“ଗଛ ଲଗାନ୍ତୁ, ପରିବେଶ ବଞ୍ଚାନ୍ତୁ — ସବୁଜ ଚୌଦ୍ୱାର, ସୁନ୍ଦର ଚୌଦ୍ୱାର।”
୭୦୦ ଚାରାରୋପଣ କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ ଅନୁଷ୍ଠାନ
ଗେଲ୍ଲାନନ୍ଦ ସାହୁ / ଚୌଦ୍ୱାର / ସମୀକ୍ଷା ନ୍ୟୁଜ:
ଚୌଦ୍ୱାର: ଚୌଦ୍ୱାରସ୍ଥିତ ବୁଢ଼ାଲିଙ୍ଗ (କେଦାରେଶ୍ୱର) ଠାରେ ବାବା ବୁଢ଼ାଲିଙ୍ଗ ୟୁଥ୍ କ୍ଲବ୍, Glorious India Foundation Trust (GIFT), ଚୌଦ୍ୱାର ପୌରପାଳିକା ଓ ଚୌଦ୍ୱାର ବନ ବିଭାଗର ମିଳିତ ଆନୁକୂଲ୍ୟରେ ଏକ ବିଶାଳ ବୃକ୍ଷରୋପଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନରେ ମୋଟ ୭୦୦ଟି ଚାରା ରୋପଣ କରାଯାଇଥିଲା କାର୍ଯ୍ୟକ୍ରମରେ ଚୌଦ୍ୱାର ପୌରପାଳିକାର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଶୁଭେନ୍ଦୁ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏଥିରେ ୧୨ ନମ୍ବର ୱାର୍ଡର କାଉନସିଲର ଶ୍ରୀଯୁକ୍ତ ସୁବ୍ରତ ସାମଲ, ବନ ଅଧିକାରୀ ଶ୍ରୀଯୁକ୍ତ ଭଗବାନ ପଲେଇ, GIFTର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ଉମାଚରଣ ସାହୁ ଓ ଆଇନଗତ ପରାମର୍ଶଦାତା ଶ୍ରୀଯୁକ୍ତ ଅନିରୁଦ୍ଧ ମହାନ୍ତି, ସୌମ୍ୟରଞ୍ଜନ ରାଉତ, ବାବା ବୁଢ଼ାଲିଙ୍ଗ ୟୁଥ୍ କ୍ଲବ୍ର ସଭାପତି ଶ୍ରୀଯୁକ୍ତ ପବିତ୍ର ନାଥ, ଉପସଭାପତି ଶ୍ରୀଯୁକ୍ତ ଦୀପକ ଜେନା, ଓ ସମ୍ପାଦକ ଶ୍ରୀଯୁକ୍ତ ଅଜୟ କୁମାର ବରାଳ, ସହକାରୀ ସମ୍ପାଦକ ଶ୍ରୀଯୁକ୍ତ ତପନ ବାୟୀ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ରାଜୀବ ବେହେରା, ଗ୍ରାମ ସଭାପତି ଶ୍ରୀଯୁକ୍ତ ସୁବାସ ନାଥ, ଶ୍ରୀଯୁକ୍ତ ରବୀନ୍ଦ୍ର ସ୍ବାଇଁ ଓ ବରିଷ୍ଠ ଉପଦେଷ୍ଟା ଶ୍ରୀଯୁକ୍ତ ସୁବାସ ସ୍ୱାଇଁ, ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ପ୍ରଭାକର ବେହେରା, ଶ୍ରୀଯୁକ୍ତ ସୁଶିର ବେହେରା, ଶ୍ରୀଯୁକ୍ତ ସୌମ୍ୟ ପଣ୍ଡା, ଶ୍ରୀଯୁକ୍ତ ଟୁକୁନା ବାରିକ, ଶ୍ରୀଯୁକ୍ତ ସନ୍ତୋଷ ନାଥ, ଶ୍ରୀଯୁକ୍ତ ଦାମୋଦର ମହାରଣା, ଶ୍ରୀଯୁକ୍ତ ସୁଶାନ୍ତ ନାଥ ଓ ଶ୍ରୀଯୁକ୍ତ ଦୀପକ ନାଥଙ୍କ ସମେତ କ୍ଲବ୍ର ଅନ୍ୟାନ୍ୟ ସଦସ୍ୟ ଯୋଗଦେଇଥିଲେ।

ପରିବେଶର ସୁରକ୍ଷା, ସବୁଜିମାର ବିସ୍ତାର ଓ ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ, ସୁନ୍ଦର ତଥା ପ୍ରଦୂଷଣମୁକ୍ତ ପରିବେଶ ଗଠନ କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ। ୭୦୦ଟି ଚାରାରୋପଣ ମାଧ୍ୟମରେ ଆୟୋଜକମାନେ ପ୍ରକୃତିର ସୁରକ୍ଷା ସହ ଜନସାଧାରଣଙ୍କୁ ପରିବେଶ ସଂରକ୍ଷଣ ପାଇଁ ସଚେତନ ହେବାର ବାର୍ତ୍ତା ଦେଇଛନ୍ତି।





