ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ସାମ୍ବାଦିକଙ୍କ ପାଇଁ ପୁନଃ ଆୟୋଜିତ ହେବ ସ୍ୱାସ୍ଥ୍ୟ ଶିବିର: ଜେ.କେ. କାଗଜ କଳ ପକ୍ଷରୁ ସମ୍ମତି ପ୍ରକାଶ

ସାମ୍ବାଦିକଙ୍କ ପାଇଁ ପୁନଃ ଆୟୋଜିତ ହେବ ସ୍ୱାସ୍ଥ୍ୟ ଶିବିର: ଜେ.କେ. କାଗଜ କଳ ପକ୍ଷରୁ ସମ୍ମତି ପ୍ରକାଶ – ସମୀକ୍ଷା ଖବର

ଜିତେନ୍ଦ୍ର କୁମାର ଶତପଥି/ ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ:

ରାୟଗଡ଼ା, ୨୨/୦୯/୨୦୨୬: ରାୟଗଡ଼ା ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ୱ ଦେଇ ପୂର୍ବରୁ ଜେ.କେ. କାଗଜ କଳ ପକ୍ଷରୁ ଆୟୋଜିତ ହେଉଥିବା ମାଗଣା ସ୍ୱାସ୍ଥ୍ୟ ଶିବିରକୁ ପୁନର୍ବାର ଆରମ୍ଭ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏନେଇ ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ, ରାୟଗଡ଼ା ଜିଲ୍ଲା ଶାଖା ପକ୍ଷରୁ ଜେ.କେ. କାଗଜ କଳ କର୍ତ୍ତୃପକ୍ଷଙ୍କ ନିକଟରେ ଅନୁରୋଧ କରାଯାଇଛି।

ସାମ୍ବାଦିକଙ୍କ ପାଇଁ ପୁନଃ ଆୟୋଜିତ ହେବ ସ୍ୱାସ୍ଥ୍ୟ ଶିବିର: ଜେ.କେ. କାଗଜ କଳ ପକ୍ଷରୁ ସମ୍ମତି ପ୍ରକାଶ – ସମୀକ୍ଷା


ଏହି ମର୍ମରେ ସଂଘ ପକ୍ଷରୁ ଜେ.କେ. କାଗଜ କଳର ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ସ୍ମୃତିରେଖା କରଙ୍କୁ ଏକ ଅନୁରୋଧପତ୍ର ପ୍ରଦାନ କରାଯାଇଥିଲା। ପୂର୍ବରୁ ରାୟଗଡ଼ା ସହରସ୍ଥିତ କମ୍ୟୁନିଟି ହଲ୍‌ରେ ଜେ.କେ. କାଗଜ କଳ ପକ୍ଷରୁ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରଙ୍କୁ ନେଇ ନିୟମିତ ଭାବେ ଏହି ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହେଉଥିଲା।
ଉକ୍ତ ଶିବିରରେ ସାମ୍ବାଦିକ ଓ ସେମାନଙ୍କ ପରିବାର ସଦସ୍ୟଙ୍କର ସ୍ୱାସ୍ଥ୍ୟ ପରୀକ୍ଷା, ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ସହିତ ଆବଶ୍ୟକ ଔଷଧ ମଧ୍ୟ ମାଗଣାରେ ଯୋଗାଇ ଦିଆଯାଉଥିଲା। ଏହି ଜନକଲ୍ୟାଣମୂଳକ ପଦକ୍ଷେପ ଦ୍ୱାରା ପ୍ରତ୍ୟେକ ଶିବିରରେ ପ୍ରାୟ ଦୁଇଶହରୁ ଊର୍ଦ୍ଧ୍ୱ ସାମ୍ବାଦିକ ଓ ସେମାନଙ୍କ ପରିବାର ସଦସ୍ୟ ଉପକୃତ ହେଉଥିଲେ।
ତେବେ ଗତ କିଛି ବର୍ଷ ଧରି ଏହି ମାଗଣା ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ବନ୍ଦ ରହିଥିବାରୁ ଏହାକୁ ପୁନର୍ବାର ଚାଲୁ କରିବା ନେଇ ସଂଘ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଥିଲା। ସାମ୍ବାଦିକ ଓ ସେମାନଙ୍କ ପରିବାରର ସ୍ୱାସ୍ଥ୍ୟ ଯତ୍ନ ପାଇଁ ଏଭଳି ଶିବିରର ଗୁରୁତ୍ୱକୁ ଦୃଷ୍ଟିରେ ରଖି ସଂଘ ପକ୍ଷରୁ ଏହି ଅନୁରୋଧ କରାଯାଇଛି।
ଅନୁରୋଧପତ୍ର ଗ୍ରହଣ କରି ଜେ.କେ. କାଗଜ କଳର ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ସ୍ମୃତିରେଖା କର ସ୍ୱାସ୍ଥ୍ୟ ଶିବିରକୁ ପୁନର୍ବାର ଆୟୋଜନ କରିବା ନେଇ ସମ୍ମତି ପ୍ରକାଶ କରିଥିବା ଜଣାପଡ଼ିଛି। ଏହି ଆଶ୍ୱାସନ ସାମ୍ବାଦିକ ମହଲରେ ଆଶା ଓ ଆନନ୍ଦର ସଞ୍ଚାର କରିଛି।
ଏହି ଅବସରରେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ଶ୍ରୀ ଦୟାନନ୍ଦ ଖାଡ଼ଙ୍ଗା ଓ ଉପଦେଷ୍ଟା ଶ୍ରୀ ସରୋଜ କୁମାର ସାହୁ ଉପସ୍ଥିତ ଥିଲେ। ସାମ୍ବାଦିକ ଓ ସେମାନଙ୍କ ପରିବାର ପାଇଁ ଏହି ସ୍ୱାସ୍ଥ୍ୟ ଶିବିର ପୁନର୍ବାର ଆରମ୍ଭ ହେଲେ ଏହା ଏକ ଉପଯୋଗୀ ଓ ପ୍ରଶଂସନୀୟ ପଦକ୍ଷେପ ହେବ ବୋଲି ଆଶା ପ୍ରକାଶ ପାଇଛି।

ସାମ୍ବାଦିକଙ୍କ ପାଇଁ ପୁନଃ ଆୟୋଜିତ ହେବ ସ୍ୱାସ୍ଥ୍ୟ ଶିବିର: ଜେ.କେ. କାଗଜ କଳ ପକ୍ଷରୁ ସମ୍ମତି ପ୍ରକାଶ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର କନ୍ଧମାଳରେ ‘SAHAY’ ପ୍ରକଳ୍ପର ଶୁଭାରମ୍ଭ,ସୁଦୃଢ଼ ହେବ ସିକଲ୍ ସେଲ୍ ରୋଗର ସ୍କ୍ରିନିଂ ଓ ଚିକିତ୍ସା ବ୍ୟବସ୍ଥା