କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜା–୨୦୨୬ ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ
ନମିତା ନାୟକ/ ଜିଲ୍ଲା ପ୍ରତିନିଧି/ସମୀକ୍ଷା ନ୍ୟୁଜ/ କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା, ୦୫ ଅକ୍ଟୋବର:ଆସନ୍ତା ଗଜଲକ୍ଷ୍ମୀ ପୂଜା–୨୦୨୬କୁ ଶୃଙ୍ଖଳିତ, ସୁରକ୍ଷିତ ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନ ନିମନ୍ତେ ଆଜି ସନ୍ଧ୍ୟା ୫ଟା ସମୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗଜଲକ୍ଷ୍ମୀ ପୂଜା ପାଇଁ ସମନ୍ୱୟ କମିଟି ଗଠନ, ପୂଜା କମିଟିଗୁଡ଼ିକୁ ଅନୁମତି ପତ୍ର ପ୍ରଦାନ, ଆଇନଶୃଙ୍ଖଳା, ସୂଚନା କେନ୍ଦ୍ର, ରାସ୍ତାଘାଟ ମରାମତି, ସ୍ୱାସ୍ଥ୍ୟସେବା,…