ବରଗଡ଼: “ଥ୍ରେଡ଼ ଅଫ ଫ୍ରିଡମ -ବୁଣାକାର ସମାବେଶ ଏବଂ ହ୍ୟାକାଥନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ
ସାନନ୍ଦ ମହାପାତ୍ର /ସ୍ଵତନ୍ତ୍ର ପ୍ରତିନିଧି/ ବରଗଡ /ସମୀକ୍ଷା ନ୍ୟୁଜ୍ ୧୦/୮/୨୬: ଜାତୀୟ ହସ୍ତତନ୍ତ ଦିବସ–୨୦୨୬ ପାଳନ ଅବସରରେ “ଥ୍ରେଡ଼ ଅଫ ଫ୍ରିଡମ -ବୁଣାକାର ସମାବେଶ” ଅନ୍ତର୍ଗତ ଜିଲ୍ଲାସ୍ତରୀୟ ହ୍ୟାକାଥନ୍ କାର୍ଯ୍ୟକ୍ରମ ବରଗଡ଼ସ୍ଥିତ ଡ଼ିଡ଼ିଏଚ ସମ୍ମିଳନୀ କକ୍ଷଠାରେ ସଫଳତାର ସହ ଅନୁଷ୍ଠିତ ହୋଇଛି। ଏହି ହ୍ୟାକାଥନ୍ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମନୋନୀତ ୩୦ ଜଣ ବୁଣାକାରଙ୍କୁ ୧୦ଟି ଦଳରେ ବିଭକ୍ତ କରାଯାଇଥିଲା। ପ୍ରତ୍ୟେକ ଦଳରେ ୩ ଜଣ ବୁଣାକାରଙ୍କ ସହ ଟେକ୍ସଟାଇଲ୍ ବିଭାଗର ଜଣେ ମେଣ୍ଟର ରହିଥିଲେ।…