ବାଲେଶ୍ଵରରୁ ବ୍ରାଉନସୁଗାର ନେଇ ଆସୁଥିବା ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ, ୨୦ ଗ୍ରାମ ବ୍ରାଉନସୁଗାର ଜବତ
ପୁଲକେଶ୍ଵର ମିଶ୍ର/ସମୀକ୍ଷା ନ୍ୟୁଜ/ ତାଳଚେର, ୯ ଅଗଷ୍ଟ ୨୦୨୬: ତାଳଚେର କୋଲିୟାରୀ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବାଲେଶ୍ଵରରୁ ବ୍ରାଉନସୁଗାର ନେଇ ଆସୁଥିବା ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି।ମିଳିଥିବା ସୂଚନା ମୁତାବକ, ରାତି ପ୍ରାୟ ୯:୦୦ ଟା ସମୟରେ ଅଭିଯୁକ୍ତମାନେ ବାଲେଶ୍ଵରରୁ ବ୍ରାଉନସୁଗାର ଧରି ତାଳଚେର ଆଡ଼କୁ ଆସୁଥିଲେ। ଗୁପ୍ତ ସୂଚନା ଆଧାରରେ ତାଳଚେର କୋଲିୟାରୀ ଥାନା ପୋଲିସ ଚଢ଼ାଉ…