ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ଜଗତସିଂହପୁର : ଠାକୁର ପାଟଣାରେ ଗରବା ରାତ୍ରି

ଜଗତସିଂହପୁର : ଠାକୁର ପାଟଣାରେ ଗରବା ରାତ୍ରି – ସମୀକ୍ଷା ଖବର

ଭଗବାନ ମହାନ୍ତି /ଜିଲା ପ୍ରତିନିଧି /ଜଗତସିଂହପୁର /ସମୀକ୍ଷା ନିୟୁଜ :
ଜଗତସିଂହପୁର, 18|10|2026(ନି. ପ୍ର ): ଜଗତସିଂହପୁର ପୌରପରିଷଦ ଅନ୍ତର୍ଗତ 19ନ ୱାର୍ଡ ରେ ଠାକୁରପାଟଣା ଠାରେ ଅଷ୍ଟମୀ ତିଥି ଉପଲକ୍ଷେ ଲକ୍ଷ୍ମୀ ମନ୍ଦୀର ସମ୍ମୁଖ ପ୍ରାଗନରେ ଏକ ଗରବା ରାତ୍ରି ପାଳିତ ହୋଇଯାଇଛି |ଠାକୁର ପାଟଣା ଗ୍ରାମର ବହୁ ଯୁବକ ଓ ଯୁବତୀ ମିଶି ଗରବା, ଦାଣ୍ଡିଆ ଓ ଛୋଟପିଲାଙ୍କର ସଂଗୀତ ଚେୟାର ଖେଳ କରାଯାଇଥିଲା | ଏହି ଉତ୍ସବରେ ସ୍ୱାମୀ ବିବେକାନନ୍ଦ ସ୍ମାରକୀ ସ୍ୱୟଚାଳିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ଲିଙ୍ଗରାଜ ବେହେରା ଅଧକ୍ଷତା କରିଥିଲାବେଳେ,ପୂର୍ବତନ ନଗରପାଳ ମଧୁସୂଦନ ସାହୁ ମୁଖ୍ୟ ଅତିଥି ଓ ଜାତୀୟ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଶିକ୍ଷାବିତ ନିଙ୍କୁଜ କିଶୋର ବେହେରା ମୁଖ୍ୟ ବକ୍ତା ହିସାବରେ ଯୋଗ ଦେଇଥିଲେ | ମୁଖ୍ୟ ବକ୍ତା ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଗରବା ଓ ଦାଣ୍ଡିଆ ଭିନ୍ନ କାରଣରୁ ଉତ୍ପନ ହୋଇଥିଲେ ମଧ୍ୟ ଅଧୁନା ଏହା ଆଧ୍ୟାତ୍ମିକ ଚିନ୍ତନକୁ ନେଇ ଗଢିଉଠିଛି |ଓଡ଼ିଶାର ରଜ ଠାରୁ ନେଇ କୁମାର ପୀର୍ଣିମା ପର୍ବ କୃଷିଭିତିକ ଆଧ୍ୟାତ୍ମିକ ଭଳି ଗରବା ଓ ଦାଣ୍ଡିଆ ଅଟେ | ଏହା ମନୋରଞ୍ଜନ ର ମାଧ୍ୟମ ନ ହୋଇ କୃଷିଭିତିକ ଆଧ୍ୟାତ୍ମିକ ହୋଇଛି |ପୂର୍ବତନ ନଗରପାଳ ଶ୍ରୀ ସାହୁ କହିଥିଲେ ଯେ ଆମର ନୂଆ ପିଢ଼ି ଠାକୁର ପାଟଣା, ଗତସିଂହପୁର ତଥା ଆମର ବାଣୀ କ୍ଷେତ୍ର ର ପରମ୍ପରା, ଐତିହ୍ୟ ଓ ସଂସ୍କୃତି କୁ ବଜାୟ ରଖିଛନ୍ତି ତେଣୁ ସେମାନେ ଧନ୍ୟଵାଦର ପାତ୍ର|ସେ ସେଥିପାଇଁ ସବୁ ପ୍ରକାର ସହଯୋହ କରିବେ ବୋଲି ପିଲା ମାନଙ୍କୁ ଉତ୍ସାହିତ କରି ଆଶ୍ୱାସନା ଦେଇଥିଲେ | ଅନ୍ୟ ବକ୍ତା 19ନ ୱାର୍ଡର ପାରିଷଦ କ୍ରୀନ୍ସ ପ୍ରିୟା ପରିଜା କହିଛନ୍ତି ଯେ ଠାକୁରପାଟଣା ଏକ ସୁଶିକ୍ଷିତୱାର୍ଡ ୱାର୍ଡ ହୋଇ ଓଡିଶା ଓ ଭାରତର କଳା ସଂସ୍କୃତି କୁ ବଞ୍ଚାଇ ରଖିଥିବାରୁ ସେ ଧନ୍ୟବାଦ ଦେଇଥିଲେ | ଏଥିରେ ଭାଗନେଇଥିବା କଳାକାର ମାନେ ହେଲେ ସୁଶ୍ରୀ ସ୍ୱୟଂଜିତା, ସୌମ୍ୟାଶ୍ରୀ ଦାସ,ମୈତ୍ରୀଶ୍ରୀ ପାତ୍ର, ଆଦ୍ୟାଶ୍ରୀ ପାତ୍ର,ସୋନାଲି ସାହୁ, ରୁପାଲୀ ସାହୁ,ରାଜାଲକ୍ଷ୍ମମୀ ସୁମନ ସାହୁସୁଇଟ ବିଉଟି ପାତ୍ର .ଶୁଭମ ସାନୁ, ସ୍ୱୟଜିତ, ବିଶ୍ବଜିତା ଆଦ୍ୟାଜିତା, ଆଦି କୁତାମଚଣ୍ଡୀ ପୂଜା କମିଟିର ସଦସ୍ୟ ଭାଗ ନେଇଥିଲେ |

ଜଗତସିଂହପୁର : ଠାକୁର ପାଟଣାରେ ଗରବା ରାତ୍ରି – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମାଟି ହାଣ୍ଡି ଭିତରେ ପୂଜା ପାଉଛନ୍ତି ମା ଉତ୍ତରାୟଣୀ