ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ବନ୍ୟା ପ୍ରଭାବିତ ପାଳପାଟଣା ଗ୍ରାମରେ ଉପଯୁକ୍ତ ସ୍ଥାନରେ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଦାବି

ବନ୍ୟା ପ୍ରଭାବିତ ପାଳପାଟଣା ଗ୍ରାମରେ ଉପଯୁକ୍ତ ସ୍ଥାନରେ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଦାବି – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବଡ଼ସାହି, ୧୮/୧୦/୨୬ – ବର୍ଷାଦିନିଆ ବନ୍ୟାରେ ବଡ଼ସାହି ବ୍ଲକର ନଦୀକଡ଼ ଅଞ୍ଚଳ ମୁଖ୍ୟତଃ ଶାଳଗାଁ, ମାନଗୋବିନ୍ଦପୁର ପଞ୍ଚାୟତ ଅଧିକ ବନ୍ୟା ପ୍ରଭାବିତ ହୋଇଥାଏ । ଉକ୍ତ ପଞ୍ଚାୟତ ମଧ୍ୟ ଦେଇ ବୁଢାବଳଙ୍ଗ ଓ ଗଙ୍ଗାହାର ଭଳି ଦୁଇଟି ନଦୀ ପ୍ରବାହିତ ଯୋଗୁଁ ବନ୍ୟା ସମୟରେ ସମଗ୍ର ଜଳମଗ୍ନ ହୋଇଥାଏ । କୌଣସି ଗୋଟିଏ ନଦୀରେ ବି ବନ୍ୟା ହେଲେ ଏହି ପଞ୍ଚାୟତରେ ଥିବା ବିଭିନ୍ନ ଗ୍ରାମ ଖୁବ ପ୍ରଭାବିତ ହୋଇଥାଏ । ବିଶେଷକରି ଶାଳଗାଁ ପଞ୍ଚାୟତର ପାଳପାଟଣା ଗ୍ରାମ ସାମାନ୍ୟ ବନ୍ୟାରେ ମଧ୍ୟ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଉଥିବା ଦେଖିବାକୁ ମିଳେ । ଚଳିତବର୍ଷ ଲଗାତର ୪ଥର ବନ୍ୟା ପରିସ୍ଥିତି ନେଇ ଉକ୍ତ ଗ୍ରାମବାସୀଙ୍କ ସୁରକ୍ଷା ନିମନ୍ତେ ଏକ ବନ୍ୟା ଆଶ୍ରୟ ସ୍ଥଳୀର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାରୀ ସ୍ତରରେ ନିର୍ମାଣ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହେଉଥିବା ଜଣାପଡିଛି । ଏଥି ନିମନ୍ତେ ରାଜସ୍ୱ ବିଭାଗ ଦ୍ଵାରା ପ୍ରଥମେ ସ୍ଥାନ ନିରୂପଣ ହୋଇଥିବା ବେଳେ ଏହାକୁ ସ୍ଥାନୀୟ ସ୍କୁଲ ପରିଚାଳନା କମିଟି ସମେତ ଗ୍ରାମବାସୀ ବିରୋଧ କରିବା ଅଭିଯୋଗ ସମ୍ନାକୁ ଆସିଛି ।

ଘଟଣାକ୍ରମେ ସମ୍ପୃକ୍ତ ପଞ୍ଚାୟତର ରାଜସ୍ୱ ନିରୀକ୍ଷକ ପ୍ରଥମେ ଗ୍ରାମବାସୀଙ୍କ ଉପସ୍ଥିତିରେ ଅଙ୍ଗନୱାଡି ଘର ନିକଟରେ ବନ୍ୟା ଆଶ୍ରୟ ସ୍ଥଳୀ ନିମନ୍ତେ ସ୍ଥାନ ନିରୂପଣ କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଉକ୍ତ ଚୟନ ସ୍ଥାନ ବଦଳରେ ନିକଟସ୍ଥ ଗଙ୍ଗାହାର ନଦୀ ନିକଟବର୍ତ୍ତୀ ଏକ ଚାଷ ଜମିରେ ସ୍ଥାନ ଚୟନ କରିଛନ୍ତି ଯାହାକି ନଦୀ କୂଳଠାରୁ ମାତ୍ର ୫୦ ଫୁଟ ଭିତରେ ଅବସ୍ଥିତ ତଥା ବନ୍ୟା ଆସିବା ମାତ୍ରେ ଖୁବଶୀଘ୍ର ବନ୍ୟାପାଣି ୪/୫ ଫୁଟ ଉଠି ସେଇ ଜମିରେ ପ୍ରବାହିତ ହୋଇଥାଏ । ଗ୍ରାମବାସୀ ଜାଗା ପରିବର୍ତ୍ତନ ଜାଣି ପ୍ରଥମେ ଏ ସମ୍ପର୍କରେ ଜିଲ୍ଲାପାଳ, ମୟୂରଭଞ୍ଜଙ୍କୁ ଲିଖିତ ଅବଗତ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ପାରିନାହିଁ । ପ୍ରଥମ ନିର୍ଦ୍ଧାରିତ ସ୍ଥାନ ଗ୍ରାମର ଅଙ୍ଗନୱାଡି ଘର ନିକଟସ୍ଥ ସ୍ଥାନକୁ ଉପଯୁକ୍ତ ଦର୍ଶାଇ ସେହିଠାରେ ବନ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ କରାଯିବାକୁ ଗ୍ରାମବାସୀ ଦାବି ଉପସ୍ଥାପନ ପୂର୍ବକ ବଡ଼ସାହି ତହସିଲଦାରଙ୍କୁ ପଣି ଏକ ଲିଖିତ ଅଭିଯୋଗ ଜଣାଇଛନ୍ତି । ତଦନ୍ତ ପୂର୍ବକ ସମାଧାନ ସହ ସ୍ଥାନ ନିରୂପଣ କରି ବନ୍ୟା ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ଲିଖିତ ଜଣାଇଥିବା ବ୍ୟତୀତ ବ୍ୟତିକ୍ରମ ହେଲେ ଧାରଣା ଓ ଗଣ୍ଡଗୋଳର ଆଶଙ୍କା ରହିଥିବା ସମ୍ପର୍କରେ ମଧ୍ୟ ବଡ଼ସାହି ତହସିଲଦାରଙ୍କୁ ଏକ ଦସ୍ତଖତ ସମ୍ବଳିତ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମଧୁବନ ରାବଣ ପୋଡି ପାଇଁ ପ୍ରସ୍ତୁତି ବୈଠକ