ରାୟଗଡ଼ା ପୌର ଉପାଧ୍ୟକ୍ଷା ପଦ ପାଇଁ ୨୯ରେ ଉପନିର୍ବାଚନ ,ରାଜନୈତିକ ସମୀକରଣ ମଧ୍ୟରେ କାହା ହାତକୁ ଯିବ ଉପାଧ୍ୟକ୍ଷା ପଦ
ଜିତେନ୍ଦ୍ର କୁମାର ଶତପଥି/ ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ: ରାୟଗଡ଼ା, ୨୨/୯: ରାୟଗଡ଼ା ପୌର ପରିଷଦରେ ଦୀର୍ଘଦିନ ଧରି ଖାଲି ପଡ଼ିଥିବା ଉପାଧ୍ୟକ୍ଷା ପଦ ପାଇଁ ଆସନ୍ତା ୨୯ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା ପରେ ପୌରାଞ୍ଚଳରେ ରାଜନୈତିକ ତତ୍ପରତା ବଢ଼ିଛି। ଉପାଧ୍ୟକ୍ଷା ପଦକୁ ନେଇ ବିଭିନ୍ନ ରାଜନୈତିକ ଦଳ ଓ କାଉନସିଲରଙ୍କ ମଧ୍ୟରେ ଆଲୋଚନା ଜୋର ଧରିଛି।ପୌର ପରିଷଦ ନିର୍ବାହୀ ଅଧିକାରୀ କୁଲଦୀପ କୁମାରଙ୍କ ସୂଚନା ଅନୁଯାୟୀ,…