ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ଖୋର୍ଦ୍ଧା କେନ୍ଦୁଝର ପୁରୀ

ଦୁତିପଡ଼ାରେ ଖଜୁରୀପଡ଼ା ବ୍ଲକସ୍ତରୀୟ ଶିଶୁ ମହୋତ୍ସବ: “ସୁରଭି ” -୨୦୨୬

ଦୁତିପଡ଼ାରେ ଖଜୁରୀପଡ଼ା ବ୍ଲକସ୍ତରୀୟ ଶିଶୁ ମହୋତ୍ସବ: “ସୁରଭି ” -୨୦୨୬ – ସମୀକ୍ଷା ଖବର

ଅଚ୍ୟୁତ ଜାନୀ/ବିଶେଷ ପ୍ରତିନିଧି/କନ୍ଧମାଳ/ସମୀକ୍ଷା ନ୍ୟୁଜ

ଶିଶୁଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ, ସୃଜନଶୀଳତାର ପ୍ରସାର ଓ କଳାତ୍ମକ ଦକ୍ଷତାର ପରିପ୍ରକାଶ ଲକ୍ଷ୍ୟରେ ଦୁତିପଡ଼ା ଉଚ୍ଚ ବିଦ୍ୟାଳୟ ପରିସରରେ ଖଜୁରୀପଡ଼ା ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ନିଜର ପ୍ରତିଭା ପ୍ରଦର୍ଶନ କରି ଉପସ୍ଥିତ ଅତିଥି ଓ ଦର୍ଶକଙ୍କ ମନ ମୋହିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଶିବାରାଣୀ ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ମହୋତ୍ସବରେ ସୃଜନଶୀଳ ଲିଖନ, ବକ୍ତୃତା, ଚିତ୍ରାଙ୍କନ, ପିଏମ୍ ପୋଷଣ ଚିତ୍ରକଳା, ଶିଳ୍ପକଳା, ସଙ୍ଗୀତ ଓ ଦଳଗତ ନୃତ୍ୟ ଆଦି ପ୍ରତିଯୋଗିତା ହୋଇଥିଲା। ପ୍ରତିଯୋଗୀମାନେ ନିଜ ନିଜର କଳା, ଜ୍ଞାନ ଓ ସୃଜନଶୀଳତାର ପରିଚୟ ଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଖଜୁରୀପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ ଅନିମା କହଁର ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ଆଗାମୀ ଦିନରେ ଜିଲ୍ଲା ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ କରିବା ସହ ନିଜ ବିଦ୍ୟାଳୟ ଓ ବ୍ଲକର ଗୌରବ ବୃଦ୍ଧି କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଦଳଗତ ନୃତ୍ୟ ପ୍ରତିଯୋଗିତାରେ ରଣାପାଟୁଳି ସେବାଶ୍ରମ ପ୍ରଥମ, ଲମ୍ବାବାଡ଼ି ସେବାଶ୍ରମ ଦ୍ୱିତୀୟ ଏବଂ ମା’ ବରାଳଦେବୀ ଉଚ୍ଚ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଉଚ୍ଚ ମାଧ୍ୟମିକ ସ୍ତରର ପ୍ରତିଯୋଗିତାରେ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ ଓ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମଧ୍ୟ ସଫଳତା ହାସଲ କରିଥିଲେ।ଉତ୍ସବରେ ସମ୍ମାନିତ ଅତିଥି ଭାବେ ଦୁତିପଡ଼ା ସରପଞ୍ଚ ଜାନକୀ ଯାନୀ, ସମିତି ସଭ୍ୟ ଶୁକଦେବ ସେଠୀ, ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଅମ୍ବିକା ପ୍ରଧାନ, ପୂର୍ବତନ ଛାତ୍ର ସଂଘ ସଭାପତି ବସନ୍ତ କୁମାର ପ୍ରଧାନ ଓ ଗାନ୍ଧୀ ସାହୁ ଯୋଗଦେଇଥିଲେ। ପୂର୍ବତନ ଶିକ୍ଷକ ତଥା ବରିଷ୍ଠ କଳାକାର ଯୁଧିଷ୍ଠିର ମହାନ୍ତି ଓ ଯୁବ ସାମ୍ବାଦିକ ତଥା ମଞ୍ଚ ଅଭିନେତା ବିକାଶ କୁମାର ଦିଗାଲ ସାଂସ୍କୃତିକ ପ୍ରତିଯୋଗିତାର ବିଚାରକ ଦାୟିତ୍ୱ ତୁଲାଇଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ନାରଷୁ କହଁର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରପ୍ରସାଦ ନାୟକ ଓ ବଂଶୀଧର ନନ୍ଦଙ୍କ ସମେତ ସିଆରସିସି ଅଶୋକ କୁମାର ମଲ୍ଲିକ, ପ୍ରଦୀପ କୁମାର ମଲ୍ଲିକ, ଅମୀୟ ମହାନନ୍ଦ, ଗୋପାଳ ବେହେରା, ସୁନୀଲ କୁମାର ଦିଗାଲ, ନୀଳାଦ୍ରି ପ୍ରଧାନ, ଅଜିତ ପ୍ରଧାନ, ରଶ୍ମିରେଖା ପାଢ଼ୀ, ସୁଜାତା ପ୍ରଧାନ, ଜୟନ୍ତୀ ଦିଗାଲ, ସୁଶାନ୍ତ ମଲ୍ଲିକ ଓ ଜଗଦୀଶ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସକ୍ରିୟ ସହଯୋଗରେ ମହୋତ୍ସବ ସଫଳ ହୋଇଥିଲା। ଶିକ୍ଷକ ରଘୁନାଥ କହଁର, ଇନ୍ଦ୍ରମଣି ନାୟକ ଓ ସଂଯୁକ୍ତା ଦିଗାଲ ମଞ୍ଚ ପରିଚାଳନା କରିଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରପ୍ରସାଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାକୁ ଚିହ୍ନଟ କରିବା ଓ ସେମାନଙ୍କୁ ଉଚ୍ଚସ୍ତରରେ ନିଜ ଦକ୍ଷତା ପ୍ରଦର୍ଶନ ପାଇଁ ସୁଯୋଗ ଦେବାରେ ‘ସୁରଭି-୨୦୨୬’ ଏକ ଉଲ୍ଲେଖନୀୟ ମଞ୍ଚ ଭାବେ ପରିଗଣିତ ହୋଇଛି।

ଦୁତିପଡ଼ାରେ ଖଜୁରୀପଡ଼ା ବ୍ଲକସ୍ତରୀୟ ଶିଶୁ ମହୋତ୍ସବ: “ସୁରଭି ” -୨୦୨୬ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର କନ୍ଧମାଳ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ: ୧୨ଟି ବ୍ଲକରୁ ୬୮୧ କ୍ରୀଡ଼ାବିତ୍‌ଙ୍କ ଯୋଗଦାନ