ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକମାନଙ୍କ ଦ୍ବାରା ସ୍ୱାଭିମାନ, ସ୍ୱାର୍ଥ ଓ ସୁରକ୍ଷା ଦାବି ନେଇ ଶାନ୍ତିପୂର୍ଣ୍ଣ ଗଣଧାରଣା

ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକମାନଙ୍କ ଦ୍ବାରା ସ୍ୱାଭିମାନ, ସ୍ୱାର୍ଥ ଓ ସୁରକ୍ଷା ଦାବି ନେଇ ଶାନ୍ତିପୂର୍ଣ୍ଣ ଗଣଧାରଣା – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବଡ଼ସାହି, ୧୨/୧୦/୨୬ – ସାମ୍ବାଦିକମାନଙ୍କ ସ୍ୱାଭିମାନ, ସ୍ୱାର୍ଥ ଓ ସୁରକ୍ଷା ଦାବି ନେଇ ସୋମବାର ବାରିପଦାସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ଶାନ୍ତିପୂର୍ଣ୍ଣ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ମିଳିତ ମହାମଞ୍ଚ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନରେ ଜିଲ୍ଲାର ୪ଟି ଉପଖଣ୍ଡ ଓ ୨୬ଟି ବ୍ଲକରୁ ସହସ୍ରାଧିକ ସାମ୍ବାଦିକ ଯୋଗଦେଇ ପ୍ରଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ।

ଘଟଣାକ୍ରମେ ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସମୂହଙ୍କୁ ପ୍ରଶାସନିକ ଅବହେଳା କାରଣରୁ ବିଭିନ୍ନ କ୍ଷେତ୍ରରେ ଅଣଦେଖା କରାଯାଇ ନିତାନ୍ତ ଆବଶ୍ୟକୀୟ ସମସ୍ୟାର ସମାଧାନ ହେଉନଥିବା ତଥା କାର୍ଯ୍ୟାଳୟ ମାନଙ୍କରେ ମଧ୍ୟ ଉପଯୁକ୍ତ ସମ୍ମାନ ମିଳୁନଥିବା ନିହାତି ନୀନ୍ଦନୀୟ ବୋଲି ମତପ୍ରକାଶ ପାଇଥିଲା । ଜିଲ୍ଲାର ବ୍ଲକ, ସବଡିଭିଜନ ଏବଂ ଜିଲ୍ଲା ସ୍ତରରେ କାର୍ଯ୍ୟରତ ସାମ୍ବାଦିକ ମାନେ ଦୈନନ୍ଦିନ ଖବର ସଂଗ୍ରହ ସମୟରେ ମଧ୍ୟ ସାମ୍ନା କରୁଥିବା ବିଭିନ୍ନ ବାଧାବିଘ୍ନର ସମ୍ମୁଖୀନ ହେଉଥିବା ଘଟଣା ଏବେ ବଢ଼ିବାରେ ଲାଗିଛି । ଆଗାମୀ ଦିନରେ ସାମ୍ବାଦିକଙ୍କ ସମସ୍ୟା ଉପରେ ପ୍ରଶାସନିକ ନିୟନ୍ତ୍ରଣ ନରହିଲେ ଏବଂ ପ୍ରତ୍ୟେକ ବିଭାଗ ଓ ବିଭିନ୍ନ ସ୍ତରରେ ଉପଯୁକ୍ତ ସମ୍ମାନ ନମିଳିଲେ ମିଳିତ ମଞ୍ଚ ଏକତ୍ରିତ ଭାବେ ଯେଉଁ ପଦକ୍ଷେପ ନେବେ ତା ପାଇଁ ପ୍ରଶାସନ ଦାୟୀ ରହିବେ ବୋଲି ମଧ୍ୟ ମହାମଞ୍ଚ ତରଫରୁ ଚେତାବନୀ ଦିଆଯାଇଛି । ତେବେ ସୋମବାରର ଏହି ସମାବେଶରେ ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ), ଉତ୍କଳ ସାମ୍ବାଦିକ ସଂଘ, ରାଜ୍ୟ ସାମ୍ବାଦିକ ସଂଘ (ଏସୟୁଜେ), କଳିଙ୍ଗ ପେସାଦାର ସାମ୍ବାଦିକ ସଂଘ, ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘ, ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକ ପରିବାର ଏବଂ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ ଭଳି ପ୍ରମୁଖ ସଂଗଠନର ନେତୃବୃନ୍ଦଙ୍କ ସହିତ ବିଭିନ୍ନ ସଙ୍ଗଠନ ଓ ରାଜନୈତିକ ଦଳର ନେତୃବୃନ୍ଦ ସାମିଲ ହୋଇ ସାମ୍ବାଦିକଙ୍କ ପ୍ରତି ଅବହେଳା ସମ୍ପର୍କରେ ଚିନ୍ତା ପ୍ରକଟ କରିବା ସହିତ ଆଗାମୀ ଦିନରେ ସାମ୍ବାଦିକ ମାନେ ଦୃଢ ଜବାବ ଦେବେ ବୋଲି କହିଛନ୍ତି ।

ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକମାନଙ୍କ ଦ୍ବାରା ସ୍ୱାଭିମାନ, ସ୍ୱାର୍ଥ ଓ ସୁରକ୍ଷା ଦାବି ନେଇ ଶାନ୍ତିପୂର୍ଣ୍ଣ ଗଣଧାରଣା – ସମୀକ୍ଷା

ସାମ୍ବାଦିକମାନଙ୍କ ମର୍ଯ୍ୟାଦା, ସୁରକ୍ଷା ଏବଂ ସାମୂହିକ ସ୍ୱାର୍ଥରକ୍ଷା ଦିଗରେ ଏକଜୁଟ ହୋଇ ସ୍ୱର ଉତ୍ତୋଳନ କରିବାକୁ ସମସ୍ତେ ସର୍ବସମ୍ମତି ଆଲୋଚନା କ୍ରମେ ନିଷ୍ପତ୍ତି ନେଇଛନ୍ତି । ଏନେଇ ଏକ ୪ ଦଫା ଦାବିପତ୍ର ପ୍ରଦାନ ସମୟରେ ସମୂହ ସାମ୍ବାଦିକ ବିଭିନ୍ନ ନାରା ଦେଇ ପଦଯାତ୍ରା କରିଥିଲେ । ସାମ୍ବାଦିକଙ୍କୁ ଏକ ସ୍ୱତନ୍ତ୍ର ବନ୍ଦୋବସ୍ତ ଓ ସୁବିଧା ତଥା ସୁରକ୍ଷା ନିମନ୍ତେ ଆଗମୀ ଦିନରେ ଖୁବଶିଘ୍ର ପ୍ରଶାସନିକ ଦୃଷ୍ଟି ଦେବା ସହିତ ଲିଖିତ ଦାବିଗୁଡିକର ସମାଧାନ ନହେଲେ ଆଗାମୀ ଦିନରେ ପରିସ୍ଥିତି ଭୟଙ୍କର ହେବା ସହ ଜିଲ୍ଲା ସାମ୍ବାଦିକ ଗଣ ମିଳିତ ଭାବେ ନିଜ ଅଧିକାର ଛଡାଇ ନେବାକୁ ବାଧ୍ୟ ହେବେ ଓ ଏଭଳି ପ୍ରଭାବ ଆଗକୁ ବଢିବ ବୋଲି ସାମ୍ବାଦିକ ମିଳିତ ମହାମଞ୍ଚ ତରଫରୁ ଆହ୍ୱାନ ଦିଆଯାଇଛି । ଦଳମତ ତଥା ସଂଗଠନଗତ ମତଭେଦରୁ ଊର୍ଦ୍ଧ୍ଵରେ ରହି ଜିଲ୍ଲାର ସମସ୍ତ ସାମ୍ବାଦିକ ଏହି ଆନ୍ଦୋଳନରେ ସାମିଲ ହୋଇଥିବାରୁ ମହାମଞ୍ଚ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଗୁଣପୁରରେ ଜିଲ୍ଲାପାଳ ରାୟଗଡ଼ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ