ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ବରଗଡ଼ରେ ଅଙ୍ଗନବାଡ଼ି କର୍ମୀଙ୍କ ବିଶାଳ ବିକ୍ଷୋଭ ୫୫ ବର୍ଷରେ ଛଟେଇ ନୀତିକୁ ଜୋରଦାର ବିରୋଧ

ବରଗଡ଼ରେ ଅଙ୍ଗନବାଡ଼ି କର୍ମୀଙ୍କ ବିଶାଳ ବିକ୍ଷୋଭ ୫୫ ବର୍ଷରେ ଛଟେଇ ନୀତିକୁ ଜୋରଦାର ବିରୋଧ – ସମୀକ୍ଷା ଖବର

ଅବିନାଶ ଗଡତିଆ /ବରଗଡ /ସମୀକ୍ଷା ନିୟୁଜ :
ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ନିଜର ବିଭିନ୍ନ ନ୍ୟାଯ୍ୟ ଦାବି ନେଇ ଏକ ବିଶାଳ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ‘ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ ନେତୃତ୍ୱରେ ଆୟୋଜିତ ଏହି ଆନ୍ଦୋଳନରେ ବରଗଡ଼ ଜିଲ୍ଲାର କୋଣଅନୁକୋଣରୁ ଶତାଧିକ ମହିଳା କର୍ମୀ ସାମିଲ ହୋଇ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିଲେ। ୫୫ ବର୍ଷରେ ଛଟେଇ ନୀତିକୁ ତୀବ୍ର ବିରୋଧ ଆନ୍ଦୋଳନକାରୀ କର୍ମୀମାନଙ୍କ ମୁଖ୍ୟ ସମସ୍ୟା ରାଜ୍ୟ ସରକାରଙ୍କ ୫୫ ବର୍ଷରେ କାର୍ଯ୍ୟ ଦକ୍ଷତା ସମୀକ୍ଷା ଆଧାରରେ ଛଟେଇ ନୀତି ବିରୁଦ୍ଧରେ ଥିଲା। ପ୍ରତିବାଦ କରୁଥିବା ଅଙ୍ଗନବାଡ଼ି ଦିଦିମାନେ ସ୍ପଷ୍ଟ ଚେତାବନୀ ଦେଇ କହିଛନ୍ତି ଯେ, “୫୫ ବର୍ଷ ବୟସରେ କର୍ମୀ ଓ ସହାୟିକାମାନଙ୍କୁ ଚାକିରିରୁ ବାହାର କରିବା ନୀତି କଦାପି ବରଦାସ୍ତ କରାଯିବ ନାହିଁ”।

ବରଗଡ଼ରେ ଅଙ୍ଗନବାଡ଼ି କର୍ମୀଙ୍କ ବିଶାଳ ବିକ୍ଷୋଭ ୫୫ ବର୍ଷରେ ଛଟେଇ ନୀତିକୁ ଜୋରଦାର ବିରୋଧ – ସମୀକ୍ଷା

ଏହା ସହିତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଡାଟା ଏଣ୍ଟ୍ରି ସମୟରେ ଦେଖାଦେଉଥିବା ଇଣ୍ଟରନେଟ୍ ଓ ନେଟୱର୍କ ସମସ୍ୟାର ସମାଧାନ ପାଇଁ ମଧ୍ୟ ସେମାନେ ଦାବି କରିଛନ୍ତି। ୧୦ ଦଫା ଦାବିପତ୍ର ପ୍ରଦାନ ଆନ୍ଦୋଳନକାରୀମାନେ ମୁଖ୍ୟମନ୍ତ୍ରୀ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୧୦ ଦଫା ସମ୍ବଳିତ ଦାବିପତ୍ର ବରଗଡ଼ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି। ଏହି ଦାବିପତ୍ରରେ ମୁଖ୍ୟତଃ: ସରକାରୀ କର୍ମଚାରୀଙ୍କ ମାନ୍ୟତା ପ୍ରଦାନ। ମାସିକ ପାରିଶ୍ରମିକ ବୃଦ୍ଧି ଓ ସାମାଜିକ ସୁରକ୍ଷା ନିଶ୍ଚିତ କରିବା। ୫୫ ବର୍ଷରେ ଛଟେଇ ପ୍ରକ୍ରିୟାକୁ ସମ୍ପୂର୍ଣ ବନ୍ଦ କରିବା। ଆଗାମୀ ଦିନରେ ବଡ଼ ଆନ୍ଦୋଳନର ଚେତାବନୀ।ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଦୀର୍ଘ ସମୟ ଧରି ଧାରଣା ଦେବା ସହ କର୍ମୀମାନେ ସରକାର ବିରୋଧୀ ନାରାବାଜି କରିଥିଲେ। ସଂଘ ପକ୍ଷରୁ କୁହାଯାଇଛି ଯେ, ଯଦି ନଭେମ୍ବର ସୁଦ୍ଧା ସେମାନଙ୍କର ଏହି ନ୍ୟାଯ୍ୟ ଦାବି ପୂରଣ ଦିଗରେ ସରକାର କୌଣସି ଦୃଢ଼ ପଦକ୍ଷେପ ନ ନିଅନ୍ତି, ତେବେ ସାରା ଓଡ଼ିଶାରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବା ସହ ରାଜଧାନୀ ଭୁବନେଶ୍ୱରରେ ଏକ ବିଶାଳ ମହା-ଆନ୍ଦୋଳନ କରାଯିବ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ପାର୍ବଣରେ ରକ୍ତରଞ୍ଜିତ ବରଗଡ ଛୁରା ମାଡ଼ରେ ଯୁବକ ମୃତ