ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

ଜଗତସିଂହପୁର :ଘାସଫୁଲ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

ଜଗତସିଂହପୁର :ଘାସଫୁଲ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ – ସମୀକ୍ଷା ଖବର

ଭଗବାନ ମହାନ୍ତି/ ଜିଲ୍ଲା ପ୍ରତିନିଧି/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ:

ଜଗତସିଂହପୁର, 19/10/2026(ନି. ପ୍ର ): ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଅନ୍ତର୍ଗତ ବରମୁଣ୍ଡାଳି ଗ୍ରାମ ପଂଚାୟତର ବାଲିପାଟଣା ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ବିଦ୍ୟାପୀଠ ରେ ଅପରାହ୍ଣ 4 ଘଟିକାରେ ଘାସଫୁଲ ସାହିତ୍ୟ ସଂସଦ ର ବାର୍ଷିକ ଉତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି |ସଂସଦର ସଭାପତି ଶ୍ରୀ ସନ୍ତୋଷ କୁମାର ବିଶ୍ୱାଳ ସଭାପସ୍ଥିତ୍ୱ କରିଥିବାବେଳେ ବରିଷ୍ଠ ନାଗରିକ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପରିଡା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ |ଅଞ୍ଚଳର ବରିଷ୍ଠ ନାଗରିକ ତଥା ଅବସର ପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ, ସମାଜସେବୀ ଭଗବାନ ମହାନ୍ତି ସଭାରେ ସନମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ |ଅନ୍ୟମାନଙ୍କ ମଧ୍ୟରୁ ଦେବଦତ୍ତ ବିଶ୍ୱାଳ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥାକବି, ସାହିତ୍ୟକ ବିଜୟ ଦାସ, ଶିକ୍ଷାବିତ ପବିତ୍ର ସ୍ୱାଇଁ, ଅକ୍ଷୟ ବେହେରା, ପ୍ରଣବ ପ୍ରକାଶ, ବାପି ମହାନ୍ତି, ରମେଶ ଚନ୍ଦ୍ର ବହିରା,ପ୍ରଶାନ୍ତ ମହାନ୍ତି, ଶିବ ପ୍ରସାଦ ମହାନ୍ତି, କ୍ଷେତ୍ରମୋହନ ମୁଦୁଲି, ନାରାୟଣ ସେଠି,ଶ୍ରୀପଦ ଦାସ ନାୟକ,ତପନ କୁମାର ବେହେରା ଓ ସେମିରିନ ବେହେରା ଉପସ୍ଥିତ ଥିଲେ | ସଂସଦର ସଭାପତି ସନ୍ତୋଷ କୁମାର ବିଶ୍ୱାଳ ସମସ୍ତଙ୍କୁ ସ୍ୱାଗତ କରିଥିଲେ | ରମେଶ ବହିରା ଘାସଫୁଲ ପତ୍ରିକା ଉପରେ ଟିପାଣି କରିଥିଲେ | ପ୍ରଣବ ପ୍ରଧାନ ଘାସଫୁଲ ସଂସଦ ର ଗତବର୍ଷର ହିସାବ ଦେଇଥିଲେ | ଶିବ ପ୍ରସାଦ ମହାନ୍ତି ତାଙ୍କ କୃତ ବହି ମୁଁ ଓ ପତ୍ରିକା ଘାସଫୁଲ ସମସ୍ତଙ୍କୁ ଦେଇଥିଲେ |

ଜଗତସିଂହପୁର :ଘାସଫୁଲ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ – ସମୀକ୍ଷା


ଅକ୍ଷୟ କୁମାର ବେହେରା ତାଙ୍କ ବକ୍ତବ୍ୟରେ କହିଛନ୍ତି ଘାସ ଫୁଲ ସାହିତ୍ୟ ସଂସଦ ଯେଉଁ ପତ୍ରିକା ଛାପେ ତାହା ଏହି ଅଞ୍ଚଳର ସଂସ୍କୃତି, ଐତିହଙ୍କୁ ସ୍ଥାନ ଦେଉ ଏବଂ ଏ ଅଞ୍ଚଳର ବାହାରେ ରହୁଥିବା ବୁଦ୍ଧିଜୀବୀ ପାଖକୁ ପତ୍ରିକା ପହଂଚୁ |ସେ କହିଛନ୍ତି କଳା, ସଂକୃତି ଏବଂ ସାହିତ୍ୟ ଏହି ଘାସ ଫୁଲରେ ତ୍ରିବେଣୀ ସଙ୍ଗମ ହୋଇ ଚାଲୁ |
ବିଜୟ କୁମାର ଦାସ ତାଙ୍କ ଭାଷଣରେ କହିଥିଲେ କଳା, ସଂସ୍କୃତି, ସାହିତ୍ୟ, ସାମ୍ବାଦିକତା ଏବଂ ରାଜନୀତି ମିଶି ଘାସ ଫୁଲକୁ ମଜବୁତ ବନାଉ ଏବଂ ସୁଦୂରଗାମୀ କରିପାରିବ | ଘାସଫୁଲ ବ୍ୟାପକ ହୋଇ ଅଂଚଳ, ରାଜ୍ୟ,ରାଷ୍ଟ୍ର ଓ ଅନ୍ତଃରାଷ୍ଟ୍ରକୁ ବ୍ୟାପୁ |
ଅବସର ପ୍ରାପ୍ତ ଶିକ୍ଷକ ପବିତ୍ର ସ୍ୱାଇଁ ଘାସ ଫୁଲ ର ଦୀର୍ଘାୟୁ ଏବଂ ଇତିହାସର କଠିନାଇଁ ଉପରେ କହିଥିଲେ | ସେ ଏହି ସଂସ୍ଥାରେ ଓତୋପ୍ରୋତ ଭାବେ ଜଡିତ ଏବଂ ଆଗାମୀ ଦିନରେ ରହି ସେବା ଦେଇଚାଲିବେ ବୋଲି କହିଥିଲେ |
ଭଗବାନ ମହାନ୍ତି ତାଙ୍କ ଭାଷଣରେ କହିଛନ୍ତି, ସାହିତ୍ୟର ଉଦେଶ୍ୟ ସମାଜର ଆଇନା ବନି ତାହାର ଉନ୍ନତ କରିଵା | ଏହି ସାହିତ୍ୟ ଚିନ୍ତା ଓ ଚେତନରୁ ଉତ୍ପନ୍ନ ହୂଏ | ତାହା ଇତିହାସ କୁ ଜୀବିତ କରି କଳା, ସଂସ୍କୃତି, ପରମ୍ପରାକୁ ଉନ୍ନତ କରି ଆଗକୁ ବଢ଼େଇ ଥାଏ | ସେ ପୁଣି ଘାସଫୁଲ ସାହିତ୍ୟ ସଂସଦକୁ ଯୋଜନା ବଦ୍ଧ କରି ସଂସ୍ଥାକୁ ସରକାର ଙ୍କର ପଞ୍ଜିକୃତ କରି ଆଗକୁ ବଡ଼ିବ | ସେ ଘାସ ଫୁଲକୁ ସୁଭେତ୍ସା ଓ ଶୁଭକାମନା ଦେଇଥିଲେ | ତାଙ୍କର ତନ, ମନ ଓ ଧନ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ଆଶ୍ୱାସନା ଦେଇ ଅଞ୍ଚଳର ସାହିତ୍ୟକ ଭାଇ ମାନଙ୍କୁ ପ୍ରୋତ୍ସାହୀତ କରିଥିଲେ |

ମୁଖ୍ୟ ଅତିଥି ତାଙ୍କ ଭାଷଣରେ କହିଥିଲେଯେ ଘାସଫୁଲ 10 ବର୍ଷ ପୁରା କରି 11ବର୍ଷକୁ ପଦାର୍ପଣ କରିଛି |ତେଣୁ ତାଙ୍କର ସୁଭେତ୍ସା | ଏହି ସାହିତ୍ୟ ସଂସଦ ଆଗକୁ ଭଲ କାମ କରି ଚାଲୁ| ସାହିତ୍ୟ ଆମ ଅଞ୍ଚଳର ସ୍କୁଲ ପିଲାଙ୍କ ପାଖକୁ ଯାଉ | ପିଲାଙ୍କ ପ୍ରତିଭା ନିଖାରିବା ପାଇଁ ଆମ ଆଠ ପଚାୟତର ସ୍କୁଲ ଛାତ୍ର ମାନଙ୍କୁ ଆନ୍ତର୍ଭୁତ କରାଯାଉ | ଆଉ ସମସ୍ତ ଉପସ୍ଥିତ ସଭ୍ୟ ମାନେ ନିଜର ମତାମତ ରଖି ଘାସଫୁଲର ଦୀର୍ଘାୟୁ କାମନା କରିଥିଲେ | ଶେଷରେ ରୋନି (ଦେବଦତ୍ତ )ସମସ୍ତନୁ ଧନ୍ୟବାଦ ଦେଇଥିଲେ |

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
PM Narendra Modi participates in Vijayadashami celebrations at Indraprastha Ramleela Ground. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓPM Narendra Modi participates in Vijayadashami celebrations at Indraprastha Ramleela Ground.YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଜଗତସିଂହପୁର : ଝଙ୍କଡ଼ ବାସିନୀ ମା ସାରଳା ଙ୍କ ଅଷ୍ଟମୀ ତିଥିରେ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼