ମୟୂରଭଞ୍ଜ: କପ୍ତିପଦା ଉପଖଣ୍ଡ ଚିକିତ୍ସାଳୟର ଶୋଚନୀୟ ଅବସ୍ଥା; ଦିନ ଦୁଇପ୍ରହରେ ମୋବାଇଲ୍ ଲାଇଟ୍ ଭରସାରେ ରୋଗୀଙ୍କ ଚିକିତ୍ସା
ଯଶୋବନ୍ତ ପରିଡା/ କପ୍ତିପଦା ଉପଖଣ୍ଡ ୧୨/୮/୨୬ (ସମୀକ୍ଷା ନ୍ୟୁଜ): ଜନସାଧାରଣଙ୍କ ସ୍ୱାସ୍ଥ୍ୟସେବା ପାଇଁ ଉଦ୍ଦିଷ୍ଟ ସରକାରୀ ଡାକ୍ତରଖାନାଗୁଡ଼ିକ କିପରି ନିଜେ ରୋଗାଗ୍ରସ୍ତ ହୋଇପଡ଼ିଛି, ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଚିକିତ୍ସାଳୟରେ। ଏଠାରେ ସ୍ୱାସ୍ଥ୍ୟସେବାର ଅବସ୍ଥା ଏତେ ଶୋଚନୀୟ ଯେ, ଦିନ ଦୁଇପ୍ରହରେ ବିଦ୍ୟୁତ୍ ସେବା ବିନା ମୋବାଇଲ୍ ଲାଇଟ୍ ମାରି ରୋଗୀଙ୍କ ଚିକିତ୍ସା କରାଯାଉଛି।ଡାକ୍ତରଖାନାର ବାସ୍ତବ ଚିତ୍ର ଅତ୍ୟନ୍ତ ଭୟାବହ। କେତେବେଳେ ଡାକ୍ତରଖାନା କୋଠାର ଛାତ ଓ ସିଲିଂ…