ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ରାଜନଗର: ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଛାତ୍ର ବିଜେଡି ସମର୍ଥକଙ୍କ କ୍ଳିନ ସୁଇପ

ରାଜନଗର: ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଛାତ୍ର ବିଜେଡି ସମର୍ଥକଙ୍କ କ୍ଳିନ ସୁଇପ – ସମୀକ୍ଷା ଖବର

ଜଗବନ୍ଧୁ ଖଟୁଆ/ରାଜନଗର ସାମ୍ବାଦିକ /ସମୀକ୍ଷା ନ୍ୟୁଜ :

ରାଜନଗର , ୧୫/୧୦(ଇମିସ ) ରାଜନଗର ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନରେ ଛାତ୍ର ବିଜେଡି ସମର୍ଥକ ପାର୍ଥୀ ମାନେ ବିପୁଳ ବିଜୟ ହାସଲ କରିଛନ୍ତି | ଛାତ୍ର ବିଜେଡି ସମର୍ଥକମାନେ କ୍ଳିନ ସୁଇପ ବିଜୟ ହାସଲ କରିଛନ୍ତି | ବିଜୁ ଛାତ୍ର ଜନତା ଦଳର ବିପୁଳ ବିଜଯ ପରେ ସମର୍ଥକମାନେ ବିଜୟ ଉଶ୍ଚବ ମନାଇଛନ୍ତି | ବିଜୁ ଛାତ୍ର ଜନତା ଦଳର ପାର୍ଥୀ ତ୍ରିମୂଖୀ ପ୍ରତିଦ୍ୱନ୍ଦିତା ଭିତରେ ଏକତରଫା ବିଜୟ ହାସଲ କରିଛନ୍ତି | ଦୀର୍ଘ ୮ ବର୍ଷ ପରେ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥିଲେ ମଧ୍ୟ ବିଜୁ ଛାତ୍ର ଜନତା ଦଳ ବାଜି ମାରି ନେଇଛି |

ରାଜନଗର: ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଛାତ୍ର ବିଜେଡି ସମର୍ଥକଙ୍କ କ୍ଳିନ ସୁଇପ – ସମୀକ୍ଷା


ମହାବିଦ୍ୟାଳୟରେ ସଭାପତି ଭାବେ ରାକେଶ ଦାସ , ଉପସଭାପତି ଭାବେ ନଳିନୀକାନ୍ତ ପ୍ରଧାନ , ସାଧାରଣ ସମ୍ପାଦକ ଭାବେ ରୁପାଲୀ ସ୍ୱାଇଁ , ସହ ସମ୍ପାଦକ ଗାୟତ୍ରୀ ମାଝୀ , ଯୁକ୍ତ ତିନ ପ୍ରଥମ ବର୍ଷ ଶ୍ରେଣୀ ପ୍ରତିନିଧି ଭାବେ ପ୍ରଭୁଜିତ ବିଶ୍ୱାଳ , ଦିତୀୟ ବର୍ଷ ଶ୍ରେଣୀ ପ୍ରତିନିଧି ଦିପ୍ତିମୟୀ ରାଉତ , ତୃତୀୟ ବର୍ଷ ଶ୍ରେଣୀ ପ୍ରତିନିଧି ଭାବେ ସୌରଭ ବେହେରା, କ୍ରୀଡା ସମ୍ପାଦକ ଭକ୍ତ ବତ୍ସଳ ପରିଡା , ସହ କ୍ରୀଡା ସମ୍ପାଦକ ଦିପଙ୍କର ଦାସ , ସାଂସ୍କୃତିକ ସମ୍ପାଦକ ଭାବେ ବର୍ଷାରାଣୀ ଚଣ୍ଡ , ସହ ସାଂସ୍କୃତିକ ସମ୍ପାଦକ ପ୍ରିୟ ଦର୍ଶନି ପରିଡା , ମାଗାଜିନ ପ୍ରତିନିଧି ସତ୍ୟବ୍ରତ କୁଣ୍ଡ , ପୂଜା ସମ୍ପାଦକ ସୁସ୍ମିତା ସେଠୀ ବିଜୟ ହାସଲ କରିଛନ୍ତି | ଏବିଭିପି ସମର୍ଥକ ଶମ୍ଭୁ ରଣା ନିର୍ଦନ୍ଦରେ ନିର୍ବାଚିତ ହୋଇଥିଲେ | ଆଜି ୧୩ ଟି ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା | ୧୨ଟି ପଦରେ ଛାତ୍ର ବିଜେଡି ବିଜୟ ହାସଲ କରିଥିବା ବେଳେ ଏବିଭିପିର ପ୍ରିୟ ଦର୍ଶନି ପରିଡା ସହ ସଂସୃତିକ ସମ୍ପାଦକ ଭାବେ ବିଜୟ ହାସଲ କରିଛନ୍ତି |
ବିଜୁ ଛାତ୍ର ଜନତା ଦଳର ବିପୁଳ ବିଜୟ ହାସଲ ପରେ ବିଜୟୀ ଛାତ୍ରଛାତ୍ରୀମାନେ ସେମାନଙ୍କ ସମର୍ଥକଙ୍କ ସହିତ ବିଜୟ ଶୋଭାଯାତ୍ରା କରିଛନ୍ତି | ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ଫାଟକ ସମୁଖରୁ ଶୋଭାଯାତ୍ରା ବାହାରି ମହିଂଶାସୁର , ତନ୍ତିପୋଖରୀ , ରାଜନଗର ବଜାର , ରାଜନଗର ଗାଁ , ତ୍ରିନାଥ ବଜାର ଓ ଗୋପାଳପୁର ବଜାର ପରିକ୍ରମା କରିଛନ୍ତି | ବାଜା ବଜାଇ ବାଣ ଫୁଟାଇ ବିଜୟ ଶୋଭାଯାତ୍ରା କରିଛନ୍ତି | ଛାତ୍ର ସଂସଦ ସଭାପତି ଭାବେ ବିଜୟ ହାସଲ କରିଥିବା ରାକେଶ ଦାସ ପତିକ୍ରିୟାରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଛା ଜଣାଇଛନ୍ତି |ବିଜୟର ଶ୍ରେୟ ତାଙ୍କୁ ଭଲ ପାଇବା ଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଦେଇଛନ୍ତି | ମହାବିଦ୍ୟଳୟରେ ଛାତ୍ରଛାତ୍ରୀଙ୍କ ମୌଳିକ ସମସ୍ୟା ସମାଧାନ କ୍ଷେତ୍ରରେ ଅଗ୍ରାଧିକାର ଭିତ୍ତିରେ ପଦକ୍ଷେପ ନେବେ ବୋଲି କହିଛନ୍ତି |

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ସଂସ୍କୃତ ଭାଷାର ପ୍ରଚାର ଓ ପ୍ରସାର ପାଇଁ ଲୋକଭାଷା ପ୍ରଚାର ସମିତିର ଉଦ୍ୟମ ପ୍ରଶଂସନୀୟ:କୁଳପତି ଶ୍ରୀ ମହାପାତ୍ର