ଦୁର୍ଗା ପ୍ରସାଦ ଦାଶ/ଜିଲ୍ଲା ପ୍ରତିନିଧି/ସମୀକ୍ଷା ନିୟୁଜ/ଖୋରଧା:
ଖୋରଧା ୧୬/୧୦/୨୬ ଖୋରଧା ଟାଉନ୍ ନିକଟସୁ ତରତୁଆ ଆଇଟିବିପି କ୍ୟାମ୍ପ ନିକଟରେ ଚଢ଼ାଉ କରି ୪୨ କେଜି ଗଞ୍ଜେଇ ଜବତ କରିଛି ଖୋର୍ଦ୍ଧା ମଡେଲ୍ ଥାନା ପୁଲିସ l ଖୋର୍ଦ୍ଧା ଏସ୍ପିଙ୍କ ନିର୍ଦ୍ଦେଶ ଓ ବରିଷ୍ଠ ଅଧୂକାରୀଙ୍କ ତତ୍ତ୍ବାବଧାନରେ ପୁଲିସ ଟିମ୍ ଏହି ଚଢ଼ାଉ କରିଥିଲା। ଘଟଣାରେ ଫୁଲବାଣୀ, କନ୍ଧମାଳ ଓ ଜଗତସିଂହପୁର ଜିଲ୍ଲାର ୩ ଜଣଙ୍କୁ ଅଟକ ରଖୁବା ସହ ଗିରଫ କରାଯାଇଛି। ପୁଲିସ ୪୨ କେଜି ଗଞ୍ଜେଇ ସହ ଗୋଟିଏ ହୁଣ୍ଡାଇ ଭେନ୍ୟୁ କାର୍, ଗୋଟିଏ ବିଦ୍ୟୁତ୍ଚାଳିତ ସ୍ମୃଟି,୩ଟି ମୋବାଇଲ୍ ଫୋନ୍ ଏବଂ ୧୫ ହଜାର ଟଙ୍କା ନଗଦ ଜବତ କରିଛି। ଏନ୍ଡିପିଏସ୍ ଆଇନ ଅନୁଯାୟୀ ମାମଲା ରୁଜୁ କରି ଖୋର୍ଦ୍ଧା ମଡେଲ୍ ଥାନା ପୁଲିସ ଘଟଣାର ତଦନ୍ତ ଜାରି ରଖୁଛି।






