ମୁଖ୍ୟ ବିଷୟକୁ ଯାଆନ୍ତୁ
ବୁଧବାର, ୨୧ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

ଅତାବିରା କଲେଜ ରେ ଏଭିବିପି (AVBP) ପ୍ରାଥୀଙ୍କ ବାଜିମାତ ଆୟୁଷ୍ମାନ ସଭାପତି,ଶ୍ରୀରାମ ସାଧାରଣ ସମ୍ପାଦକ ନିର୍ବାଚିତ

ଅତାବିରା କଲେଜ ରେ ଏଭିବିପି (AVBP) ପ୍ରାଥୀଙ୍କ ବାଜିମାତ ଆୟୁଷ୍ମାନ ସଭାପତି,ଶ୍ରୀରାମ ସାଧାରଣ ସମ୍ପାଦକ ନିର୍ବାଚିତ – ସମୀକ୍ଷା ଖବର


ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧି/ବରଗଡ/ସମୀକ୍ଷା ନିଉଜ୍:
ବରଗଡ ଜିଲ୍ଲା ଅତାବିରା ବ୍ଲକ ଅତାବିରା ଏବଂ ଲରମ୍ଭା କଲେଜ ରେ ଗୁରୁବାର ଶାନ୍ତିଶୃଙ୍ଖଳା ସହ ଛାତ୍ର ସଂସଦ ନିର୍ବାଚନ ସକାଳ ଆଠଟାରୁ ଆରମ୍ଭ ହୋଇ ଅପରାହ୍ନ ୨ ଟାରେ ଶେଷ ହୋଇ ସନ୍ଧ୍ୟା ୫ଟାରେ ଅତାବିରା କଲେଜ ନିର୍ବାଚନର ଫଳା ଫଳ ଘୋଷଣା ହୋଇଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏବିଭିପି ସମଥିତ ପ୍ରାଥି ସଭାପତି ପଦବୀରେ ଆୟୁଷ୍ମାନ ଚାନ୍ଦ, ସାଧାରଣ ସମ୍ପାଦକ ଭାବେ ଶ୍ରୀରାମ ପଣ୍ଡା ଏବଂ କ୍ରୀଡା ଯୁଗ୍ମ ସମ୍ପାଦକ ସୌରଭ ବାଗ ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି । ଅନ୍ୟ ପକ୍ଷେ ଏବିଭିପି ର ଉପସଭାପତି ପଦବୀ ସକାଶେ ରୁପେଶ ତାଣ୍ଡିଆ, ଯୁଗ୍ମ ସାଧାରଣ ସମ୍ପାଦକ ଭାବେ ସୁମନ ମେହେର ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ବେଳେ ବିଜୁ ଛାତ୍ର ଜନତା ଦଳ ସମର୍ଥତ ନାଟ୍ୟ ସମ୍ପାଦକ ସୌମ୍ୟରଞ୍ଜନ ପ୍ରଧାନ ମଧ୍ୟ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ।

ଅତାବିରା କଲେଜ ରେ ଏଭିବିପି (AVBP) ପ୍ରାଥୀଙ୍କ ବାଜିମାତ ଆୟୁଷ୍ମାନ ସଭାପତି,ଶ୍ରୀରାମ ସାଧାରଣ ସମ୍ପାଦକ ନିର୍ବାଚିତ – ସମୀକ୍ଷା


ଅତାବିରା କଲେଜ ରେ ୮୩୪ ଭୋଟର ଛାତ୍ର ଛାତ୍ରୀ ଙ୍କ ମଧ୍ୟ ରୁ ୬୧୫ ଜଣ ମତଦାନ କରିଥିଲେ ସଭାପତି ପଦବୀରେ ଆୟୁଷ୍ମାନ ଚାନ୍ଦ ୨୫୦ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରାଥୀ କନତା ବଦଳ ଦୋରା ୨୩୮ ଟି ଭୋଟ ପାଇଥିଲେ ସେହିପରି ସାଧାରଣ ସମ୍ପାଦକ ପଦବୀରେ ଶ୍ରୀରାମ ପଣ୍ଡା ୨୪୧ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରାଥୀ ହିମାଂଶୁ ପ୍ରଧାନ ୨୩୬ ଖଣ୍ଡ ଭୋଟ ପାଇଥିଲେ କ୍ରୀଡା ଯୁଗ୍ମ ସମ୍ପାଦକ ପଦବୀ ପାଇଁ ହୋଇଥିବା ନିର୍ବାଚନ ରେ ସୌରଭ ବାଗ ତାଙ୍କ ନିକଟତମ ପ୍ରାଥି ଶୁଭମ୍ ନାରାୟଣ ବିଶ୍ଵାଳଙ୍କ ଠାରୁ ସର୍ବାଧିକ ୧୪୪ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ଅତାବିରା ରେ କଲେଜ ଅଧକ୍ଷ ସ୍ୱରୂପ କୁମାର ପାଣିଗ୍ରାହୀ ଙ୍କ ନେତୃତ୍ୱରେ ମୁଖ୍ୟ ନିର୍ବାଚନ ପରିଚାଳନା ଅଧିକାରୀ ପରମାନନ୍ଦ ରଥ, ନିର୍ବାଚନ ଅଧିକାରୀ ଧର୍ମେନ୍ଦ୍ର ପ୍ରଧାନ ଓ ବଳରାମ ପ୍ରଧାନ, ଆଶୁତୋଷ ପରିଛା ଏବଂ ନୀତେଶ ସ୍ୱାଇଁ ନିର୍ବାଚନ ପରିଚାଳନା କରିଥିଲେ ।

ଅତାବିରା କଲେଜ ରେ ଏଭିବିପି (AVBP) ପ୍ରାଥୀଙ୍କ ବାଜିମାତ ଆୟୁଷ୍ମାନ ସଭାପତି,ଶ୍ରୀରାମ ସାଧାରଣ ସମ୍ପାଦକ ନିର୍ବାଚିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
PM Narendra Modi participates in Vijayadashami celebrations at Indraprastha Ramleela Ground. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓPM Narendra Modi participates in Vijayadashami celebrations at Indraprastha Ramleela Ground.YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ସୋହେଲା ନବରାତ୍ର ଦୁର୍ଗାପୂଜା ଆକର୍ଷିତ କରୁଛି ଭଵ୍ୟ ମଣ୍ଡପ ଏବଂ ଆଲୋକ ସଜ୍ଜା