ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ
ନେପାଳ ପ୍ରଳୟଙ୍କାରୀ ବନ୍ୟା ମୟୂରଭଞ୍ଜ ବାରିପଦାର ଯୁବତୀ କୁଲସୁମ ନିଗାର ନିଖୋଜ – ସମୀକ୍ଷା ଖବର

ନେପାଳ ପ୍ରଳୟଙ୍କାରୀ ବନ୍ୟା ମୟୂରଭଞ୍ଜ ବାରିପଦାର ଯୁବତୀ କୁଲସୁମ ନିଗାର ନିଖୋଜ

ଯଶୋବନ୍ତ ପରିଡା/ ମୟୁରଭଞ୍ଜ/ ୨୭.୦୮.୨୬/ (ସମୀକ୍ଷା ନ୍ୟୁଜ): ନେପାଳ ଏବଂ ତିବ୍ଦତ ସୀମାଞ୍ଚଳରେ ଘଟିଥିବା ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ତଥା ପ୍ରଳୟଙ୍କାରୀ ବନ୍ୟାରେ ଓଡ଼ିଶାର ଆଉ ଜଣେ ଯୁବତୀ ନିଖୋଜ ହୋଇଥିବା ନେଇ ସୂଚନା ମିଳିଛି। ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ୨୦ ବର୍ଷିୟା ଯୁବତୀ କୁଲସୁମ ନିଗାର ଏହି ବିପର୍ଯ୍ୟୟରେ ନିଖୋଜ ହୋଇଯାଇଛନ୍ତି। ​ପ୍ରାପ୍ତ ସୂଚନା ଅନୁଯାୟୀ, ନେପାଳର ଭୋଟେ କୋଷୀ ଏବଂ ତ୍ରିଶୂଳୀ ନଦୀ ଅଞ୍ଚଳରେ ହଠାତ୍ ଆସିଥିବା ବନ୍ୟା (Flash Floods) ଏବଂ…

Read More
ନେପାଳ ପଶୁପତିନାଥ ଦର୍ଶନରେ ଯାଇ ଦମ୍ପତି ନିଖୋଜ , ଚିନ୍ତାରେ ପରିବାର, ସରକାରୀ ସହାୟତା ଲୋଡ଼ିଲେ – ସମୀକ୍ଷା ଖବର

ନେପାଳ ପଶୁପତିନାଥ ଦର୍ଶନରେ ଯାଇ ଦମ୍ପତି ନିଖୋଜ , ଚିନ୍ତାରେ ପରିବାର, ସରକାରୀ ସହାୟତା ଲୋଡ଼ିଲେ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ : ୨୭।୮: ନେପାଳରେ ଉପୁଜିଥିବା ଅସ୍ଥିର ପରିସ୍ଥିତି ମଧ୍ୟରେ ଓଡ଼ିଶାର ୬ ଜଣ ଫୁଟବଲ ଖେଳାଳି ସୁରକ୍ଷିତ ଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିବାବେଳେ ଖୋରଧା ର ଏକ ଦମ୍ପତି ନିଖୋଜ ଥିବା ଖବର ସ୍ଥାନୀୟ ଅଞ୍ଚଳରେ ଚିନ୍ତାର କାରଣ ହୋଇଛି। ଜେମାଦେଇ ଅଞ୍ଚଳର ସନ୍ଦୀପ ମହାପାତ୍ର ଓ ତାଙ୍କ ପତ୍ନୀ ସିର୍ଦ୍ଧାର୍ଥୀ ସାହୁ ନେପାଳ ଯାତ୍ରା ସମୟରୁ ପରିବାର ସହ ଯୋଗାଯୋଗରେ…

Read More
ଖୋରଧା: ଭଡ଼ା ଘରୁ ୨୧.୮ ଗଞ୍ଜେଇ ସହିତ ମୋବାଇଲ ଜବତ, ଜଣେ ଗିରଫ – ସମୀକ୍ଷା ଖବର

ଖୋରଧା: ଭଡ଼ା ଘରୁ ୨୧.୮ ଗଞ୍ଜେଇ ସହିତ ମୋବାଇଲ ଜବତ, ଜଣେ ଗିରଫ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ : ୨୭/୮ : ଖୋରଧା ସହରର ମହାରଣା ସାହିରେ ଥିବା ଏକ ଭଡ଼ାଘରୁ ୨୧.୮ କେଜି ଗଞ୍ଜେଇ ଜବତ ଘଟଣାକୁ ନେଇ ଶିଳ୍ପାଞ୍ଚଳ ଥାନା ପୁଲିସର ତଦନ୍ତ ଆରମ୍ଭ। ନିଶାଦ୍ରବ୍ୟକୁ କେବଳ ନିଜ ପାଖରେ ରଖାଯାଇଥିଲା ନା ଏହି ଭଡ଼ାଘରଟି ଏକ ବଡ଼ ଗଞ୍ଜେଇ ଚାଲାଣ ଚକ୍ରର ଅସ୍ଥାୟୀ ଗୋଦାମ ଭାବେ ବ୍ୟବହୃତ ହେଉଥିଲା, ତାହା ଏବେ ତଦନ୍ତର ମୁଖ୍ୟ ପ୍ରସଙ୍ଗ ପାଲଟିଛି। ଘଟଣାରେ…

Read More
ବାଲିଗୁଡ଼ା: ଖଡ଼ଗ ନଦୀରେ ଡଙ୍ଗାବୁଡି ଶଶୁର ବୋହୁ ନିଖୋଜ ଚିନ୍ତାରେ ପରିବାର – ସମୀକ୍ଷା ଖବର

ବାଲିଗୁଡ଼ା: ଖଡ଼ଗ ନଦୀରେ ଡଙ୍ଗାବୁଡି ଶଶୁର ବୋହୁ ନିଖୋଜ ଚିନ୍ତାରେ ପରିବାର

ମହେଶ୍ଵର ଦିଗାଲ/ସବ୍ ଡିଭିଜନାଲ/ ସାମ୍ବାଦିକ/ସମୀକ୍ଷା ନିୟୁଜ: କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ସଲାଗୁଡ଼ା ପଞ୍ଚାୟତର ଢାକ ଗାଁ ନିକଟସ୍ଥ ଯାଇଥିବା ଖଡ଼ଗ ନଦୀରେ ଡଙ୍ଗା ବୁଡି ଶଶୁରବୋହୁ ନିଖୋଜ ଅଛନ୍ତି । ସ୍ୱଚନା ଅନୁଯାୟୀ ନଦୀ ଆରପଟେ ଶୁଦ୍ଧକ୍ରିୟାରେ ଯୋଗ ଦେବା ପାଇଁ ଯାଇଥିଲେ। ଶୁଦ୍ଧ କାମ ସରିବାପରେ ୮ଜଣ ଲୋକ ଢାକା ଗାଁକୁ ଫେରୁଥିଲେ। ଅପରାହ୍ନରେ ଖଡ଼ଗ ନଦୀରେ କାଠ ନିର୍ମିତ ଡଙ୍ଗା ଯୋଗେ ଫେରୁଥିବା ସମୟରେ ନଦୀର ପ୍ରଖର ସ୍ରୋତରେ ଡଙ୍ଗାଟି ଭାରସାମ୍ୟ…

Read More
ଭୁବନେଶ୍ୱର: ସକ୍ଷମ ଦ୍ୱାରା ଦିବ୍ୟାଙ୍ଗ ସଶକ୍ତିକରଣ ଶିବିର ଆୟୋଜନ – ସମୀକ୍ଷା ଖବର

ଭୁବନେଶ୍ୱର: ସକ୍ଷମ ଦ୍ୱାରା ଦିବ୍ୟାଙ୍ଗ ସଶକ୍ତିକରଣ ଶିବିର ଆୟୋଜନ

ଭୁବନେଶ୍ୱର/ସମୀକ୍ଷା ନିୟୁଜ/ ୨୭ା୦୮: ସକ୍ଷମ ଓଡ଼ିଶା ପୂର୍ବ ପକ୍ଷରୁ ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ାଠାରେ ଏକ ବୃହତ୍‌ ଦିବ୍ୟାଙ୍ଗ ସଶକ୍ତିକରଣ ଶିବିର ଆୟୋଜିତ ହୋଇଛି। ଏହି ଶିବିରରେ ପ୍ରାୟ ୫୦୦ ଜଣ ଅଂଶଗ୍ରହଣ କରିଥିବାବେଳେ ୧୮୨ ଜଣ ଦିବ୍ୟାଙ୍ଗଜନଙ୍କୁ ବିଭିନ୍ନ ପ୍ରକାରର ସହାୟକ ଉପକରଣ ବଣ୍ଟନ କରାଯାଇଛି। ଏହି ଅବସରରେ ମୋଟରାଇଜଡ଼ ବ୍ୟାଟେରୀ ଚାଳିତ ଯାନ, ହ୍ୱିଲଚେୟାର, ଟ୍ରାଇସାଇକେଲ, କମୋଡ୍ ହ୍ୱିଲଚେୟାର, କ୍ରଚ୍, ସହାୟକ ବେଲ୍ଟ, ଭେଷ୍ଟ ଓ ହିୟାରିଂ ଏଡ୍‌ ଆଦି ଉପକରଣ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା।…

Read More
ଭବାନୀପାଟଣା ସହର ସେବକ ନଗର କଲୋନୀ ରେ କୁଢ଼ କୁଢ଼ ଅଳିଆ ଆବର୍ଜନା – ସମୀକ୍ଷା ଖବର

ଭବାନୀପାଟଣା ସହର ସେବକ ନଗର କଲୋନୀ ରେ କୁଢ଼ କୁଢ଼ ଅଳିଆ ଆବର୍ଜନା

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି : ଭବାନୀପାଟଣା, ୨୬/୦୮ (ଅପ୍ର) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ୱାର୍ଡ଼ ନଂ ୭ରେ ଥିବା ସେବକ ନଗର କଲୋନୀରେ କୁଢ଼ କୁଢ଼ ଅଳିଆ ଆବର୍ଜନା ଦୀର୍ଘଦିନ ରୁ ପଡି ରହିଛି। ଆଜି କୁ ଦେଢ଼ ମାସ ରୁ ଉର୍ଦ୍ଧ ସମୟ ହେଲାଣି କୌଣସି ପ୍ରକାର ସଫେଇ କାର୍ଯ୍ୟହେଉ ନାହିଁ! ଅଳିଆ ଆବର୍ଜନା ପଡି ରହିଛି। ନା ଛାଡୁ ମରାଯାଉଛି ନା ଡ୍ରେନ ସଫା ହେଉଛି। ନା ବ୍ଲିଚିଙ୍ଗ ପାଉଡର ମରାଯାଉଛି ନା ମସା ତେଲ ମରାଯାଉଛି।  ନଳକୂଅ ଆଜି କୁ ୬ ମାସ ରୁ ଉର୍ଦ୍ଧ ହେଲାଣି ଖରାପହୋଇ ପଡି ରହିଛି। ନଳକୂଅ କୁ ମରାମତି ପାଇଁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏପର୍ଯ୍ୟନ୍ତ ମରାମତି ହେଉନାହିଁ!। ଛୋଟ ଛୋଟ ଛୁଆ ମାନେ ଅଙ୍ଗନବାଡି କେନ୍ଦ୍ର, ସ୍କୁଲକୁ ଓ ଛାତ୍ରଛାତ୍ରୀ ମାନେ ସ୍କୁଲ ଏବଂ କଲେଜ କୁ ଯାତାୟାତା କରନ୍ତି। ବର୍ଷା ହେଲେ ଡ୍ରେନର ପାଣି ରାସ୍ତା ଉପରକୁ ଆସି ପୋକମାନ ଘର ଭିତରକୁ ପଶିଯିବା ସହିତ ଦୁର୍ଗନ୍ଧ ବାସନା ଘର ଭିତରକୁ ପଶି ଯାଉଥିବାରୁ ଲୋକେ ଅନେକ ସମସ୍ୟା ଭୋଗୁଛନ୍ତି। ଏହି କାରଣରୁ ୱାର୍ଡ଼ବାସିଙ୍କ ଅନେକଥର ଦେହ ଅସୁସ୍ଥ ହେଉଅଛି ବାରମ୍ବାର ପୗରପାଳିକା ଜମାଦାର ଓ ସୁପରଭାଇଜରକୁ ଗୁହାରି କଲେ ମଧ୍ୟ ନ ଶୁଣିବାରୁ ପୌରପାଳିକା ନିର୍ବାହୀ ଅଧିକାରୀ ଓ ଅଧ୍ୟକ୍ଷ ମଧ୍ୟ ଏହି କଥାକୁ ଦୃଷ୍ଟି ଗୌଚର କରୁନାହାନ୍ତି। କାଳେ ହାଇଜା ହେଲେ କିମ୍ଵା ଅନ୍ୟ କୌଣସି ଗୁରୁତ୍ବର ରୋଗ ରେ ୱାର୍ଡ଼ବାସି ଆକ୍ରାନ୍ତ ହେଲେ ଏହା ପାଇଁ ଦାୟି କିଏ? । ପୗରପାଳିକା ନା ପ୍ରଶାସନ ବୋଲି ଜନସାଧାରଣ ରେ ଚର୍ଚ୍ଚା ଜୋର ଧରିଛି।

Read More
ଯୁଯୁରାଙ୍ଗ ପୋଖରୀ ରାସ୍ତାରେ ଖୋଲା ଟ୍ରାନ୍ସଫର୍ମର, ବିପଦ ଆଶଙ୍କା—ବିଦ୍ୟୁତ ବିଭାଗ  ଚେତିବ କେବେ – ସମୀକ୍ଷା ଖବର

ଯୁଯୁରାଙ୍ଗ ପୋଖରୀ ରାସ୍ତାରେ ଖୋଲା ଟ୍ରାନ୍ସଫର୍ମର, ବିପଦ ଆଶଙ୍କା—ବିଦ୍ୟୁତ ବିଭାଗ  ଚେତିବ କେବେ

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି ୨୭/୦୮: କେସିଙ୍ଗାବ୍ଲକ, ଗୋକୁଲେଶ୍ୱର ପଞ୍ଚାୟତ: ଯୁଯୁରାଙ୍ଗ ଗାଁର ପୋଖରୀକୁ ଯିବା ରାସ୍ତାରେ ଏକ ଟ୍ରାନ୍ସଫର୍ମର ଅସୁରକ୍ଷିତ ଓ ବିପଦଜନକ ଅବସ୍ଥାରେ ଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଲୋକଙ୍କ ଯାତାୟାତ ହେଉଥିବା ରାସ୍ତା ନିକଟରେ ଟ୍ରାନ୍ସଫର୍ମରଟି ଖୋଲା ଅବସ୍ଥାରେ ରହିଥିବା ଅଭିଯୋଗ ହୋଇଛି। ବିଶେଷକରି ଏହି ରାସ୍ତାରେ ଗ୍ରାମବାସୀଙ୍କ ସହ ଛୋଟ ପିଲାମାନେ ମଧ୍ୟ ଯାତାୟାତ କରୁଥିବାରୁ ବିଦ୍ୟୁତ୍ ଦୁର୍ଘଟଣାର ଆଶଙ୍କାକୁ ଅଣଦେଖା କରାଯାଇପାରେନାହିଁ। ଟ୍ରାନ୍ସଫର୍ମର ଚାରିପାଖରେ ଯଥେଷ୍ଟ ସୁରକ୍ଷା ବାଡ଼, ଚେତାବନୀ ଫଳକ ଓ ଅନ୍ୟାନ୍ୟ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ରହିଛି କି ନାହିଁ, ତାହା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଗତ ବର୍ଷ ଗୋଟିଏ ଗାଈ ବିଦ୍ୟୁତ୍ ଆଘାତରେ ଅଳ୍ପକେ ବଂଚିଯାଇଥିଲା ।ଏଭଳି ବିପଦଜନକ ସ୍ଥିତି ଦୀର୍ଘ ସମୟ ଧରି ରହିଥିଲେ ମଧ୍ୟ ସମ୍ପୃକ୍ତ ବିଦ୍ୟୁତ୍ କର୍ମଚାରୀମାନେ ଏହାର ସ୍ଥାୟୀ ସମାଧାନ ପାଇଁ କାହିଁକି ପଦକ୍ଷେପ ନେଇନାହାନ୍ତି, ତାହା ନେଇ ଅସନ୍ତୋଷ ପ୍ରକାଶ ପାଇଛି। କୌଣସି ଅଘଟଣ ଘଟିବା ପରେ ତଦନ୍ତ କରିବା ଅପେକ୍ଷା, ତାହା ପୂର୍ବରୁ ବିପଦକୁ ଚିହ୍ନଟ କରି ସୁରକ୍ଷା ବ୍ୟବସ୍ଥା କରିବା ହିଁ ବିଦ୍ୟୁତ୍ ବିଭାଗର ଦାୟିତ୍ୱ। ତେଣୁ ପ୍ରଶ୍ନ ଉଠୁଛି—ଯଦି ଏହି ଅସୁରକ୍ଷିତ ଟ୍ରାନ୍ସଫର୍ମର ଯୋଗୁଁ କୌଣସି ଅଘଟଣ ଘଟେ, ତେବେ ଦାୟିତ୍ୱ କାହାର ରହିବ?ଗ୍ରାମବାସୀଙ୍କ ଦାବି, ସମ୍ପୃକ୍ତ ବିଦ୍ୟୁତ୍ ବିଭାଗ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ଟ୍ରାନ୍ସଫର୍ମର ଚାରିପାଖରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରୁ। ଏଥିସହ ଏହି ସମସ୍ୟା ସମ୍ପର୍କରେ ପୂର୍ବରୁ କୌଣସି ଅଭିଯୋଗ ମିଳିଥିଲା କି ନାହିଁ ଏବଂ ମିଳିଥିଲେ କଣ ପଦକ୍ଷେପ ନିଆଯାଇଛି, ସେନେଇ ବିଭାଗ ସ୍ପଷ୍ଟୀକରଣ ଦେବା ଆବଶ୍ୟକ ।

Read More
ଚୋରା ମଦ ଧରିବାକୁ ଆବକାରୀ ବିଭାଗ ଓ ପ୍ରଶାସନ ତତ୍ପର। ରାୟଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗର ବ୍ୟାପକ ଚଢ଼ାଉ — ବିପୁଳ ପରିମାଣର ଦେଶୀ ମଦ ଓ ଅବୈଧ ମଦ ପ୍ରସ୍ତୁତି ସାମଗ୍ରୀ ନଷ୍ଟ – ସମୀକ୍ଷା ଖବର

ଚୋରା ମଦ ଧରିବାକୁ ଆବକାରୀ ବିଭାଗ ଓ ପ୍ରଶାସନ ତତ୍ପର। ରାୟଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗର ବ୍ୟାପକ ଚଢ଼ାଉ — ବିପୁଳ ପରିମାଣର ଦେଶୀ ମଦ ଓ ଅବୈଧ ମଦ ପ୍ରସ୍ତୁତି ସାମଗ୍ରୀ ନଷ୍ଟ

କୀର୍ତ୍ତି ଚନ୍ଦ୍ର ସାହୁ/ ଦକ୍ଷିଣ ଓଡିଶା ମୁଖ୍ୟ /ସମୀକ୍ଷା ନ୍ୟୁଜ: ରାୟଗଡ଼ା ଜିଲ୍ଲା ରେ ଚୋରା ମଦ ବିକ୍ରୟକୁ ରୋକିବା ସକାଶେ ପ୍ରଶାସନ ସକ୍ରିୟ ହୋଇଛି।ରାୟଗଡା ଉପଜିଲ୍ଲାପାଳ, ନେତୃତ୍ୱରେ ରାୟଗଡା ସବଡ଼ିଭିଜନର ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚୋରା ଓ ଅବୈଧ ମଦ ବିରୋଧୀ ଅଭିଯାନ ଆରମ୍ଭ କରାଯାଇଛି।ସମ୍ପୂର୍ଣ୍ଣ ବନ୍ଦ କରିବା ପର୍ଯ୍ୟନ୍ତ ଅଭିଯାନ ଜାରି ରହିବ ବୋଲି ଉପଜିଲ୍ଲାପାଳ ରମେଶ ଜେନା ସୂଚନା ଦେଇଛନ୍ତି। ବ୍ୟାପକ ଭାବେ ଚୋରା କାରବାର ହେଉଥୁବା ଜେ.କେ.ପୁର, କାଶୀପୁର,…

Read More
ଆସନ୍ତା ସେପ୍ଟେମ୍ବର ୩ରୁ ମାଲକାନଗିରି- ଭୁବନେଶ୍ୱର ବିମାନ ସେବା ଆରମ୍ଭ, ଚୂଡ଼ାନ୍ତ ପ୍ରସ୍ତୁତି – ସମୀକ୍ଷା ଖବର

ଆସନ୍ତା ସେପ୍ଟେମ୍ବର ୩ରୁ ମାଲକାନଗିରି- ଭୁବନେଶ୍ୱର ବିମାନ ସେବା ଆରମ୍ଭ, ଚୂଡ଼ାନ୍ତ ପ୍ରସ୍ତୁତି

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୨୭/୦୮/୨୬: ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଏକ ବଡ଼ ସୁଖବର। ସୀମାନ୍ତ ଜିଲ୍ଲା ମାଲକାନଗିରିରୁ ରାଜଧାନୀ ଭୁବନେଶ୍ୱରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଆଗାମୀ ସେପ୍ଟେମ୍ବର ୩ ତାରିଖରୁ ଏହି ବାଣିଜ୍ୟିକ ଉଡ଼ାଣ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହେବ। ଏହାଦ୍ୱାରା ଦୀର୍ଘ ଦିନ ଧରି ଅପେକ୍ଷା କରିଥିବା ଜିଲ୍ଲାବାସୀଙ୍କ ସ୍ୱପ୍ନ ସାକାର ହେବାକୁ ଯାଉଛି। ଏହି ବିମାନ ସେବା ପ୍ରାରମ୍ଭିକ ପର୍ଯ୍ୟାୟରେ ୯ ସିଟ୍ ବିଶିଷ୍ଟ ବିମାନ…

Read More
ସ୍କୁଲ ପଛ ପଟ ନାଳ ରୁ ସ୍କୁଲ ଛାତ୍ରର ମୃତଦେହ ଉଦ୍ଧାର ,ହତ୍ୟା ସନ୍ଦେହ କଲେ ପରିବାର – ସମୀକ୍ଷା ଖବର

ସ୍କୁଲ ପଛ ପଟ ନାଳ ରୁ ସ୍କୁଲ ଛାତ୍ରର ମୃତଦେହ ଉଦ୍ଧାର ,ହତ୍ୟା ସନ୍ଦେହ କଲେ ପରିବାର

କୀର୍ତ୍ତି ଚନ୍ଦ୍ର ସାହୁ/ ଦକ୍ଷିଣ ଓଡିଶା ମୁଖ୍ୟ/ ବୋରିଗୁମ୍ମା /ସମୀକ୍ଷା ନ୍ୟୁଜ: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରେ ଅନୁସୂଚିତ ଜାତି ଓ ଜନ ଜାତି ବିଭାଗ ର ଛାତ୍ରାବାସ ପରିଚାଳନା ଉପରେ ଉଠିଲା ପ୍ରଶ୍ନ । ଛାତ୍ରାବାସ ରୁ ଜଣେ ଛାତ୍ର 3 ଦିନ ଧରି ନିଖୋଜ ହେଉଛି ପରେ ସ୍କୁଲ ପଛ ପଟ ନାଳରୁ ରକ୍ତାତ ଅବସର ରେ ସବ ଉଦ୍ଧାର ହେବା ଘଟଣା ହିଁ ବୟାନ କରୁଛି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରେ…

Read More