ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ: ଆରମ୍ଭ ହେବ ୨୦୨୬-୨୭ ପର୍ଯ୍ୟଟନ ଋତୁ

ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ: ଆରମ୍ଭ ହେବ ୨୦୨୬-୨୭ ପର୍ଯ୍ୟଟନ ଋତୁ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବଡ଼ସାହି, ୧୪/୧୦/୨୬ ଚଳିତବର୍ଷ ଭାରି ବର୍ଷା ଯୋଗୁଁ ଶିମିଳିପାଳ ଜାତୀୟ ଉଦ୍ୟାନର ଭିତର ରାସ୍ତା ଓ ଯୋଗାଯୋଗ ନଷ୍ଟ ହୋଇଥିବାରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଖୋଲିବାରେ ବିଳମ୍ବ ହେଇଛି । ତେବେ ପ୍ରକୃତିର ମନୋରମ ପରିବେଶ ଓ ବନ୍ୟଜନ୍ତୁଙ୍କୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଅପେକ୍ଷାର ଅନ୍ତ ଘଟିଛି ବୋଲି ଜଣାପଡିଛି । ନଭେମ୍ବର ୧ ତାରିଖରୁ କଳାବାଘ ପ୍ରସିଦ୍ଧ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଖୋଳୁଥିବା ନେଇ ସୂଚନା ରହିଛି । ଘଟଣା ଅନୁଯାୟୀ ସମୁଦ୍ର ପତ୍ତନଠାରୁ ୯୦୦ମିଟର ଉଚ୍ଚ ମୟୂରଭଞ୍ଜ ଜିଲ୍ଲାରେ ୨, ୭୫୦ ବର୍ଗ କିଲୋମିଟର ପରିମିତ ଶିମିଳିପାଳର ୮୫୩.୭୦ ବର୍ଗ କିମି ପରିମିତ ୫୫୬୯ ବର୍ଗକିମି ଜୈବମଣ୍ଡଳ ଜାତୀୟ ଉଦ୍ୟାନରେ ଗତ ଦୁଇମାସ ଧରି ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଘାଟି ସହ ପର୍ଯ୍ୟଟକମାନେ ବ୍ୟବହାର କରୁଥିବା ରାସ୍ତା ଧୋଇଯାଇଥିବା ଯୋଗୁଁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ପ୍ରବେଶ ବାରଣ ଥିଲା । ଶିମିଳିପାଳ ଜାତୀୟ ଉଦ୍ୟାନ ଭିତରେ ଥିବା ପ୍ରାୟ ୧୦୦ କିମି ରାସ୍ତା ପାଇଁ ବ୍ୟାପକ କ୍ଷତି ହୋଇଥିଲା । ପର୍ଯ୍ୟଟକଙ୍କୁ ଅନୁମତି ଦେବା ପୂର୍ବରୁ ସମସ୍ତ ରାସ୍ତାକୁ ସୁରକ୍ଷିତ ଓ ଯାତାୟାତ ଉପଯୋଗୀ କରିବା ଆବଶ୍ୟକ ହୋଇଥାଏ । ବିଭାଗୀୟ ସୂତ୍ର ଅନୁଯାୟୀ ପ୍ରାୟ ୧୫୦ କିଲୋମିଟର ରାସ୍ତା, ୨୨ଟି କଲଭର୍ଟ ଏବଂ କାଠ ପୋଲ ସହ ୭ଟି ପୋଲର ମରାମତି ଆବଶ୍ୟକ ରହିଥିଲା । ଏହି ମରାମତି କାର୍ଯ୍ୟ ଶେଷ ହେବା ପରେ ହିଁ ପର୍ଯ୍ୟଟକଙ୍କୁ ଭିତରକୁ ଯିବାକୁ ଅନୁମତି ଦିଆଯିବ ବୋଲି ସୂଚନା ରହିଥିଲା । ଏଥିନେଇ ବିଭାଗ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇ ମରାମତି କାର୍ଯ୍ୟ ସରିଥିବା ଜଣାପଡ଼ିଛି । ବିଶେଷକରି ସଫାରୀ ଗାଡି ନିୟମିତ ଭାବେ ଚଳାଚଳ କରୁଥିବା ରାସ୍ତାଗୁଡିକ ଉପରେ ଅଧିକ ଧ୍ୟାନ ଦିଆଯାଇଛି । ଅଧିକ ବର୍ଷା ହୋଇଥିବା ନଅଣା ଏବଂ ବରେହିପାଣି ଛଡା ଜୋରନ୍ଦା ଭଳି ଲୋକପ୍ରିୟ ଜଳପ୍ରପାତ ଗୁଡିକର ଅଭୂତପୂର୍ବ ଦୃଶ୍ୟ ପ୍ରଭାବିତ ହୋଇଥିବା ନେଇ ବିଭାଗ ସମସ୍ତ ଦିଗକୁ ଧ୍ୟାନ ଦେଇ କାର୍ଯ୍ୟ ସମାପ୍ତ କରିଥିବା ନେଇ ସୂଚନା ମିଳିଛି । ଗତ ଦୁଇ ବର୍ଷ ଧରି ଅକ୍ଟୋବର ମାସରେ ଜାତୀୟ ଉଦ୍ୟାନକୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଉଥିଲା। କିନ୍ତୁ ଚଳିତବର୍ଷ ଲଗାତର ବର୍ଷା ପ୍ରଭାବରେ ଚଳପ୍ରଚଳ ରାସ୍ତା ପ୍ରଭାବିତ ନେଇ ପ୍ରବେଶ ପଥ ଖୋଲିବା ନେଇ ପର୍ଯ୍ୟଟକ ଅପେକ୍ଷାରତ ଥିଲେ । ପ୍ରକାଶ ଥାଉକି ପ୍ରାୟତଃ ନଭେମ୍ବର ରୁ ଜୁନ ମାସ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଜାତୀୟ ଉଦ୍ୟାନ ଖୋଲରହେ । ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ମଧ୍ୟ ପର୍ଯ୍ୟଟକଙ୍କ ନିମନ୍ତେ ନିମ୍ନମତେ ସୂଚନା ଜାରି କରାଯାଇଛି ।

ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ: ଆରମ୍ଭ ହେବ ୨୦୨୬-୨୭ ପର୍ଯ୍ୟଟନ ଋତୁ – ସମୀକ୍ଷା
  1. ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଆସନ୍ତା ୨୦୨୨ ମସିହା ନଭେମ୍ବର ୦୧ ତାରିଖଠାରୁ ପର୍ଯ୍ୟଟନ ନିମନ୍ତେ ଖୋଲା ରହିବ ।
  2. ଦୈନିକ ସର୍ବାଧିକ ୬୦ ଗୋଟି ଚାରିଚକିଆ ଯାନ ସହିତ ଧୂଆଁ ପତ୍ର ଦାଖଲ ଏବଂ 180 mm କିମ୍ବା ଅଧିକ Ground Clearance ଥିବା ଚାରିଚକିଆ ଯାନ ଯଶିପୁର (୩୫ ଗୋଟି ଗାଡି) ଓ ପିଠାବଟା ଚେକ୍ ଗେଟ୍, ବାରିପଦା (୨୫ ଗୋଟି ଗାଡି) ମଧ୍ୟଦେଇ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ । ଏହି ଫାଟକରେ ଭାରି ଯାନ ପ୍ରବେଶ ନିଷେଧ । ପର୍ଯ୍ୟଟକ ମାନେ ସକାଳ ୮:୦୦ ଘଟିକା ଠାରୁ ସକାଳ ୯:୦୦ ଘଟିକା ପର୍ଯ୍ୟନ୍ତ ପିଠାବଟା ଚେକ୍ ଫାଟକ ଏବଂ ସକାଳ ୫:୦୦ ଘଟିକା ଠାରୁ ସକାଳ ୯:୦୦ ଘଟିକା ପର୍ଯ୍ୟନ୍ତ ଯଶିପୁର ଦେଇ ନିଜସ୍ୱ ଯାନରେ ପ୍ରବେଶ କରିପାରିବେ । ପର୍ଯ୍ୟଟକ ମାନଙ୍କୁ ସେହିଦିନ ସନ୍ଧ୍ୟା ୬ ଘଟିକା ପୂର୍ବରୁ ପ୍ରସ୍ଥାନ ଫାଟକ ଛାଡିବାକୁ ପଡିବ ।
  3. ଶିମିଳିପାଳ ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ ନିମନ୍ତେ ପ୍ରବେଶ ଅନୁମତି ପତ୍ର କେବଳ www.similipal.org ୱେବସାଇଟ୍ ମାଧ୍ୟମରେ ପାଇପାରିବେ । ପ୍ରବେଶ ସମୟରେ ସରକାରୀ ପରିଚୟପତ୍ର ଦେଖାଇ ଶିମିଳିପାଳ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ପ୍ରବେଶ କରିପାରିବେ ।
  4. ବ୍ୟାଘ୍ର ପ୍ରକଳ୍ପକୁ ପ୍ରବେଶ କରିବା ପୂର୍ବରୁ ପର୍ଯ୍ୟଟକମାନେ ପ୍ରଚଳିତ ନିୟମାବଳୀମାନ ପାଳନ ନିମନ୍ତେ ଲିଖିତନାମା ଦେବେ । ନିୟମାବଳୀ ଉଲ୍ଲଙ୍ଘନ କଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ।
  5. ପର୍ଯ୍ୟଟକଙ୍କ ଯାନ, ପର୍ଯ୍ୟଟକ ଏବଂ ତାଙ୍କ ଜିନିଷପତ୍ରକୁ ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ଚେକ୍ ଫାଟକରେ ଯାଞ୍ଚ କରାଯିବ ।
  6. ଅପରାହ୍ନ ୪ ଘଟିକା ପୂର୍ବରୁ ସମସ୍ତ ପର୍ଯ୍ୟଟକମାନେ ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ ସ୍ଥାନକୁ ଛାଡିବାକୁ ପଡିବ ।
  7. ପର୍ଯ୍ୟଟକ ତାଙ୍କ ଫେରନ୍ତା ଯାତ୍ରା ଏପରି ଭାବରେ ପ୍ରସ୍ତୁତ କରିବେ ଯେପରିକି ସେମାନେ ସେହି ଦିନ ସନ୍ଧ୍ୟା ୬ ଘଟିକା ସୁଦ୍ଧା ଚେକ୍ ଫାଟକ କାଳିକାପ୍ରସାଦ/ ପିଠାବଟା ଅତିକ୍ରମ କରିବେ ।
  8. ବନ୍ୟଜନ୍ତୁ ସୁରକ୍ଷା ଅଧିନିୟମ 1972 ର ଉଲ୍ଲଙ୍ଘନ, ପାର୍କରେ ଆବର୍ଜନା ପକାଇବା, ଯାନବାହନ ଦ୍ୱାରା ନିୟମ ଉଲ୍ଲଙ୍ଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
  9. ଭ୍ରମଣ ପାଇଁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଖୋଲିବାର ନିଷ୍ପତ୍ତି ମଝିରେ ମଝିରେ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ଦ୍ୱାରା ତଦାରଖ କରାଯିବ ଏବଂ ପାଣିପାଗ ଅନୁଧ୍ୟାନ କରି ଉଦ୍ୟାନ ବନ୍ଦ କରିବାପାଇଁ ନିଷ୍ପତ୍ତି ଗ୍ରହଣ କରାଯିବ ।
  10. ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଭିତରକୁ ପ୍ରବେଶ ସମୟରେ ପ୍ରତ୍ୟେକ ଯାନ ସହିତ ଜଣେ Guide ନେବା ବାଧ୍ୟତାମୂଳକ ।
ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ: ଆରମ୍ଭ ହେବ ୨୦୨୬-୨୭ ପର୍ଯ୍ୟଟନ ଋତୁ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମାଓବାଦୀ ଆକ୍ରମଣରେ ସହିଦ ତିନି ପୋଲିସଙ୍କୁ ଶ୍ରଦ୍ଧାଞ୍ଜଳି