ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ଜଗତସିଂହପୁର : ଝଙ୍କଡ଼ ବାସିନୀ ମା ସାରଳା ଙ୍କ ଅଷ୍ଟମୀ ତିଥିରେ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ଜଗତସିଂହପୁର : ଝଙ୍କଡ଼ ବାସିନୀ ମା ସାରଳା ଙ୍କ ଅଷ୍ଟମୀ ତିଥିରେ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ – ସମୀକ୍ଷା ଖବର

ଭଗବାନ ମହାନ୍ତି /ଜିଲା ପ୍ରତିନିଧି /ଜଗତସିଂହପୁର /ସମୀକ୍ଷା ନିୟୁଜ :

ଜଗତସିଂହପୁର, 18/10/2026(ନି. ପ୍ର ): ଜଗତସିଂହପୁରକୁ ବାଣୀ କ୍ଷେତ୍ର ବୋଲି ମା ସାରଳାଙ୍କ ଆଶୀର୍ବାଦରୁ ଦୁନିଆଁରେ ପ୍ରସିଦ୍ଧ ଲାଭ କରିଛି | ମା ସାରଳାକୁ ବାକଦେବୀ ବୋଲି କୁହାଯାଏ | ତାଙ୍କର ଆଶୀର୍ବାଦରେ ଅନେକ ବ୍ୟକ୍ତି ପାଣ୍ଡିତ୍ୟ ଲାଭ କରି ଏ ସଂସାରକୁ ଜ୍ଞାନ ଆଲୋକ ପ୍ରଦାନ କରିଥିବାର ଦୃଷ୍ଟାନ୍ତ ଅଛି | ଯେପରି ଆଦିକବି ସାରଳା ଦାସ , ପଞ୍ଚସଖା ଯଶୋବନ୍ତ ଦାସ, ସରଳା ଦେବୀ, ରମାଦେବୀ, ଡ଼ ପ୍ରାଣ କୃଷ୍ଣ ପରିଜା, ଜାତୀୟ କବି ବୀର କିଶୋର ଦାସ, ନବ କୃଷ୍ଣ ଚୌଧୁରୀ, ଡ଼ ଶ୍ରୀରାମ ଦାସ,ପ୍ରତିଭା ରାୟ ଇତ୍ୟାଦି| ଏପରି ଅନେକ ପ୍ରତିଭା ମାଙ୍କ ଆଶୀର୍ବାଦରୁ ଦୁନିଆକୁ ଜ୍ଞାନାଲୋକ ରେ ପ୍ଲାବିତ କରିଛନ୍ତି | ଆଜି ସେହି ମା’ଙ୍କ ଅଷ୍ଟମୀ ତିଥି |ଅଷ୍ଟମୀ ତିଥିରେ ଦୁର୍ଗା ପୂଜାରେ ଆମ ସଂସ୍କୃତି ଓ ପରମ୍ପରା ଅନୁଯାଇ ମା’ଙ୍କର ମହାଗୌରୀ ରୂପ ଆଜି |ମହାଗୌରୀ ମା ଉଜ୍ଜ୍ୱଳ ଓ ଶାନ୍ତ ରୂପ ଧରିଥାନ୍ତି | ଏହି ରୂପରେ ମା ପବିତ୍ରତା ଏବଂ ସ୍ପଷ୍ଟତାକୁ ଭକ୍ତ ମାନଙ୍କୁ ମାନସ ପଟଳରେ ପ୍ରଦାନ କରିଥାନ୍ତି | ଆଜି ମା ସୌନ୍ଦର୍ଯ୍ୟ ଏବଂ ନାରୀତ୍ୱର ଦେବୀ |ତାଙ୍କର ଏହି ସୁସ୍ଥ ଅବସ୍ଥାକୁ ବୃଷ ଦୁର୍ଗା ବୋଲି ପୂଜିତ ହୁଅନ୍ତି | ତାଙ୍କର ଆଜି ଚାରି ହାତ ଥାଏ | ତିନି ହାତରେ ଯଥାକ୍ରମେ ତ୍ରିଶୂଳ, ଏକ ଛୋଟ ଢୋଲ, ଏକ ଗୋଲାପୀ ପଦ୍ମ ଧରିଥିବା ବେଳେ ମା ଙ୍କର ଚତୁର୍ଥ ହାତଟି ଆଶୀର୍ବାଦ ମୁଦ୍ରାରେ ଥାଏ |ଏହା ଭକ୍ତ ମାନଙ୍କୁ ସୁରକ୍ଷା ସହ ସାତ୍ଵିକ ଜ୍ଞାନର ଆଶୀର୍ବାଦ ଦେଇଥାନ୍ତି ଆଜି ଅଷ୍ଟମୀ ତିଥିରେ | ଆଜି ତାଙ୍କର ପ୍ରସାଦ ରୂପରେ ନଡ଼ିଆ କିମ୍ବା ନଡ଼ିଆ ଆଧାରିତ ପିଠା, ନଡ଼ିଆ ସହ ଚୁଡା ଘଷା, ନଡ଼ିଆ ଆଧାରିତ ମିଠା ଅର୍ପଣ କଲେ ଶୁଭ ବୋଲି ବିବେଚନା କରାଯାଏ |ଏହା କଲେ ଭକ୍ତ ଙ୍କର ମନବାଞ୍ଛା ପୂର୍ଣ୍ଣ ହୋଇଥାଏ | ଜୀବନରେ ଶୁଭ ଓ ନୂତନତା ଆରମ୍ଭ ହୋଇଥାଏ | ସବୁ ବାଧା ବିଘ୍ନ ଦୂର ହୋଇ ମନରେ ଶାନ୍ତି, ଇଛାଶକ୍ତି, ସାତ୍ଵିକ ଭାବ ଉତ୍ପନ୍ନ ହୋଇଥାଏ | ପୂଜକ ଉମାକାନ୍ତ ରାଉଳ କହିଛନ୍ତି ମାଙ୍କ ଅଷ୍ଟମୀ ଦିନ ଦର୍ଶନ ପାଇଁ ଆଜି ହଜାର ହଜାର ଭକ୍ତ ରାତିରୁ ଆଶି ଶାନ୍ତି ପୂର୍ବକ ଆଶୀର୍ବାଦ ପ୍ରାପ୍ତ ହେଉଛନ୍ତି | ଚାରିପଟେ ପୋଲିସ, ସୁରକ୍ଷା କର୍ମୀ ଏବଂ ସ୍ଵେଛାସେବକ ମାନେ ଦଣ୍ଡାୟମାନ ରହି ସେବା ଦେଉଛନ୍ତି |ବିଭିନ୍ନ ଭୋଗ ଭଣ୍ଡାର ଇଭିନ୍ନ ପ୍ରକାର ପିଠା, ମିଠା, ଚୁଡାଘଷା ସାମଗ୍ରୀ ରଖି ପସରା ମେଲିଛନ୍ତି | ଶେଷରେ ମା ସାରଳା ସମସ୍ତଙ୍କୁ ଆଶୀର୍ବାଦ ଦେଇ ଭକ୍ତମାନଙ୍କ ମନବାଞ୍ଛା ପୂର୍ଣ୍ଣ କରନ୍ତୁ ବୋଲି ସେ କହିଥିଲେ|

ଜଗତସିଂହପୁର : ଝଙ୍କଡ଼ ବାସିନୀ ମା ସାରଳା ଙ୍କ ଅଷ୍ଟମୀ ତିଥିରେ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଜଗତସିଂହପୁର : ଠାକୁର ପାଟଣାରେ ଗରବା ରାତ୍ରି