ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଆଶିଷ କୁମାର ସିଂହ; ଇଣ୍ଟେଲିଜେନ୍ସ ଆଇଜିପି ଭାବେ ଯୋଗଦେବେ ସତ୍ୟବ୍ରତ ଭୋଇ ​ତାଳଚେର – ସମୀକ୍ଷା ଖବର

ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଆଶିଷ କୁମାର ସିଂହ; ଇଣ୍ଟେଲିଜେନ୍ସ ଆଇଜିପି ଭାବେ ଯୋଗଦେବେ ସତ୍ୟବ୍ରତ ଭୋଇ ​ତାଳଚେର

ପୁଲକେଶ୍ୱର ମିଶ୍ର/ ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ୍/ତାଳଚେର: ଉତ୍ତର କେନ୍ଦ୍ରାଞ୍ଚଳ (ତାଳଚେର) ପୋଲିସ ମୁଖ୍ୟାଳୟରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ହସ୍ତାନ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ଆଇଜିପି ଶ୍ରୀ ସତ୍ୟବ୍ରତ ଭୋଇ (୨୦୦୪ ବ୍ୟାଚ୍ ଆଇପିଏସ୍) ନୂତନ ଡିଆଇଜି ଶ୍ରୀ ଆଶିଷ କୁମାର ସିଂହଙ୍କୁ ଆନୁଷ୍ଠାନିକ ଭାବେ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ​ଶ୍ରୀ ସତ୍ୟବ୍ରତ ଭୋଇ ଉତ୍ତର କେନ୍ଦ୍ରାଞ୍ଚଳର ଆଇଜିପି ଭାବେ ନିଜ କାର୍ଯ୍ୟକାଳ ମଧ୍ୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଅପରାଧ ନିୟନ୍ତ୍ରଣ ଦିଗରେ…

Read More
ତାଳଚେର ଫାଷ୍ଟଗେଟ୍-ହାଣ୍ଡିଧୁଆଁ ରାସ୍ତା ସମ୍ପ୍ରସାରଣରେ ଅହେତୁକ ବିଳମ୍ବ: ଜବରଦଖଲ ଉଚ୍ଛେଦ ନହେବାରୁ ଅଟକିଛି ଡବଲ୍ ରୋଡ୍ କାର୍ଯ୍ୟ – ସମୀକ୍ଷା ଖବର

ତାଳଚେର ଫାଷ୍ଟଗେଟ୍-ହାଣ୍ଡିଧୁଆଁ ରାସ୍ତା ସମ୍ପ୍ରସାରଣରେ ଅହେତୁକ ବିଳମ୍ବ: ଜବରଦଖଲ ଉଚ୍ଛେଦ ନହେବାରୁ ଅଟକିଛି ଡବଲ୍ ରୋଡ୍ କାର୍ଯ୍ୟ

ପୁଲକେଶ୍ୱର ମିଶ୍ର, ସ୍ୱତନ୍ତ୍ର ପ୍ରତିନିଧି, ସମୀକ୍ଷା ନ୍ୟୁଜ୍, ତାଳଚେର, ଅନୁଗୋଳ​ (ସମୀକ୍ଷା ନ୍ୟୁଜ୍): ତାଳଚେର ସହରର ପ୍ରମୁଖ ଯୋଗାଯୋଗ ରାସ୍ତା ଫାଷ୍ଟଗେଟ୍ ଛକରୁ ହାଣ୍ଡିଧୁଆଁ ପର୍ଯ୍ୟନ୍ତ ପ୍ରାୟ ୩.୪ କିଲୋମିଟର ରାସ୍ତାକୁ ଦୁଇ ଲେନ୍ (ଡବଲ୍ ରୋଡ୍) କରିବା ପାଇଁ ସରକାରୀ ସ୍ତରରେ ଅନୁଦାନ ମଞ୍ଜୁର ହୋଇସାରିଥିଲେ ମଧ୍ୟ ପ୍ରଶାସନ ଓ ପୌରପାଳିକାର ଉଦାସୀନତା ଯୋଗୁଁ କାର୍ଯ୍ୟ ଆରମ୍ଭ ହୋଇପାରୁ ନାହିଁ।​ମୁଖ୍ୟ ସମସ୍ୟା ଓ ଜବରଦଖଲ:​ଅଣଓସାରିଆ ରାସ୍ତା ଓ ଟ୍ରାଫିକ୍ ଜାମ୍: ଏହି ୩.୪ କି.ମି. ରାସ୍ତା…

Read More
ଏକ ଶୁଭ ସଙ୍କେତ: ତାଳଚେର ପୌରାଧ୍ୟକ୍ଷ ପବିତ୍ର ଭୂତିଆଙ୍କ ଦ୍ୱାରା ସ୍ୱଚ୍ଛତା ଓ ବିକାଶ ପାଇଁ ବାଇକ୍‌ରେ ସହର ପରିକ୍ରମା – ସମୀକ୍ଷା ଖବର

ଏକ ଶୁଭ ସଙ୍କେତ: ତାଳଚେର ପୌରାଧ୍ୟକ୍ଷ ପବିତ୍ର ଭୂତିଆଙ୍କ ଦ୍ୱାରା ସ୍ୱଚ୍ଛତା ଓ ବିକାଶ ପାଇଁ ବାଇକ୍‌ରେ ସହର ପରିକ୍ରମା

ପୁଳକେଶ୍ୱର ମିଶ୍ର/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ୍/​ତାଳଚେର, ଅନୁଗୋଳ 23/8: ଆଜି ତାଳଚେର ପୌରପାଳିକାର ଅଧ୍ୟକ୍ଷ (ନଗରପାଳ) ଶ୍ରୀ ପବିତ୍ର ଭୂତିଆ ନିଜର ୱାର୍ଡ ମେମ୍ବର ତଥା ପୌର କର୍ମଚାରୀମାନଙ୍କୁ ସାଥିରେ ନେଇ ମୋଟରସାଇକେଲ୍ ଯୋଗେ ସମଗ୍ର ସହର ପରିକ୍ରମା କରିଛନ୍ତି। ଏହି ଗସ୍ତ ସମୟରେ ସେ ସହରର ସ୍ୱଚ୍ଛତା ବ୍ୟବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିବା ସହିତ ତାଳଚେରର ସାମଗ୍ରିକ ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି। ​ମୋଟରସାଇକେଲ୍‌ରେ ଗଳିକନ୍ଦି ବୁଲି ପ୍ରତ୍ୟେକ ଅଞ୍ଚଳର ସ୍ଥିତି ପରଖିବା ତାଳଚେର ସହର…

Read More
‘କୋଇଲା ନଗରୀ’ ତାଳଚେର: ସମୃଦ୍ଧ ଇତିହାସ ପଛରେ ହଜିଛି ସୌନ୍ଦର୍ଯ୍ୟ, ବିକାଶ ଓ ମୌଳିକ ସ୍ୱାସ୍ଥ୍ୟସେବା – ସମୀକ୍ଷା ଖବର

‘କୋଇଲା ନଗରୀ’ ତାଳଚେର: ସମୃଦ୍ଧ ଇତିହାସ ପଛରେ ହଜିଛି ସୌନ୍ଦର୍ଯ୍ୟ, ବିକାଶ ଓ ମୌଳିକ ସ୍ୱାସ୍ଥ୍ୟସେବା

​ପୁଲକେଶ୍ୱର ମିଶ୍ର/ ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ୍/ ତାଳଚେର, ଅନୁଗୋଳ: ​ଐତିହାସିକ ଗୌରବ ଓ ଅର୍ଥନୈତିକ ଅବଦାନବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ ତାଳଚେରର ରହିଛି ଏକ ସ୍ୱତନ୍ତ୍ର ଐତିହାସିକ ଓ ଧାର୍ମିକ ପରିଚୟ।​ସଂଗ୍ରାମ ଓ ସଂସ୍କୃତିର ମାଟି: ପ୍ରଜାମଣ୍ଡଳ ଆନ୍ଦୋଳନର ମୁଖ୍ୟ ଭୂମି, ବିପ୍ଳବୀ ଧରଣୀଧର ମିଶ୍ର ଓ ପବିତ୍ର ମୋହନ ପ୍ରଧାନଙ୍କ ବଳିଦାନ, ପ୍ରାଚୀନ ରାଜବାଟୀ, ପ୍ରସିଦ୍ଧ ପଶ୍ଚିମେଶ୍ୱର ମନ୍ଦିର ଏବଂ ଶିବ ମନ୍ଦିରଗୁଡ଼ିକ ଏହି ଅଞ୍ଚଳର ପ୍ରାଚୀନ କଳା ଓ ସଂସ୍କୃତିର ମୁକସାକ୍ଷୀ।​ଦେଶର ଶକ୍ତି…

Read More
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମସ୍ଥଳୀ ଗୁରୁଜାଙ୍ଗକୁ ହେରିଟେଜ୍ ଗ୍ରାମର ମାନ୍ୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ – ସମୀକ୍ଷା ଖବର

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମସ୍ଥଳୀ ଗୁରୁଜାଙ୍ଗକୁ ହେରିଟେଜ୍ ଗ୍ରାମର ମାନ୍ୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁଲକେଶ୍ୱର ମିଶ୍ର/ ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ୍, ତାଳଚେର: ​ତାଳଚେର: ବିଶିଷ୍ଟ ସନ୍ଥ ତଥା ସମାଜସଂସ୍କାରକ ‘ବେଦାନ୍ତ କେଶରୀ’ ପୂଜ୍ୟପାଦ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତାଳଚେର ସ୍ଥିତ ତାଙ୍କର ଜନ୍ମସ୍ଥଳୀ ଗୁରୁଜାଙ୍ଗ ଗ୍ରାମ ପରିଦର୍ଶନ କରିଛନ୍ତି। ଏହି ପବିତ୍ର ଅବସରରେ ମୁଖ୍ୟମନ୍ତ୍ରୀ ସ୍ୱାମୀଜୀଙ୍କ ସ୍ମୃତିକୁ ଚିରସ୍ମରଣୀୟ କରିବା ପାଇଁ ଗୁରୁଜାଙ୍ଗକୁ ଏକ “ଐତିହ୍ୟ ଗ୍ରାମ” (Heritage Village) ଏବଂ ଗୁରୁଜାଙ୍ଗ ପଞ୍ଚାୟତକୁ “ଆଦର୍ଶ ପଞ୍ଚାୟତ”…

Read More
ତାଳଚେରରେ ପୂର୍ତ୍ତ ବିଭାଗର ଖାମଖିଆଲି: ବିଦ୍ୟୁତ୍ ଖୁଣ୍ଟ ଓ ଗଛ ପଛରେ ଲୁଚିଛି ଦିଗ ନିର୍ଣ୍ଣାୟକ ବୋର୍ଡ – ସମୀକ୍ଷା ଖବର

ତାଳଚେରରେ ପୂର୍ତ୍ତ ବିଭାଗର ଖାମଖିଆଲି: ବିଦ୍ୟୁତ୍ ଖୁଣ୍ଟ ଓ ଗଛ ପଛରେ ଲୁଚିଛି ଦିଗ ନିର୍ଣ୍ଣାୟକ ବୋର୍ଡ

ପୁଲକେଶ୍ୱର ମିଶ୍ର/ସମୀକ୍ଷା ନ୍ୟୁଜ୍ / ସ୍ୱତନ୍ତ୍ର ପ୍ରତିନିଧି / ତାଳଚେର: ତାଳଚେର ସହରାଞ୍ଚଳ ତଥା ପୌରାଞ୍ଚଳ ଦେଇ ଯାଇଥିବା ମୁଖ୍ୟ ରାସ୍ତାଗୁଡ଼ିକରେ ପୂର୍ତ୍ତ ବିଭାଗ (PWD) ପକ୍ଷରୁ ଲଗାଯାଇଥିବା ଓଭରହେଡ୍ ଦିଗ ନିର୍ଣ୍ଣାୟକ ତଥା ସୂଚନା ଫଳକଗୁଡ଼ିକ ଏବେ ଅଦରକାରୀ ହୋଇପଡ଼ିଛି। ଯାତ୍ରୀ ତଥା ଜନସାଧାରଣଙ୍କ ସୁବିଧା ପାଇଁ ରାସ୍ତାର ଦୂରତା ଓ ସ୍ଥାନ ଦର୍ଶାଇବା ଉଦ୍ଦେଶ୍ୟରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଏହି ବୋର୍ଡଗୁଡ଼ିକ ଲଗାଯାଇଥିଲେ ହେଁ ବିଭାଗୀୟ ଦୂରଦୃଷ୍ଟି ଅଭାବରୁ ଏହା ଲୋକଙ୍କ କୌଣସି…

Read More
​ତାଳଚେର କୋଇଲା ଖଣିରେ କୋଟି କୋଟି ଟଙ୍କାର ସ୍କ୍ରାପ୍ ନଷ୍ଟ: MCL ପ୍ରଶାସନର ଘୋର ଅବହେଳା ! – ସମୀକ୍ଷା ଖବର

​ତାଳଚେର କୋଇଲା ଖଣିରେ କୋଟି କୋଟି ଟଙ୍କାର ସ୍କ୍ରାପ୍ ନଷ୍ଟ: MCL ପ୍ରଶାସନର ଘୋର ଅବହେଳା !

ପୁଲକେଶ୍ୱର ମିଶ୍ର/ ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ୍, ତାଳଚେର: କୋଲ୍ ଇଣ୍ଡିଆର ଅନ୍ୟତମ ପ୍ରମୁଖ ସହାୟକ କମ୍ପାନୀ ‘ମହାନଦୀ କୋଲ୍‌ଫିଲ୍ଡସ୍ ଲିମିଟେଡ୍’ (MCL) ଅଧୀନରେ ଥିବା ବିଭିନ୍ନ କୋଇଲା ଖଣି ପ୍ରକଳ୍ପରେ ବ୍ୟାପକ ଅବହେଳା ଦେଖିବାକୁ ମିଳିଛି। ସମୀକ୍ଷା ନ୍ୟୁଜ୍‌ର ସ୍ୱତନ୍ତ୍ର ପ୍ରତିନିଧି ପୁଲକେଶ୍ୱର ମିଶ୍ର ତାଳଚେର ସ୍ଥିତ ବଳରାମ ଓପନ୍ କାଷ୍ଟ ପ୍ରୋଜେକ୍ଟ (Balram OCP) ପରିଦର୍ଶନ କରିଥିବା ବେଳେ ଏକ ଚିନ୍ତାଜନକ ଦୃଶ୍ୟ ସାମ୍ନାକୁ ଆସିଛି।​ପ୍ରକଳ୍ପ ପରିସରରେ ବହୁ ବର୍ଷର ପୁରୁଣା ତଥା ଅଚଳ ହୋଇପଡ଼ିଥିବା…

Read More
​ତାଳଚେର ପୌରାଞ୍ଚଳ ୨୦ ନମ୍ବର ୱାର୍ଡରେ ୩୫ ବର୍ଷ ପୁରୁଣା କଲୋନୀରେ ନାହିଁ ଡ୍ରେନେଜ୍ ବ୍ୟବସ୍ଥା, ବର୍ଷ ବର୍ଷ ଧରି ଲୋକେ ହନ୍ତସନ୍ତ – ସମୀକ୍ଷା ଖବର

​ତାଳଚେର ପୌରାଞ୍ଚଳ ୨୦ ନମ୍ବର ୱାର୍ଡରେ ୩୫ ବର୍ଷ ପୁରୁଣା କଲୋନୀରେ ନାହିଁ ଡ୍ରେନେଜ୍ ବ୍ୟବସ୍ଥା, ବର୍ଷ ବର୍ଷ ଧରି ଲୋକେ ହନ୍ତସନ୍ତ

ପୁଲକେଶ୍ୱର ମିଶ୍ର/ ସମୀକ୍ଷା ନ୍ୟୁଜ୍‌/ ସ୍ୱତନ୍ତ୍ର ପ୍ରତିନିଧି/ ତାଳଚେର: ​ସ୍ୱଚ୍ଛ ଭାରତ ଓ ସହର ବିକାଶର ବଡ଼ ବଡ଼ ଡିଣ୍ଡିମ ପିଟୁଛି ପ୍ରଶାସନ, ହେଲେ ତାଳଚେର ପୌରାଞ୍ଚଳର ଏହି ଦୃଶ୍ୟ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଆଜି ଆମେ ଉପସ୍ଥିତ ଅଛୁ ତାଳଚେର ପୌରପାଳିକାର ୨୦ ନମ୍ବର ୱାର୍ଡରେ।​ଜାତୀୟ ରାଜପଥ (NH) ସହକାରୀ ନିର୍ବାହୀ ଯନ୍ତ୍ରୀ (AEE)ଙ୍କ କାର୍ଯ୍ୟାଳୟ ଓ ନିକଟସ୍ଥ ପାଣି ଟାଙ୍କି ନିକଟରୁ ଆରମ୍ଭ ହୋଇ ରାଜକିଶୋର ଶତପଥୀଙ୍କ ରାସନ ଦୋକାନ ପର୍ଯ୍ୟନ୍ତ…

Read More
ସମୀକ୍ଷା ନ୍ୟୁଜ୍‌ର ପ୍ରଭାବ: ତାଳଚେର ବାଘୁଆବୋଲ ଛକରେ ଜଳିଲା ହାଇମାଷ୍ଟ ଲାଇଟ୍‌ – ସମୀକ୍ଷା ଖବର

ସମୀକ୍ଷା ନ୍ୟୁଜ୍‌ର ପ୍ରଭାବ: ତାଳଚେର ବାଘୁଆବୋଲ ଛକରେ ଜଳିଲା ହାଇମାଷ୍ଟ ଲାଇଟ୍‌

ପୁଲକେଶ୍ୱର ମିଶ୍ର /ସ୍ୱତନ୍ତ୍ର ପ୍ରତିନିଧି, ସମୀକ୍ଷା ନ୍ୟୁଜ୍‌/ ତାଳଚେର, ଅନୁଗୋଳ: ​ତାଳଚେର ବ୍ଲକ ଅନ୍ତର୍ଗତ ପ୍ରମୁଖ ବାଘୁଆବୋଲ ଛକରେ ଦୀର୍ଘ ଦିନ ଧରି ଅଚଳ ହୋଇ ପଡ଼ିରହିଥିବା ହାଇମାଷ୍ଟ ଲାଇଟ୍‌ ଶେଷରେ କାର୍ଯ୍ୟକ୍ଷମ ହୋଇଛି। ପ୍ରକାଶ ଥାଉକି, ମାତ୍ର ୫ ଦିନ ପୂର୍ବରୁ ଏହି ସମସ୍ୟା ଉପରେ ‘ସମୀକ୍ଷା ନ୍ୟୁଜ୍‌’ ଖବରକାଗଜରେ ଏକ ସ୍ୱତନ୍ତ୍ର ଖବର ପ୍ରକାଶ ପାଇଥିଲା। ଲାଇଟ୍ ସ୍ଥାପନ କରାଯାଇଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଥିଲା। ଖବର ପ୍ରସାରଣ…

Read More
ତାଳଚେର ମ୍ୟୁନିସିପାଲିଟିର ବେପରୁଆ ନୀତି: ପବିତ୍ର ମୋହନ ମାର୍ଗରେ ମରଣଚାନ୍ଦ, ପ୍ରଶାସନ ଆଖିରେ ଲୁଗା – ସମୀକ୍ଷା ଖବର

ତାଳଚେର ମ୍ୟୁନିସିପାଲିଟିର ବେପରୁଆ ନୀତି: ପବିତ୍ର ମୋହନ ମାର୍ଗରେ ମରଣଚାନ୍ଦ, ପ୍ରଶାସନ ଆଖିରେ ଲୁଗା

ପୁଲକେଶ୍ୱର ମିଶ୍ର/ତାଳଚେର/ଅନୁଗୋଳ/ସମୀକ୍ଷା ନ୍ୟୁଜ୍: ତାଳଚେର ସହରର ଅତ୍ୟନ୍ତ ଜନଗହଳିପୂର୍ଣ୍ଣ ତଥା ମୁଖ୍ୟ ରାସ୍ତା ପବିତ୍ର ମୋହନ ମାର୍ଗରୁ ହାଣ୍ଡିଧୁଆଁ ଗାନ୍ଧୀ ଛକ ପର୍ଯ୍ୟନ୍ତ ସଂଯୋଗ କରୁଥିବା ସୀଧା ରାସ୍ତାରେ ଏବେ ଯାତାୟାତ କରିବା ଅତ୍ୟନ୍ତ ବିପଜ୍ଜନକ ହୋଇପଡ଼ିଛି। ତାଳଚେର ମ୍ୟୁନିସିପାଲିଟି ଅଧୀନରେ ଥିବା ଏହି ମୁଖ୍ୟ ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ବାଇକ୍, କାର୍, ସାଇକେଲ୍ ଓ ଅନ୍ୟାନ୍ୟ ଯାନବାହନ ଯାତାୟାତ କରିଥାନ୍ତି। ମାତ୍ର ଦୁର୍ଭାଗ୍ୟର ବିଷୟ, ଏହି ରାସ୍ତାରେ ଏକ ବଡ଼ ତଥା ପ୍ରାୟ…

Read More