ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ମାଓବାଦୀ ଆକ୍ରମଣରେ ସହିଦ ତିନି ପୋଲିସଙ୍କୁ ଶ୍ରଦ୍ଧାଞ୍ଜଳି

ମାଓବାଦୀ ଆକ୍ରମଣରେ ସହିଦ ତିନି ପୋଲିସଙ୍କୁ ଶ୍ରଦ୍ଧାଞ୍ଜଳି – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବଡ଼ସାହି, ୧୪/୧୦/୨୬ – ଦେଶର ସୁରକ୍ଷା ଓ କର୍ତ୍ତବ୍ୟ ପାଳନ କରିବାକୁ ଯାଇ ମାଓବାଦୀଙ୍କ ସଶସ୍ତ୍ର ଆକ୍ରମଣରେ ପ୍ରାଣବଳି ଦେଇଥିବା ମୟୂରଭଞ୍ଜ ଜିଲ୍ଲାର ତିନି ସାହସୀ ପୋଲିସ କର୍ମଚାରୀଙ୍କ ସ୍ମୃତିରେ ମଙ୍ଗଳବାର ସନ୍ଧ୍ୟାରେ ରିଜର୍ଭ ପୋଲିସ ପରିସର ରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି । ଏହି ସ୍ମୃତିଚାରଣ କାର୍ଯ୍ୟକ୍ରମରେ ସହିଦ ମାନଙ୍କ ବଳିଦାନକୁ ସ୍ମରଣ କରିବା ସହ ସେମାନଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା । ଏହି ଅବସରରେ ବାରିପଦା ବିଧାୟକ ପ୍ରକାଶ ସୋରେନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଡୁପାଲୀ ଏବଂ ପୌର ପରିଷଦ କାଉନସିଲର ଅନୁରାଧା ମହାନ୍ତିଙ୍କ ସମେତ ସହିଦ ପରିବାରର ସଦସ୍ୟ ସମୂହ ଯୋଗଦେଇଥିଲେ । ସହିଦ ନାରାୟଣ ପ୍ରଧାନଙ୍କ ପତ୍ନୀ କନକଲତା ପ୍ରଧାନ, ସହିଦ ରାଜେନ୍ଦ୍ର ମହାନ୍ତଙ୍କ ପତ୍ନୀ ରେଖା ମହାନ୍ତ ଏବଂ ସହିଦ ଗହ୍ମା ହେମ୍ବ୍ରମଙ୍କ ପତ୍ନୀ କୁଇଲି ହେମ୍ବ୍ରମ ନିଜ ନିଜର ଅନୁଭୂତି ବଖାଣିବା ସହ ସହିଦଙ୍କ ବୀରତ୍ୱ ଓ ତ୍ୟାଗକୁ ସ୍ମରଣ କରିଥିଲେ । ଜିଲ୍ଲା ପୋଲିସ ପକ୍ଷରୁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦୀପକ କୁମାର ଗୋଚ୍ଛାୟତଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବାରିପଦା ଏସଡିପିଓ ପ୍ରଭାତ କୁମାର ମଲ୍ଲିକ, ସଂରକ୍ଷିତ ଆରକ୍ଷୀ ନିରୀକ୍ଷକ ଆଲୋକ କୁମାର କାନୁନଗୋ, ଭାରତୀୟ ରେଡକ୍ରସ ସଂସ୍ଥାର ଆଜୀବନ ସଦସ୍ୟ ଅମର ସେଠୀ ଏବଂ ମୟୂରଭଞ୍ଜ ହାବିଲଦାର ଓ କନଷ୍ଟେବଳ ଶାଖା ସଂଘର ସଭାପତି ବିକାଶ କୁମାର ବାରିକ ଓ ସମ୍ପାଦକ ସୁରୋଜ କୁମାର ରାଜ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପରେ ରିଜର୍ଭ ପୋଲିସ କାର୍ଯ୍ୟାଳୟ ପରିସରରୁ ଏକ ମହମବତି ଶୋଭାଯାତ୍ରା ବାହାରି ଭଞ୍ଜପୁର ଡାକ୍ତରଖାନା ଦେଇ ପୋଲିସ ପରେଡ ପଡ଼ିଆସ୍ଥିତ ସହିଦ ସ୍ତମ୍ଭରେ ପହଞ୍ଚିଥିଲା। ସେଠାରେ ସହିଦ ତିନି ପୁଲିସ କର୍ମଚାରୀଙ୍କ ସ୍ମୃତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ନୀରବ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

ମାଓବାଦୀ ଆକ୍ରମଣରେ ସହିଦ ତିନି ପୋଲିସଙ୍କୁ ଶ୍ରଦ୍ଧାଞ୍ଜଳି – ସମୀକ୍ଷା

ସୂଚନାଯୋଗ୍ୟ ଯେ, ୨୦୦୯ ଅକ୍ଟୋବର ୧୩ ତାରିଖ ସନ୍ଧ୍ୟାରେ ମୟୂରଭଞ୍ଜ ଜିଲ୍ଲାର ସୀମାନ୍ତବର୍ତ୍ତୀ ଚାନ୍ଦୁଆ ଥାନା ଅନ୍ତର୍ଗତ ବଣ୍ଡାବ ଗ୍ରାମ ଖେଳପଡ଼ିଆରେ ସୁନାରାମ ସୋରେନ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଚାଲିଥିଲା। ଏଥିରେ ତତ୍କାଳୀନ ସାଂସଦ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ତତ୍କାଳୀନ ରାଜ୍ୟ ସଭାପତି ସୁଦାମ ମାରାଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ତାଙ୍କୁ ମାଓବାଦୀ ମାନେ ଆକ୍ରମଣ କରିଥିଲେ. ତେବେ ସେ ଅଳ୍ପକେ ରକ୍ଷା ପାଇଯାଇଥିବା ବେଳେ ଆକ୍ରମଣରେ ତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ତିନି ପୋଲିସ କର୍ମଚାରୀ ପ୍ରାଣ ହରାଇଥିଲେ। ସହିଦ ମାନଙ୍କ ମଧ୍ୟରେ ଚାନ୍ଦୁଆ ଥାନାର ତତ୍କାଳୀନ ଏଏସଆଇ ନାରାୟଣ ଚନ୍ଦ୍ର ପ୍ରଧାନ, ହାବିଲଦାର ରାଜେନ୍ଦ୍ର ମହାନ୍ତ ଏବଂ କନଷ୍ଟେବଳ ଗହ୍ମା ହେମ୍ବ୍ରମ ଥିଲେ। ସେମାନଙ୍କ ବଳିଦାନକୁ ସ୍ମରଣ କରି ପ୍ରତିବର୍ଷ ଏହି ଦିନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ଆସୁଅଛି ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର କଲେଜ ନିର୍ବାଚନ ପୂର୍ବରୁ ଦୁଇଟି ବସ୍‌ ଅଟକାଇଲା ପୋଲିସ, ଫେଲ ମାରିଲା ଜଗା ଦର୍ଶନ, ଚିତ୍ରଡ଼ାକୁ ଫେରିଲେ ଛାତ୍ରଛାତ୍ରୀ