୂର୍ବତନ ମଣ୍ଡଳ ସଭାପତି ଚନ୍ଦନ ଠାକୁର, ବରିଷ୍ଠ ବିଜେପି କର୍ମୀ କରୁଣାକର ହୋତା, ମୁଲଚନ୍ଦ ସୁନାନୀ, ପ୍ରବୀଣ ଭୋଇ ସମ୍ମାନିତ ଅତିଥୀ ଭାବେ ଯୋଗଦେଇଥିଲେ । ଶ୍ରୀ ପଣ୍ଡା ଦଳୀୟ ସଙ୍ଗଠନକୁ ତୃଣ ମୂଳ ସ୍ତର ରେ ଅଧୀକ ସକ୍ରିୟ ଓ ସୁଦୃଢ଼ କରିବା ଦିଗରେ କାର୍ଯ୍ୟକର୍ତା ମାନଙ୍କୁ ଦିଗ ଦର୍ଶନ ଦେଇଥିଲେ। ମା ମାଟିର ସେବା କରିବା ପାଇଁ ଆମେ କେବେ ହେଲେ ପଛ ଘୁଞ୍ଚା ଦେବା ନାହିଁ ବୋଲି ପ୍ରକାଶ କରିଥିଲେ। ସମାଜର ଗରିବ, ଦଳିତ, ନିଷ୍ପେସିତ, ଖଟିଖିଆ, ଚାଷୀ, ମୁଲିଆ, ଆଦିବାସୀo ଅନ୍ୟାନ୍ୟ ଦୁଃଖୀ ଦରିଦ୍ର ମାନଙ୍କର ଉନ୍ନତି ଓ ସେବା କରିବା ପାଇଁ ପରାମର୍ଶ ଦେଇଥିଲେ। ବୈଠକରେ ସମ୍ମାନିତ ଅତିଥ୍ ଭାବେ ବିଜେପିର ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ ମଣ୍ଡଳର ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ସଂଗଠିତ ହୋଇ ସରକାର ଙ୍କ ସମସ୍ତ ଯୋଜନା କୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ବୁଝାଇ ଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ଯୁବକ ଓ କର୍ମୀ ମାନଙ୍କୁ ସାହସ ଓ ଦେଶପ୍ରେମ ମନୋଭାବ ନେଇ ଲୋକଙ୍କ ସେଵା କରିବା ପାଇଁ କହିଥିଲେ।

ବିଜେପିର ପାତାଲେଶ୍ଵର ମଣ୍ଡଳସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ – ସମୀକ୍ଷା

ବୈଠକରେ ଦଳୀୟ ସଙ୍ଗଠନବୃ ତୃଣମୂଳ ସ୍ତରରେ ସୁଦୃଢ଼ କରିବା, ଆଗାମୀ ଦିନର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ଏବଂ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ଉପରେ ବିସ୍ତୃତ ଆଲୋଚନା ହୋଇଥିଲ।ଏହା ସହ ସ୍ଥାନୀୟ ଅଂଚଳର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟକର୍ତ୍ତା ମାନେ ଆଗଭର ହୋଇ ଲୋକ ଙ୍କ ସହ ଯୋଡ଼ି ହେବାକୁ ନେତୃବୃନ୍ଦ ଆହ୍ବାନ ଦେଇଥିଲେ। ଆଗାମୀ ପଂଚାୟତ ନିର୍ବାଚନ ପାଇଁ ସମସ୍ତ କର୍ମକର୍ତ୍ତା ଏବେ ଠାରୁ ପ୍ରତି ବୁଥ ରେ ଜନ ସମ୍ପର୍କ ଯାତ୍ରା ରଖିବା ସହ ପ୍ରତ୍ୟେକ ଲୋକଙ୍କ ସୁଖ ଦୁଃଖ ରେ ସାଥୀ ହୋଇ ଲୋକମାନଙ୍କ ସେବା କରିବା ପାଇଁ ନିଷ୍ପତ୍ତି ନିଆଗଲା।ବୈଠକରେ ରେ ମଣ୍ଡଳ ଅଧୀନରେ ଥ‌ିବା ବହୁ ବରିଷ୍ଠ ନେତା, ପଂଚାୟତସ୍ତରୀୟ ପ୍ରତିନିଧି, ମହିଳା ମୋର୍ଚ୍ଚା ର ଲୋକନାଥ ସିନ୍ଦୁର, ଗୋପବନ୍ଧୁ ସୁନାନୀ, ଭକ୍ତ ବିଶି, ଦେବଦତ୍ତ ସାହୁ, ରମେଶ କେତକୀ, କୁନ୍ତଳା ବେମାଲ, କମଲେଶ୍ୱରୀ ପାଣ୍ଡେ, ରଂଜିତା ବାଗ, ସୌମ୍ୟାଶ୍ରୀ ସରାଫ, ସନ୍ତୋଷିନୀ ବାଗ, ବନି କୁଲଦୀପ, ଯୋଗେନ୍ଦ୍ର କରୁଆଁ, ଯଶୋବନ୍ତି ନାଏକ ସହ ଶହ ଶହ ସଂଖ୍ୟା ରେ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।

ବିଜେପିର ପାତାଲେଶ୍ଵର ମଣ୍ଡଳସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର କୋମନା ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ, ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ସମୀକ୍ଷା କଲେ ଜିଲ୍ଲାପାଳ