ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ଓଡ଼ିଶା ସମନ୍ୱିତ ସଡ଼କ ସୁରକ୍ଷା ଡ୍ୟାସବୋର୍ଡ ଉପରେ ପୂର୍ବାଞ୍ଚଳ ଜୋନ୍‌ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଓଡ଼ିଶା ସମନ୍ୱିତ ସଡ଼କ ସୁରକ୍ଷା ଡ୍ୟାସବୋର୍ଡ ଉପରେ ପୂର୍ବାଞ୍ଚଳ ଜୋନ୍‌ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ – ସମୀକ୍ଷା ଖବର

ମାନସ ବିଶ୍ୱାଳ /ବାଲେଶ୍ୱର ସାମ୍ବାଦିକ /ସମୀକ୍ଷା ନ୍ୟୁଜ:

ବାଲେଶ୍ୱର, ୧୪.୧୦- ଓଡ଼ିଶା ସମନ୍ୱିତ ସଡ଼କ ସୁରକ୍ଷା ଡ୍ୟାସବୋର୍ଡ ସମ୍ପର୍କରେ ପୂର୍ବାଞ୍ଚଳ ଜନସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ପ୍ରଶିକ୍ଷଣରେ ବିଭିନ୍ନ ବିଭାଗର ଅଧିକାରୀ, ସଡ଼କ ସୁରକ୍ଷା ଅଧିକାରୀ ଏବଂ ଜନସାଧାରଣ ଯୋଗଦେଇଥିଲେ। ପୂର୍ବାଞ୍ଚଳ ଜୋନ୍‌ର ଡେପୁଟି କମିଶନର ଶ୍ରୀଯୁକ୍ତ ବିଭା ଭଞ୍ଜନ ସାମନ୍ତସିଂହାର ରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଆରକ୍ଷୀ ଅଧୀକ୍ଷକ, ରାଇରଙ୍ଗପୁର ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ପାତ୍ର ଏବଂ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ତପନ କୁମାର ଖୁଣ୍ଟିଆଙ୍କ ସମେତ ପରିବହନ ବିଭାଗ, ପୋଲିସ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଜାତୀୟ ରାଜପଥ ପ୍ରାଧିକରଣ ଓ ଅବକାରୀ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ଏଥିସହ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଚଣ୍ଡିଖୋଲ, ଯାଜପୁର ଓ ରାଇରଙ୍ଗପୁରର ଆଞ୍ଚଳିକ ପରିବହନ ଅଧିକାରୀ ଏବଂ ସଡ଼କ ସୁରକ୍ଷା ଅଧିକାରୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ।

ଓଡ଼ିଶା ସମନ୍ୱିତ ସଡ଼କ ସୁରକ୍ଷା ଡ୍ୟାସବୋର୍ଡ ଉପରେ ପୂର୍ବାଞ୍ଚଳ ଜୋନ୍‌ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ – ସମୀକ୍ଷା

ଆଇଆଇଟି ମାଡ୍ରାସ୍‌ର ପ୍ରତିନିଧିମାନେ ପ୍ରଶିକ୍ଷଣ ପ୍ରଦାନ କରି ଓଡ଼ିଶା ସମନ୍ୱିତ ସଡ଼କ ସୁରକ୍ଷା ଡ୍ୟାସବୋର୍ଡର କାର୍ଯ୍ୟପ୍ରଣାଳୀ ଓ ଏହାର ସଠିକ୍ ଉପଯୋଗ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ। ଏହି ପ୍ଲାଟଫର୍ମରେ କିପରି ତଥ୍ୟ ଅପଲୋଡ୍ କରାଯିବ, ଆବଶ୍ୟକ ସୂଚନାକୁ ସମୟୋଚିତ ଭାବେ ଅଦ୍ୟତନ କରାଯିବ ଏବଂ ତଥ୍ୟର ସଠିକତା ବଜାୟ ରଖାଯିବ, ସେ ସମ୍ପର୍କରେ ପ୍ରଶିକ୍ଷାର୍ଥୀମାନଙ୍କୁ ଅବଗତ କରାଯାଇଥିଲା। ଏହା ସହିତ, ଜନସାଧାରଣ ଏହି ଡ୍ୟାସବୋର୍ଡ ମାଧ୍ୟମରେ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ସମସ୍ୟା ଓ ଅଭିଯୋଗ କିପରି ଜଣାଇପାରିବେ, ସେ ବିଷୟରେ ମଧ୍ୟ ଆଲୋକପାତ କରାଯାଇଥିଲା। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି, ସଡ଼କ ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ପରିଚାଳନାରେ ଉନ୍ନତି ଆଣିବା ଏବଂ ଜନସାଧାରଣଙ୍କ ସକ୍ରିୟ ସହଯୋଗରେ ସଡ଼କ ସୁରକ୍ଷା ସମସ୍ୟାର ସମାଧାନ କରିବା ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା। କାର୍ଯ୍ୟକ୍ରମ ଶେଷରେ ଡ୍ୟାସବୋର୍ଡର ସଫଳ ଉପଯୋଗ, ନିୟମିତ ତଥ୍ୟ ଅଦ୍ୟତନ ଏବଂ ସମସ୍ତ ସମ୍ପୃକ୍ତ ବିଭାଗର ସମନ୍ୱିତ ପ୍ରୟାସ ମାଧ୍ୟମରେ ପୂର୍ବାଞ୍ଚଳ ଜୋନ୍ରେ ସଡ଼କ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବାଦାମପାହାଡ଼ ଠାରୁ କେନ୍ଦୁଝରଗଡ଼ ରେଳପଥ ନିର୍ମାଣର ୪୭.୧୨ କିମି ପାଇଁ ଜମି ଅଧିଗ୍ରହଣ ଘୋଷଣା