ମୁଖ୍ୟ ବିଷୟକୁ ଯାଆନ୍ତୁ
ଶୁକ୍ରବାର, ୨୦ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ଖୋର୍ଦ୍ଧା ବରଗଡ଼ କେନ୍ଦ୍ରାପଡ଼ା ମାଲକାନଗିରି କୋରାପୁଟ

Khordha 90 kg of ganja seized: ଖୋରଧାରେ ୯୦ କେଜି ଗଞ୍ଜେଇ ଜବତ, ୫ ଗିରଫ

Khordha 90 kg of ganja seized: ଖୋରଧାରେ ୯୦ କେଜି ଗଞ୍ଜେଇ ଜବତ, ୫ ଗିରଫ – ସମୀକ୍ଷା ଖବର

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି /ସମୀକ୍ଷା ନ୍ୟୁଜ:

୯ ଲକ୍ଷ ଟଙ୍କାର ଗଞ୍ଜେଇ ସହ ୩ଟି ଗାଡ଼ି ଓ ୩ଟି ମୋବାଇଲ୍ ଫୋନ୍ ଜବତ; କନ୍ଧମାଳରୁ ବିଭିନ୍ନ ସ୍ଥାନକୁ ଚାଲାଣ ହେଉଥିଲା ନିଶାଦ୍ରବ୍ୟ

ଖୋରଧା, ୧୯।୧୧: ନିଶାଦ୍ରବ୍ୟର ବେଆଇନ ଚାଲାଣ ଓ କାରବାର ବିରୋଧରେ ଖୋରଧା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବୁଧବାର ତିନୋଟି ପୃଥକ ସ୍ଥାନରେ ଚଢ଼ଉ କରାଯାଇ ମୋଟ ୯୦ କେଜି ଗଞ୍ଜେଇ ଜବତ କରାଯିବା ସହ ୫ ଜଣଙ୍କୁ ଗିରଫ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୯ ଲକ୍ଷ ଟଙ୍କା ହେବ। ଏହା ସହ ଗଞ୍ଜେଇ ଚାଲାଣରେ ବ୍ୟବହୃତ ୩ଟି ଗାଡ଼ି ଓ ୩ଟି ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି। ଜିଲ୍ଲା ଅବକାରୀ ମୋବାଇଲ୍ ୟୁନିଟ, ଖୋରଧା ଓ ଜଟଣୀ ଅବକାରୀ ଥାନା ପକ୍ଷରୁ ଏହି ଚଢ଼ଉ କରାଯାଇଥିଲା। ପ୍ରଥମ ଘଟଣାରେ ଖୋରଧା ଜିଲ୍ଲା ଅବକାରୀ ମୋବାଇଲ୍ ୟୁନିଟ ପକ୍ଷରୁ ଦିନ ପ୍ରାୟ ୧ଟା ୩୦ ମିନିଟ ସମୟରେ ଇନଫୋଭ୍ୟାଲି ଥାନା ଅନ୍ତର୍ଗତ ପିତାପଲ୍ଲୀ ଛକ ନିକଟରେ ଏକ ମାରୁତି ସୁଜୁକି ଡିଜାୟାର (ନଂ- ଓଡ଼ି ୦୨ସି.ଏକ୍ସ ୩୧୪୨)କୁ ଅଟକାଇ ଯାଞ୍ଚ କରାଯାଇଥିଲା। ଗାଡ଼ିରୁ ଦୁଇଟି ଧଳା ଅଖା ବସ୍ତାରେ ରଖାଯାଇଥିବା ୩୬ କେଜି ଗଞ୍ଜେଇ ଜବତ ହୋଇଥିଲା। ପ୍ରତ୍ୟେକ ବସ୍ତାରେ ୧୮ କେଜି ଲେଖାଏଁ ଗଞ୍ଜେଇ ଥିଲା। ଏହି ଘଟଣାରେ କନ୍ଧମାଳ ଜିଲ୍ଲାର ମିଥୁନ ବେହେରା (୨୭) ଓ ବସନ୍ତ ସାହୁ (୩୮) ଙ୍କୁ ଗିରଫ କରାଯାଇଛି। ପ୍ରାଥମିକ ତଦନ୍ତରୁ ଗଞ୍ଜେଇ ଫୁଲବାଣୀରୁ ଭୁବନେଶ୍ୱରକୁ ଚାଲାଣ ହେଉଥିବା ଜଣାପଡ଼ିଛି। ସେମାନଙ୍କଠାରୁ ଦୁଇଟି ମୋବାଇଲ୍ ଫୋନ ମଧ୍ୟ ଜବତ ହୋଇଛି। ଜିଲ୍ଲା ଅବକାରୀ ମୋବାଇଲ୍ ୟୁନିଟର ଭାରପ୍ରାପ୍ତ ଅଧିକାରୀ ସୁଜିତ କୁମାର ମୁଦୁଲିଙ୍କ ନେତୃତ୍ୱରେ ଏହି ଚଢ଼ଉ କରାଯାଇଥିଲା। ଏନେଇ ପିଆର ନଂ- ୩୩୬/୨୦୨୬-୨୭ରେ ମାମଲା ରୁଜୁ ହୋଇଛି।

Khordha 90 kg of ganja seized: ଖୋରଧାରେ ୯୦ କେଜି ଗଞ୍ଜେଇ ଜବତ, ୫ ଗିରଫ – ସମୀକ୍ଷା

ଦ୍ୱିତୀୟ ଘଟଣାରେ ଖୋରଧା ଅବକାରୀ ଥାନା ପକ୍ଷରୁ ସକାଳ ପ୍ରାୟ ୮ଟା ୪୦ ମିନିଟ ସମୟରେ ଜଙ୍କିଆ ଥାନା ଅନ୍ତର୍ଗତ ମଳିପଡ଼ା ଫ୍ଲାଏଓଭର ନିକଟରେ ଏକ ବୋଲେରୋ ଗାଡ଼ି (ନଂ- ଓଡ଼ି ୨୫ କେ ୭୨୦୫)କୁ ଅଟକାଇ ଯାଞ୍ଚ କରାଯାଇଥିଲା। ଗାଡ଼ିରୁ ଦୁଇଟି ଧଳା ଅଖା ବସ୍ତାରେ ଥିବା ୩୨ କେଜି ଗଞ୍ଜେଇ ଜବତ ହୋଇଥିଲା। ପ୍ରତ୍ୟେକ ବସ୍ତାରେ ୧୬ କେଜି ଲେଖାଏଁ ଗଞ୍ଜେଇ ରହିଥିଲା। ଏହି ଘଟଣାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ଦୈପାନ୍ୟ ପାତ୍ର (୩୧) ଓ ବିକାଶ ନାୟକ (୨୦)ଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ଏକ ମୋବାଇଲ ଫୋନ ଜବତ ହୋଇଛି। ଅବକାରୀ ତଦନ୍ତକାରୀ ଅଧିକାରୀ ସୁଜିତ କୁମାର ନାଗଙ୍କ ନେତୃତ୍ୱରେ ଏହି ଚଢ଼ଉ ହୋଇଥିଲା। ଏନେଇ ପିଆର୍ ନଂ- ୧୯୫/୨୦୨୬-୨୭ରେ ମାମଲା ରୁଜୁ ହୋଇଛି। ସେହିପରି ତୃତୀୟ ଘଟଣାରେ ଜଟଣୀ ଅବକାରୀ ଥାନା ପକ୍ଷରୁ ସକାଳ ୯ଟାରୁ ୧୦ଟା ୪୫ ମିନିଟ ମଧ୍ୟରେ ଏକ ସ୍ୱତନ୍ତ୍ର ଚଢ଼ଉ କରାଯାଇ ରୂପେଲି ରଙ୍ଗର ମାରୁତି ସୁଜୁକି ସ୍ୱିଫ୍ଟ ଡିଜାୟାର ଗାଡ଼ିରୁ ୨୨ କେଜି ଗଞ୍ଜେଇ ଜବତ କରାଯାଇଥିଲା। ଏହି ଘଟଣାରେ କନ୍ଧମାଳ ଜିଲ୍ଲା ସଦର ଫୁଲବାଣୀ ଥାନା ଅନ୍ତର୍ଗତ ପିପିଲି ଗ୍ରାମର ହାଡ଼ି ଦିଗାଲଙ୍କ ପୁଅ ବିଜୟ ଦିଗାଲ (୩୨)ଙ୍କୁ ଗିରଫ କରାଯାଇଛି। ଗଞ୍ଜେଇ ସହ ଗାଡ଼ି ଓ ଏକ ମୋବାଇଲ ଫୋନ ଜବତ ହୋଇଛି। ପ୍ରାଥମିକ ତଦନ୍ତରୁ ଏହି ଗଞ୍ଜେଇ ଫୁଲବାଣୀରୁ ପାଣିକୋଇଲି ଅଞ୍ଚଳକୁ ଚାଲାଣ ହେଉଥିବା ଜଣାପଡ଼ିଛି। ଏନେଇ ପିଆର ନଂ- ୧୫୦/୨୦୨୬-୨୭ରେ ମାମଲା ରୁଜୁ ହୋଇଛି। ଏହି ତିନୋଟି ପୃଥକ ଚଢ଼ଉରେ ମୋଟ ୯୦ କେଜି ଗଞ୍ଜେଇ, ୩ଟି ଗାଡ଼ି ଓ ୩ଟି ମୋବାଇଲ ଫୋନ ଜବତ ହେବା ସହ ୫ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୯ ଲକ୍ଷ ଟଙ୍କା ବୋଲି ଅବକାରୀ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ଗଞ୍ଜେଇ ଚାଲାଣର ମୂଳ ଉତ୍ସ, ଏହାର ଗ୍ରାହକ ଏବଂ ଏହି ବେଆଇନ ନିଶାଦ୍ରବ୍ୟ କାରବାରରେ ଅନ୍ୟ କେଉଁମାନଙ୍କ ସମ୍ପୃକ୍ତି ରହିଛି, ସେନେଇ ଅବକାରୀ ବିଭାଗ ପକ୍ଷରୁ ତିନୋଟି ମାମଲାର ଅଧିକ ତଦନ୍ତ ଜାରି ରହିଛି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Major success for Paradip Lock Police: ପାରାଦୀପ ଲକ୍ ଥାନାର ବଡ ସଫଳତା ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ