ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ପଲ୍ଲୀବିକାଶ ଛକ ଦୁର୍ଗାପୂଜା ପାଇଁ ମହାରାଜ ରାବଣ ବରଣ

ପଲ୍ଲୀବିକାଶ ଛକ ଦୁର୍ଗାପୂଜା ପାଇଁ ମହାରାଜ ରାବଣ ବରଣ – ସମୀକ୍ଷା ଖବର

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼/ ସମୀକ୍ଷା ନ୍ୟୁଜ:


ଗାଇସିଲେଟ, ୦୩/୧୦: ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଭାଙ୍ଗମୁଣ୍ଡା,ବେହେରାମୁଣ୍ଡା, ସନ୍ଧିବାହାଲ, କଂସଡୋଲ,ଜାମମାଲ, କୁର୍ଲୁବାହାଲ ଆଦି ୬ ଗୋଟି ଗ୍ରାମକୁ ନେଇ ପଲ୍ଲୀବିକାଶ ଛକରେ ହେବାକୁ ଥିବା ଦୁର୍ଗାପୂଜା ଅବସରରେ ଆୟୋଜିତ ରାବଣ ଦରବାର ପାଇଁ ମହାରାଜ ରାବଣ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ଛକଠାରେ ଆୟୋଜିତ ଏହି ବରଣ କାର୍ଯ୍ୟକ୍ରମରେ ଭାଙ୍ଗମୁଣ୍ଡା ଗ୍ରାମର ତଥା ଗାଇସିଲେଟ ଥାନା କର୍ମଚାରୀ ଏମ୍.ଡି. ସ୍ମାଇଲଙ୍କୁ ଚଳିତବର୍ଷ ରାବଣ ଭୂମିକା ପାଇଁ ବରଣ କରାଯାଇଥିଲା। ପୁଷ୍ପମାଲ୍ୟ, ନଡ଼ିଆ ଓ ସିନ୍ଦୁର ପ୍ରଦାନ କରି ତାଙ୍କୁ ମହାରାଜ ରାବଣ ଭୂମିକା ପାଇଁ ଆନୁଷ୍ଠାନିକ ଭାବେ ବରଣ କରାଯାଇଥିଲା। ଏମ୍.ଡି. ସ୍ମାଇଲ ଦୀର୍ଘ ୬ ବର୍ଷ ଧରି ବିଭିନ୍ନ ରାବଣ ଦରବାରରେ ରାବଣ ଭୂମିକାରେ ଅଭିନୟ କରିଆସୁଥିବାରୁ ତାଙ୍କ ଅଭିନୟକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ରହିଛି। ଆସନ୍ତା ୨୦ରୁ ୨୨ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ତିନିଦିନ ଧରି ପଲ୍ଲୀବିକାଶ ଛକରେ ରାବଣ ଦରବାରର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ।

ପଲ୍ଲୀବିକାଶ ଛକ ଦୁର୍ଗାପୂଜା ପାଇଁ ମହାରାଜ ରାବଣ ବରଣ – ସମୀକ୍ଷା

ଏଥିରେ ଚାଣ୍ଡାଲ ନାଗ ଦଣ୍ଡନୃତ୍ୟ, ସତିଘାଟ ଦଣ୍ଡନୃତ୍ୟ, ନୃତ୍ୟ ପ୍ରତିଯୋଗିତା ସହ ମିନାବଜାର ରହିବ। ବିଶେଷକରି ରାବଣ ଦରବାର ଓ ମିନାବଜାର ଦର୍ଶକଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିବ ବୋଲି କମିଟି ପକ୍ଷରୁ କୁହାଯାଇଛି । ଦୁର୍ଗାପୂଜାକୁ ନେଇ ପଲ୍ଲୀବିକାଶ ଛକରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ରାବଣ ବରଣ କାର୍ଯ୍ୟକ୍ରମ ପରେ ଉତ୍ସାହ ଆହୁରି ବଢ଼ିଛି। ରାବଣ ଦରବାରରେ ଏମ୍.ଡି. ସ୍ମାଇଲଙ୍କ ଅଭିନୟ ଏଥର ଦର୍ଶକଙ୍କ ମନ ମୋହିବ ବୋଲି ଆୟୋଜକ ଓ ସ୍ଥାନୀୟ ଲୋକେ ଆଶା ପ୍ରକାଶ କରିଛନ୍ତି। ଏହି ଅବସରରେ ଦୁର୍ଗାପୂଜା କମିଟି ସଭାପତି ନାରାୟଣ ସାହୁ, ଉପସଭାପତି କୀର୍ତ୍ତି ଚରଣ ସରାଫ, ସମ୍ପାଦକ ତିଲକ ସାହୁ, କୋଷାଧ୍ୟକ୍ଷ ଯତୀନ୍ଦ୍ର ସାହୁ,ବିରେନ୍ଦ୍ର ସାହୁ, ଉପଦେଷ୍ଟା ଘନଶ୍ୟାମ ସାହୁ, ପୁରୁଷୋତ୍ତମ ସାହୁ, ସୁଦାମ ଚରଣ ସାହୁ, କୈଳାଶ ବେହେରା, ଯୌତୁକ ସାହୁ, ବିପିନ ସାହୁ, କେଶବ ସାହୁ, ବିଶ୍ୱ ସାହୁ, ଟିକେମଣି ସାହୁ, ସୁରୁଦାଶ ସାହୁଙ୍କ ସମେତ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ରାୟଗଡ଼ ଜିଲ୍ଲାରେ ବାଦ ପଡ଼ିଥିବା ଓ ପ୍ରଥମ ଥର/ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ