ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ପେନସନ ନ ମିଳିବାରୁ ହିତାଧୂକାରୀଙ୍କ ବ୍ଲକ ପରିସରରେ ଧାରଣା

ପେନସନ ନ ମିଳିବାରୁ ହିତାଧୂକାରୀଙ୍କ ବ୍ଲକ ପରିସରରେ ଧାରଣା – ସମୀକ୍ଷା ଖବର

ମାମନି ଚକ୍ରବର୍ତ୍ତୀ/ରାଇଘର ସାମ୍ବାଦିକ/ସମୀକ୍ଷା ନ୍ୟୁଜ:

ବ୍ୟାଙ୍କ ପାସ ବୁକରେ ପେନସନ ବାର୍ଦ୍ଧକ୍ୟ,ବିଧବା, ବିକଳାଙ୍ଗ ଭତ୍ତା ନ ମିଳିବାରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହିତାଧିକାରୀଙ୍କ ଧାରଣା ପ୍ରତିଶୃତି ପରେ ଧାରଣା ରୁ ଉଠିଲେ ହିତାଧିକାରୀ ସୂଚନାଅନୁଯାଇ କିଛି ମାସ ହେବ ପେନସନ ବ୍ୟବସ୍ଥା ବ୍ୟାଙ୍କ ଖାତାରେ ନ ଆସିବା ଫଳରେ ଗରିବ ହିତାଧିକାରି ମାନେ ବହୁତ ଅସୁବିଧା ର ସମ୍ମୁଖିନ ହେଉଥିବାର ଦେଖିବାକୁ ମିଳିଛି ସରକାର ତରଫରୁ ପାଉଥିବା ପେନସନ ଟିକିଏ ନେଇ ହିତାଧିକାରି ମାନେ ବିଭିନ୍ନ କାମ ରେ ଲଗେଇବାବେଳେ କିଛି ମାସ ହେଲା ସମ୍ପୂର୍ଣ ଓଡିଶା ରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଆସୁନି ପେନସନ କେବଳ ଯେଉଁମାନେ ହାତରେ ପାଉଛନ୍ତି ପେନସନ ସେମାନଙ୍କୁ ହିଁ ମିଳୁଛି କିନ୍ତୁ ବ୍ୟାଙ୍କ ଖାତାରେ ପାଉଥିବା ପେନସନ ପଇସା ମିଳୁନଥିବା ଫଳରେ ଆଜି ପେନସନ ଧାରୀ ମାନେ ରାଇଘର ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ ପରେ ପଞ୍ଚାୟତ ସରପଞ୍ଚ ଲମ୍ବୋଧର ମାଝୀ ହିତାଧିକାରିମାନଙ୍କୁ ଧରି ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ବିଡ଼ିଓ ଙ୍କ ପ୍ରକୋଷ୍ଠ ସମ୍ମୁଖରେ ଆସି କିଛି ସମୟ ଧାରଣରେ ବସି ବିକ୍ଷପ ପ୍ରଦର୍ଶନ କରିଥିଲେ ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିତୁ ସିଂ ଏବଂ ସାମାଜିକ ସୁରକ୍ଷା ଅଧିକାରୀ ଜ୍ଞାନରଞ୍ଜନ ମାଟିଆ ଆସି ବୁଝାସୁଝା କରିଥିଲେ କରି କହିଥିଲେ ଏହା କେବଳ ରାଇଘର ବ୍ଲକ ରେ ନୁହଁ ସମ୍ପୂର୍ଣ ଓଡିଶାରେ ଏହିଭଳି ପରିସ୍ଥିତି ଉପୁଜିଛି ସଫ୍ଟଅୟାର ଅପଡେଟ ହେଉଥିବାରୁ ଏହିଭଳି ଅସୁବିଧା ହେଉଥିବା ଗୋଷ୍ଠୀଉନ୍ନୟନ ଅଧିକାରୀ କହିଥିଲେ ଆଗାମୀ ୫ ଦିନ ଭିତରେ ଏହି ସମସ୍ୟାର ସମାଧାନ ହେବାସହ ପେନସନ ମିଳିବାର ପ୍ରତିଶୃତି ଦେବାପରେ ସମସ୍ତେ ଧାରଣାରୁ ଉଠିଥିଲେ, ଯଦି ୫ ତାରିଖରେ ହିତାଧିକାରୀ ଙ୍କୁ ଭତ୍ତା ପଇସା ବ୍ୟାଙ୍କ ପାସ ବୁକ ଖାତାରେ ନ ମିଳେ ତେବେ ପୁଣିଥରେ ସମ୍ପୂର୍ଣ ରାଇଘର ବ୍ଲକର ସମସ୍ତ ପଂଚାୟତ ରେ ବଡ ଧରଣର ଆନ୍ଦୋଳନ ହେବ ବୋଲି ରାଇଘର ସରପଞ୍ଚ ଲମ୍ବୋଧର ମାଝୀ ଚେତାବନୀ ଦେଇଛନ୍ତି

ପେନସନ ନ ମିଳିବାରୁ ହିତାଧୂକାରୀଙ୍କ ବ୍ଲକ ପରିସରରେ ଧାରଣା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ସଂସଦ ନିର୍ବାଚନ କୁ ନେଇ ପାରାଦୀପ କଲେଜ ଚଳ ଚଞ୍ଚଳ