ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ସଂସ୍କୃତ ଭାଷାର ପ୍ରଚାର ଓ ପ୍ରସାର ପାଇଁ ଲୋକଭାଷା ପ୍ରଚାର ସମିତିର ଉଦ୍ୟମ ପ୍ରଶଂସନୀୟ:କୁଳପତି ଶ୍ରୀ ମହାପାତ୍ର

ସଂସ୍କୃତ ଭାଷାର ପ୍ରଚାର ଓ ପ୍ରସାର ପାଇଁ ଲୋକଭାଷା ପ୍ରଚାର ସମିତିର ଉଦ୍ୟମ ପ୍ରଶଂସନୀୟ:କୁଳପତି ଶ୍ରୀ ମହାପାତ୍ର – ସମୀକ୍ଷା ଖବର

ଜଗବନ୍ଧୁ ଖଟୁଆ/ରାଜନଗର ସାମ୍ବାଦିକ /ସମୀକ୍ଷା ନ୍ୟୁଜ :

ରାଜନଗର,୧୫/୧୦ ରାଜନଗର ବ୍ଲକ ସଦର ମହକୁମାସ୍ଥିତ ଶୈଳେନ୍ଦ୍ର ନାରାୟଣ ସଂସ୍କୃତ ମହାବିଦ୍ୟାଳୟରେ ଲୋକଭାଷା ପ୍ରଚାର ସମିତି ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିବା ଦଶଦିନ ବ୍ୟାପୀ ସଂସ୍କୃତ ସମ୍ଭାଷଣ ଶିବିର ଉଦଯାପିତ ହେବା ସହ ମହାବିଦ୍ୟାଳୟର ମୁଖପତ୍ର ଅନ୍ୱେଷା ଲୋକାର୍ପିତ ହୋଇଯାଇଛି।ଅନୁଷ୍ଠାନର ଅଧ୍ୟକ୍ଷ ଡ.ଘନଶ୍ୟାମ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟର କୁଳପତି ଡ. ପ୍ରଶାନ୍ତ କୁମାର ମହାପାତ୍ର ଯୋଗଦେଇ ଶିବିରାର୍ଥି ମାନଙ୍କୁ ଉଦବୋଧନ ଦେଇ ସଂସ୍କୃତ ଭାଷାହିଁ ଆଧୁନିକ ଭାରତୀୟ ଭାଷା ସମୂହର ଜନନୀ ବୋଲି କହି ସଂସ୍କୃତ ଭାଷା ଜାଣିଲେ ହିଁ ବେଦ ଉପନିଷଦକୁ ବୁଝି ହେବା ସହ ନିଜ ଜୀବନକୁ ସହଜ ଓ ସରଳ କରିହେବ ବୋଲି କହିଥିଲେ।ସମ୍ମାନିତ ଅତିଥି ଭାବେ ରାଜ୍ୟପାଳ ପୁରସ୍କୃତ ପ୍ରାପ୍ତ ପ୍ରାକ୍ତନ ଶିକ୍ଷକ ଶରତ ଚନ୍ଦ୍ର ମହାପାତ୍ର,ଅଷ୍ଟଶମ୍ଭୁ ସଂସ୍କୃତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ବସନ୍ତ କୁମାର ହାତିି ଓ ପ୍ରାକ୍ତନ ଅଧ୍ୟକ୍ଷ ଅକ୍ଷୟ କୁମାର ମିଶ୍ର ଯୋଗଦେଇ ଲୋକଭାଷା ସମିତି ସଂସ୍କୃତ ଭାଷାରେ କଥାବାର୍ତ୍ତା କରିବା ପାଇଁ ଛାତ୍ର ଛାତ୍ରୀ ତଥା ସାଧାରଣ ଲୋକଙ୍କ ପାଇଁ ଯେଉଁ ଉଦ୍ୟମ କରୁଛନ୍ତି,ତଦ୍ୱାରା ସଂସ୍କୃତ ଭାଷା ସାଧାରଣରେ ଗ୍ରହଣୀୟ ହେଉଥିବା କହିଥିଲେ।

ସଂସ୍କୃତ ଭାଷାର ପ୍ରଚାର ଓ ପ୍ରସାର ପାଇଁ ଲୋକଭାଷା ପ୍ରଚାର ସମିତିର ଉଦ୍ୟମ ପ୍ରଶଂସନୀୟ:କୁଳପତି ଶ୍ରୀ ମହାପାତ୍ର – ସମୀକ୍ଷା

ଏହି ଅବସରରେ ପ୍ରଥମ ଥର ପାଇଁ ମହାବିଦ୍ୟାଳୟର ମୁଖପତ୍ର ଅନ୍ୱେଷା କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଶିବିରାର୍ଥି ମାନେ ସଂସ୍କୃତ ଭାଷାରେ ସଙ୍ଗୀତ ଓ ନାଟକ ପରିବେଷଣ କରିଥିଲେ।ପ୍ରାରମ୍ଭରେ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଅଧ୍ୟାପକ ନିହାର ରଞ୍ଜନ ପରିଡ଼ା ଦେଇଥିଲେ।ଶିବିର ପ୍ରଶିକ୍ଷକ କାହ୍ନୁ ଚରଣ ପ୍ରଧାନ ସମ୍ଭାଷଣ ଶିବିରରେ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ।କାର୍ଯ୍ୟକ୍ରମକୁ ଅଧ୍ୟାପିକା ତନୁଶ୍ରୀ ମିଶ୍ର ସଂଯୋଜନା କରିଥିଲେ। ଅଧ୍ୟାପକ ଆଦିତ୍ୟ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ।ସୂଚନା ଥାଉକି,ଶ୍ରୀ ଜଗନ୍ନାଥ ବିଶ୍ଵ ବିଦ୍ୟାଳୟର କୁଳପତି ଡ.ପ୍ରଭାତ କୁମାର ମହାପାତ୍ରଙ୍କ ପ୍ରଥମ ରାଜନଗର ଗସ୍ତ ଅବସରରେ ବ୍ଲକରେ ଥିବା ତିନୋଟି ସଂସ୍କୃତ କଲେଜ ଯଥା ଏସ ଏନ ସଂସ୍କୃତ କଲେଜ, ରାଜନଗର, ଅଷ୍ଟଶମ୍ଭୁ ସଂସ୍କୃତ କଲେଜ, ଚନ୍ଦ୍ରଶିଖର ଓ ଏନ କେ ଏନ କେ ସଂସ୍କୃତ କଲେଜ, ଏଣ୍ଡୁଳlପୁରର ଅଧ୍ୟକ୍ଷ ଓ ଅଧ୍ୟାପକମାନେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଆମେ କରିବୁ ମହାବିଦ୍ୟାଳୟର ଉନ୍ନତି:ବାଜା ବାଣ ରୋଷଣୀରେ ଆସିଲେ ୩ ଛାତ୍ର ସଂଗଠନର ପାର୍ଥୀ