ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ଗୋଣ୍ଡ ସମାଜର କଲ୍ୟାଣ ମଣ୍ଡପ ଉଦ୍‌ଘାଟିତ

ଗୋଣ୍ଡ ସମାଜର କଲ୍ୟାଣ ମଣ୍ଡପ ଉଦ୍‌ଘାଟିତ – ସମୀକ୍ଷା ଖବର

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:
ଝାରବନ୍ଧ, ୧୬ା୧୦ ସାମାଜିକ ସଂହତିର ସୁଦୃଢ଼ୀକରଣ ସହ ସାଂସ୍କୃତିକ ପରମ୍ପରାର ରକ୍ଷଣ ଓ ସାମୂହିକ ବିକାଶରେ ସହାୟକ ହେବ କଲ୍ୟାଣ ମଣ୍ଡପ। ଏହି ଲକ୍ଷ୍ୟ ନେଇ ଅଖିଳ ଭାରତୀୟ ଗୋଣ୍ଡ ସମାଜ, ଝାରବନ୍ଧର ତୁର୍ଲା ସର୍କଲ ପାଇଁ ନିର୍ମିତ କଲ୍ୟାଣ ମଣ୍ଡପର ଉଦ୍‌ଘାଟନ ଉତ୍ସବ ଗୁରୁବାର ଆୟୋଜିତ ହୋଇଥିଲା। ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଏହାକୁ ଉଦ୍‌ଘାଟନ କରିଥିଲେ। ବିଧାୟକ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଅନୁଦାନରେ ଏହି ମଣ୍ଡପ ନିର୍ମାଣ କରାଯାଇଛି।ଉତ୍ସବ ପ୍ରାରମ୍ଭରେ ଗୋଣ୍ଡ ସମାଜର ଆରାଧ୍ୟ ଦେବତା ବୁଢ଼ା ଦେଓଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ତୁର୍ଲା ସର୍କଲ ସଭାପତି ଲକ୍ଷ୍ମୀଚନ୍ଦ ସିଦାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବିଧାୟିକା ଶ୍ରୀମତୀ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାରୀ ଶିକ୍ଷାର ପ୍ରସାର ଓ ସାମାଜିକ ଭାଇଚାରା ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇଥିଲେ। ଶିକ୍ଷା ଓ ଏକତା ହିଁ ସମାଜର ପ୍ରଗତିର ମୁଖ୍ୟ ଆଧାର। ତେଣୁ ଆଗାମୀ ପିଢ଼ିର ଉନ୍ନତି ତଥା ସମାଜର ସାମୂହିକ ବିକାଶ ପାଇଁ ସମସ୍ତେ ମିଳିମିଶି ଉଦ୍ୟମ କରିବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ।

ଗୋଣ୍ଡ ସମାଜର କଲ୍ୟାଣ ମଣ୍ଡପ ଉଦ୍‌ଘାଟିତ – ସମୀକ୍ଷା

ଅନ୍ୟତମ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଲିପ୍ସା ପ୍ରଧାନ, ଗାଁ କମିଟି ସଭାପତି ମୋହନ ପ୍ରଧାନ, ବିଜେଡି ଜିଲ୍ଲା ଉପସଭାପତି ନନ୍ଦଲାଲ ମହାପାତ୍ର, ତୁର୍ଲା ସର୍କଲ ଗୋଣ୍ଡ ସମାଜ କୋଷାଧ୍ୟକ୍ଷ ଯଜ୍ଞ ସିଂ ସିଦାର ଓ ବ୍ଲକ ଉପସଭାନେତ୍ରୀ ଲକ୍ଷ୍ମୀ ସିଦାର ଯୋଗଦେଇଥିଲେ। ଏହି ଅବସରରେ ଝାରବନ୍ଧ ବ୍ଲକ ମହିଳା ବିଜେଡି ସଭାନେତ୍ରୀ କୁମୁଦିନୀ ସାହୁ, ବ୍ଲକ ବିଜେଡି ସଭାପତି ଯତୀନ୍ଦ୍ର ହାତୀ ଓ ଜିଲ୍ଲା ପରିଷଦ ସଭ୍ୟ ସୁଶୀଲ ମରେଈଙ୍କୁ ସମ୍ମାନିତ କରାଯାଇଥିଲା।ସାମାଜିକ ଓ ସାଂସ୍କୃତିକ ଉତ୍ସବ, ସାମୂହିକ ବୈଠକ ସହ ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟରେ ଏହି ମଣ୍ଡପ ଉପଯୋଗୀ ହେବ। ଏହାଦ୍ୱାରା ସମାଜର ସଦସ୍ୟଙ୍କ ମଧ୍ୟରେ ଏକତା ଓ ସମନ୍ୱୟ ବୃଦ୍ଧି ପାଇବା ସହ ପାରମ୍ପରିକ ରୀତିନୀତି ଓ ସାଂସ୍କୃତିକ ମୂଲ୍ୟବୋଧର ସୁରକ୍ଷା ହୋଇପାରିବ ବୋଲି ଉପସ୍ଥିତ ସଦସ୍ୟମାନେ ଆଶା ପ୍ରକାଶ କରିଥିଲେ। ତୁର୍ଲା ସର୍କଲ ସହସମ୍ପାଦକ ବିଶିକେଶନ ଧରୁଆ ସଭା ପରିଚାଳନା କରିଥିବାବେଳେ ସମ୍ପାଦକ ଜୟ ସିଂହ ଦାଉ ଧନ୍ୟବାଦ ଅର୍ପଣ କରିଥିଲେ। ସଫେଦ ରାମ ସିଦାର, ଉଜ୍ଜ୍ୱଳ ମାଝୀଙ୍କ ସମେତ ସମାଜର ବିଭିନ୍ନ କର୍ମକର୍ତ୍ତା କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।

ଗୋଣ୍ଡ ସମାଜର କଲ୍ୟାଣ ମଣ୍ଡପ ଉଦ୍‌ଘାଟିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
ପରବର୍ତ୍ତୀ ଖବର କାର ସହ ଗଂଜେଇ ଜବତ କାରଛାଡ଼ି ଚାଳକ ଫେରାର ପୋଲିସ ର ତଦନ୍ତ ଜାରି