ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

କାର ସହ ଗଂଜେଇ ଜବତ କାରଛାଡ଼ି ଚାଳକ ଫେରାର ପୋଲିସ ର ତଦନ୍ତ ଜାରି

କାର ସହ ଗଂଜେଇ ଜବତ କାରଛାଡ଼ି ଚାଳକ ଫେରାର ପୋଲିସ ର ତଦନ୍ତ ଜାରି – ସମୀକ୍ଷା ଖବର


ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:
ବରଗଡ଼:୧୬ା୧୦ ପୁଲିସର ପେଟ୍ରୋଲିଂ ସମୟରେ ଗଞ୍ଜେଇ ଚାଲାଣର ଏକ ଘଟଣା ସାମ୍ନାକୁ ଆସିଛି। ସରେଇକେଳା ଜଙ୍ଗଲ ନିକଟରେ ଏକ କାରରୁ ୩୪ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ପୁଲିସକୁ ଦେଖି ଗାଡ଼ିରେ ଥିବା ଅଭିଯୁକ୍ତ ଫେରାର ହୋଇଯାଇ ଥିବା ଘଟଣା ସାମ୍ନା କୁ ଆସିଛି l ସୂଚନା ଅନୁଯାୟୀ, ଜଗଦଳପୁର ପୁଲିସ ପକ୍ଷରୁ ଅଞ୍ଚଳରେ ପେଟ୍ରୋଲିଂ ଚାଲିଥିବା ସମୟରେ ସରେଇକେଳା ଜଙ୍ଗଲ ନିକଟରେ ପଦ୍ମପୁର ରାସ୍ତାରୁ ଏକ ମାରୁତି ସୁଜୁକି ଫୋନେକ୍ସ କାର ଆସୁଥିଲା ପୁଲିସକୁ ଦେଖି କାରରେ ଥିବା ବ୍ୟକ୍ତି ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ପଳାଇଥିଲେ। ପୁଲିସ କାରଟିକୁ ଯାଞ୍ଚ କରିବାରୁ ସେଥିରୁ ୩୪ କେଜି ଗଞ୍ଜେଇ ମିଳିଥିଲା। ପୁଲିସ ଗଞ୍ଜେଇ ସହ କାରଟିକୁ ଜବତ କରି ଜଗଦଳପୁର ଥାନାରେ କେସ୍‌ ନମ୍ବର ୨୨୮/୨୬ରେ ମାମଲା ରୁଜୁ କରିଛି। ଗଞ୍ଜେଇ କେଉଁଠାରୁ ଆସିଥିଲା ଏବଂ ଏହା କେଉଁଠାକୁ ଚାଲାଣ ହେଉଥିଲା, ସେ ନେଇ ପୁଲିସ ତଦନ୍ତ ଚଳାଇଛି। ଫେରାର ଅଭିଯୁକ୍ତଙ୍କୁ ଚିହ୍ନଟ କରି ଧରିବା ପାଇଁ ମଧ୍ୟ ଉଦ୍ୟମ ଜାରି ରହିଥିବା ଜଣାପଡ଼ିଛି।

କାର ସହ ଗଂଜେଇ ଜବତ କାରଛାଡ଼ି ଚାଳକ ଫେରାର ପୋଲିସ ର ତଦନ୍ତ ଜାରି – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବରଗଡ଼ରେ ପାୱାର ଅଫ୍ ଦିବ୍ୟାଙ୍ଗ ପକ୍ଷରୁ ୪ ଟି ବ୍ୟାଟେରୀ ଚାଳିତ ଟ୍ରାୟ ସାଇକେଲ ବଣ୍ଟନ