ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଅଭିଯୋଗ ଶୁଣି ଗାଁରେ ପହଞ୍ଚିଲା ପ୍ରଶାସନ:ରାମପଡ଼ାର ବିକାଶ ନେଇ ତତ୍ପରତା, ଦୁଇ ରାସ୍ତାକୁ ମଞ୍ଜୁରି

ଅଭିଯୋଗ ଶୁଣି ଗାଁରେ ପହଞ୍ଚିଲା ପ୍ରଶାସନ:ରାମପଡ଼ାର ବିକାଶ ନେଇ ତତ୍ପରତା, ଦୁଇ ରାସ୍ତାକୁ ମଞ୍ଜୁରି – ସମୀକ୍ଷା ଖବର

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:

ଝାରବନ୍ଧ, ୧୪।୧୦ ଗାଁର ସମସ୍ୟା ନେଇ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଫେରାଦ ହୋଇଥିଲେ ଗ୍ରାମବାସୀ। ଏହାର କିଛିଦିନ ପରେ ଗ୍ରାମରେ ପହଞ୍ଚି ସମସ୍ୟାର ବାସ୍ତବ ସ୍ଥିତି ପରଖିବା ସହ ସମାଧାନ ପାଇଁ ଆଗେଇ ଆସିଛି ଝାରବନ୍ଧ ବ୍ଲକ ପ୍ରଶାସନ। ବିଳାସପୁର ପଞ୍ଚାୟତ ଅନ୍ତର୍ଗତ ରାମପଡ଼ା ଗ୍ରାମର ମୌଳିକ ସୁବିଧା ଉପରେ ଏବେ ପ୍ରଶାସନ ଗୁରୁତ୍ୱ ଦେଇଛି। ଗ୍ରାମରେ ରାସ୍ତାଘାଟର ଅଭାବ, ପାନୀୟ ଜଳ ସମସ୍ୟା, ବାର୍ଦ୍ଧକ୍ୟ ଭତ୍ତା ପାଇବାରେ ଅସୁବିଧା ଏବଂ ଆବାସ ଯୋଜନାରେ ଘର ମିଳିବା ଭଳି ବିଭିନ୍ନ ସମସ୍ୟା ଲାଗି ରହିଥିଲା। ଏହାର ସମାଧାନ ଦାବିରେ ଗ୍ରାମବାସୀ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ନିଜ ଅସୁବିଧା ଜଣାଇଥିଲେ। ଅଭିଯୋଗକୁ ଗୁରୁତ୍ୱ ଦେଇ ବିଡିଓ ପର୍ଶୁରାମ ପଣ୍ଡା ପ୍ରଥମେ ଗ୍ରାମ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟାଗୁଡ଼ିକର ସମାଧାନ ନେଇ ପଦକ୍ଷେପ ସ୍ଥିର କରିଥିଲେ।

ଅଭିଯୋଗ ଶୁଣି ଗାଁରେ ପହଞ୍ଚିଲା ପ୍ରଶାସନ:ରାମପଡ଼ାର ବିକାଶ ନେଇ ତତ୍ପରତା, ଦୁଇ ରାସ୍ତାକୁ ମଞ୍ଜୁରି – ସମୀକ୍ଷା

ଏହାପରେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ସାଙ୍ଗରେ ନେଇ ପୁନର୍ବାର ରାମପଡ଼ା ଗସ୍ତ କରିଥିଲେ। ଗ୍ରାମର ଯାତାୟାତ ସମସ୍ୟା ଦୂର କରିବା ଦିଗରେ ଦୁଇଟି ରାସ୍ତା ନିର୍ମାଣ ପାଇଁ ଭିବି-ଜି ରାମଜୀ ଯୋଜନାରେ ମଞ୍ଜୁରି ମିଳିଛି। କାର୍ଯ୍ୟ ଆରମ୍ଭ କରିବାକୁ ବିଡିଓ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏହାଦ୍ୱାରା ଗ୍ରାମବାସୀଙ୍କ ଯାତାୟାତ ସମସ୍ୟା କିଛି ମାତ୍ରାରେ ଦୂର ହେବା ନେଇ ଆଶା କରାଯାଉଛି।ସେହିପରି ଭତ୍ତା ପାଇବାରେ ହେଉଥିବା ଅସୁବିଧା ଦୂର ପାଇଁ ସିଏସସି କେନ୍ଦ୍ରର ଅପରେଟର ଗ୍ରାମକୁ ଯାଇ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିବେ। ପାନୀୟ ଜଳ ସମସ୍ୟାର ସମାଧାନ ଲାଗି ନୂତନ ମୋଟର ଯୋଗାଇ ଦେବାକୁ ପଦକ୍ଷେପ ନିଆଯାଇଛି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି। ଏହି ଗସ୍ତ ସମୟରେ ଏପିଓ ବେଲାଲ ସେନ ସେନାପତି, ବିପିସି ସୁଶାନ୍ତ ସାମଲ, ବିଆରସି କ୍ଷିତିଚନ୍ଦ୍ର ପଟେଲ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ମନୋଜ ପ୍ରଧାନ, ଏଡିଇଓ ତାପସ କୁମାର ସାହୁ ଓ ପିଇଓ ଭୂପେନ୍ଦ୍ର ସିଂ ଦାଉ ପ୍ରମୁଖ ଉପସ୍ଥିତ ଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ପରେ ପ୍ରଶାସନର ଏହି ପଦକ୍ଷେପ ରାମପଡ଼ାର ବିକାଶ ନେଇ ଆଶା ସୃଷ୍ଟି କରିଛି। ଏବେ ଘୋଷିତ ଯୋଜନାଗୁଡ଼ିକର କାର୍ଯ୍ୟକାରିତା ଓ ସମସ୍ୟାର ସ୍ଥାୟୀ ସମାଧାନ ଉପରେ ଗ୍ରାମବାସୀଙ୍କ ନଜର ରହିଛି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଦେବଦର୍ହା ଶୈବପୀଠରେ ଟେମରୀ ହାଇସ୍କୁଲ ୧୯୯୫ ବ୍ୟାଚ୍‌ର ବନ୍ଧୁ ମିଳନ