ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି /ସମୀକ୍ଷା ନ୍ୟୁଜ:
ବାଲିଅନ୍ତାରେ ୧୩ ଓ ବାଲିପାଟଣାରେ ୧୬ ମି.ମି. ବର୍ଷା; ଜିଲ୍ଲାର ହାରାହାରି ବୃଷ୍ଟିପାତ ୧୨.୧୨ ମି.ମି.
ଖୋରଧା, ୧୯/୧୧: ସମ୍ଭାବ୍ୟ ବାତ୍ୟା ‘ଅକଭାନ୍’ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଜାରି ରଖିଥିବାବେଳେ ଗୁରୁବାର ସକାଳ ୮ଟାରୁ ଅପରାହ୍ନ ୫ଟା ମଧ୍ୟରେ ଖୋରଧା ଜିଲ୍ଲାରେ ମୋଟ ୧୬୯.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହି ସମୟ ମଧ୍ୟରେ ଜିଲ୍ଲାର ହାରାହାରି ବୃଷ୍ଟିପାତ ୧୨.୧୨ ମିଲିମିଟର ରହିଥିବା ଜିଲ୍ଲା ବର୍ଷା ରିପୋର୍ଟରୁ ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ଜଟଣୀରେ ସର୍ବାଧିକ ୨୪ ମିଲିମିଟର ବର୍ଷା ହୋଇଥିବାବେଳେ ଖୋରଧା ରେ ୧୯ ମିଲିମିଟର ଏବଂ ବାଲିପାଟଣାରେ ୧୬ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି ବୋଲଗଡ଼ରେ ୧୪ ମିଲିମିଟର ଏବଂ ବାଲିଅନ୍ତାରେ ୧୩ ମିଲିମିଟର ବର୍ଷା ହୋଇଛି। ଅନ୍ୟପକ୍ଷରେ ଭୁବନେଶ୍ୱର, ବାଣପୁର ଓ ବେଗୁନିଆରେ ପ୍ରତ୍ୟେକ ୧୧ ମିଲିମିଟର ବର୍ଷା ହୋଇଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ମୁଖ୍ୟାଳୟରେ ୧୧ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ବିଏମ୍ସିର ଦକ୍ଷିଣ-ପଶ୍ଚିମ ଜୋନ୍ରେ ୧୫.୩ ମିଲିମିଟର, ଦକ୍ଷିଣ-ପୂର୍ବ ଜୋନ୍ରେ ୧୦.୨ ମିଲିମିଟର ଏବଂ ଉତ୍ତର ଜୋନ୍ରେ ୯ ମିଲିମିଟର ବର୍ଷା ହୋଇଛି। ଏହି ସମୟ ମଧ୍ୟରେ ଟାଙ୍ଗୀରେ ୩ ମିଲିମିଟର ଏବଂ ଚିଲିକାରେ ସର୍ବନିମ୍ନ ୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ସହରାଞ୍ଚଳରେ ବର୍ଷାର ସ୍ଥିତି ଉପରେ ପ୍ରଶାସନ ନିରନ୍ତର ନଜର ରଖିଛି। ବାତ୍ୟାର ପ୍ରଭାବ ଓ ପାଣିପାଗର ପରିବର୍ତ୍ତନକୁ ଆକଳନ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ପାଇଁ ପ୍ରସ୍ତୁତି ଜାରି ରହିଛି।






