ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ହକ ପାଇଁ ଖୋରଧା ରେ ଗର୍ଜିଲା ସଂଘ ୧୦ ଦଫା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ: ସରକାରୀ କର୍ମଚାରୀ ମାନ୍ୟତା ସହ ମାନଧନ ବୃଦ୍ଧି ଦାବି, ୧୦୦୦ ଊର୍ଦ୍ଧ୍ୱ କର୍ମୀ ଓ ସହାୟିକାଙ୍କ ସାମିଲ
ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ: ଖୋରଧା, ୧୨ା୧୦ – ଶିଶୁଙ୍କ ପୁଷ୍ଟିସାଧନ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ଯତ୍ନ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟର ସୁରକ୍ଷା ସହ ଗ୍ରାମାଞ୍ଚଳରେ ସରକାରୀ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟଣରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତୃଣମୂଳ ସ୍ତରରେ ସରକାରୀ ସେବାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମରେ ସେମାନେ ନିରନ୍ତର ନିୟୋଜିତ ରହୁଥିବା ବେଳେ ନିଜର…