
ମହେଶ୍ୱର ଦିଗାଲ/ସବ ଡିଭିଜନାଲ ସମ୍ବାଦିକ/ ସମୀକ୍ଷା ନିଉଜ/ ବାଲିଗୁଡ଼ା
ବାଲିଗୁଡ଼ା ତା 16/10/26: (କନ୍ଧମାଳ) ନିଶା ମୁକ୍ତ ସମାଜ ଗଠନ ସହ ଯୁବ ପୀଢ଼ୀଙ୍କୁ ନିଶାର କବଳରୁ ଦୂରେଇ ରଖିବା ଏବଂ ଗ୍ରାମାଞ୍ଚଳରେ ବିକଳ୍ପ ଜୀବିକାର ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ବାଲିଗୁଡ଼ା ପୋଲିସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସଚେତନା ଅଭିଯାନ ଆୟୋଜିତ ହୋଇଛି. ବାଲିଗୁଡ଼ା ତହସିଲ, ଅନ୍ତର୍ଭୁକ୍ତ ସିନ୍ଦ୍ରିଗାଁ ଗ୍ରାମ ପଞ୍ଚାୟତରେ ନିଶାମୁକ୍ତ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମବାସୀ ଯୁବକ ଚାଷୀମାନଙ୍କୁ ନିଶା ଦ୍ରବ୍ୟର କୁ ପରିମାଣ ଏବଂ ଗଞ୍ଜେଇ ଚାଷର ବଦଳରେ ଅନ୍ୟ ଫସଲ ଚାଷ କରିବା, ଜୀବିକା ନିର୍ବାହ କରିବା ସମ୍ପର୍କରେ ସଚେତନ କରାଯାଇ ଥିଲା.ବାଲିଗୁଡ଼ା ଥାନା ପକ୍ଷରୁ ଆୟୋଜିତ ଏହି ଅଭିଯାନରେ ତହସିଲଦାର ବ୍ଲକ ଉନ୍ନୟନ ଅଧିକାରୀ,କୃଷି ଓ ପ୍ରାଣେ ସମ୍ପଦ ବିଭାଗର କର୍ମଚାରୀ ରାଜ୍ୟସ୍ୱ ନିରୀକ୍ଷକ ଏବଂ ସିନ୍ଦ୍ରିଗା ପଞ୍ଚାୟତର ଜନ ପ୍ରତିନିଧିମାନେ ଯୋଗ ଦେଇ ଥିଲେ.ବିଭିନ୍ନ ବିଭାଗର ଅଧିକାରୀମାନେ ଏହି ଅଭିଯାନରେ ସାମିଲ ହୋଇଥିଲେ . କନ୍ଧମାଳ ଜିଲ୍ଲାର ଗ୍ରାମାଞ୍ଚଳରେ ଆଇନ ସନ୍ମତ ଓ ସ୍ଥାୟୀ ଜୀବିକାର ସୁଯୋଗ ସୃଷ୍ଟି କରିବା ନିଶା ମୁକ୍ତ ଅଭିଯାନର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ .ଗଞ୍ଜେଇ ଚାଷରୁ ଦୂରେଇ ରହି ଫଳ ପନିପରିବା ଅନ୍ୟାନ୍ୟ କୃଷିଜାତ ଫସଲ କରିବାକୁ ପରାମର୍ଶ ଦେଇଥିଲେ. କୃଷି ବିଭାଗ ଅନ୍ୟ ବିଭାଗ ସହଯୋଗରେ ବିକଳ୍ପ ଚାଷ ପ୍ରଣାଳୀ ଉତ୍ପାଦନ ରୋଜଗାରର ସବୁ ସମ୍ପର୍କ ରଖିବାକୁ ଜନସାଧାରଣଙ୍କ ଉପସ୍ଥିତ ଅଧିକାରୀମାନେ କହିଥିଲେ,ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଯୁବକମାନଙ୍କୁ ଏକତ୍ର କରିବା ନିଶାଠାରୁ ଦୂରେଇ ରହି ଶିକ୍ଷା କ୍ରୀଡ଼ା କୌଶଳ ବିଭାଗ ବିକାଶ ଓ ରୋଜଗାର ମୁଖୀ କାର୍ଯ୍ୟରେ ଅଧିକ ସମୟ ଦେଲେ ସମସ୍ତଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେବ ବୋଲି କହିଥିଲେ. ନିଶା ମୁକ୍ତ ସମାଜ ଗଠନ ସହ ଗଞ୍ଜେଇ ଚାଷ ମୁକ୍ତ ଅଞ୍ଚଳ କ ରିବା ପାଇଁ ପ୍ରଶାସନ ଓ ଜନସାଧାରଣଙ୍କ ମିଳିତ ସହଯୋଗ ଉପରେ ଏହି କାର୍ଯ୍ୟକ୍ରମରେ ଗୁରୁତ୍ୱ ଯାଆଯାଇ ଥିଲା.






