ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ଧାମନଗର ପୋଲିସର ବଡ଼ ସଫଳତା: କେନ୍ଦୁଝରରୁ ଉଦ୍ଧାର ହେଲେ ନିଖୋଜ ବୋହୂ

ଧାମନଗର ପୋଲିସର ବଡ଼ ସଫଳତା: କେନ୍ଦୁଝରରୁ ଉଦ୍ଧାର ହେଲେ ନିଖୋଜ ବୋହୂ – ସମୀକ୍ଷା ଖବର


ରତିକାନ୍ତ ନାୟକ /ଧାମନଗର /ସମୀକ୍ଷା ନିୟୁଜ:

ଧାମନଗର, ୨୯/୦୯:(ସମୀକ୍ଷା ନିୟୁଜ )ପରିବାର ପକ୍ଷରୁ ଅଭିଯୋଗ ହେବାର ଦିନକ ପରେ ନିଖୋଜ ବୋହୂଙ୍କୁ କେନ୍ଦୁଝର ଜିଲ୍ଲାରୁ ଉଦ୍ଧାର କରିଛି ଧାମନଗର ପୋଲିସ। ଧାମନଗର ଥାନା ଆଇଆଇସି ଶୁଭ୍ରଜିତ ଦାଶଙ୍କ ନିର୍ଦ୍ଦେଶରେ ପୋଲିସର ଏକ ଟିମ୍ ତୁରୁମୁଙ୍ଗା ଅଞ୍ଚଳରେ ଚଢ଼ାଉ କରି ନିଖୋଜ ବୋହୂ ଚନ୍ଦନାଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଚନ୍ଦନାଙ୍କ ଶ୍ୱଶୁର ନିରଞ୍ଜନ ଜେନା ଗତ ୨୭ ତାରିଖରେ ବୋହୂ ନିଖୋଜ ଥିବା ନେଇ ଧାମନଗର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରି ଚନ୍ଦନାଙ୍କ ଗତିବିଧି ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲା।
ପୋଲିସର ତଦନ୍ତରୁ ଜଣାପଡ଼ିଥିଲା ଯେ, ଚନ୍ଦନା ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅଞ୍ଚଳର ବାସିନ୍ଦା। ସେ ଧାମନଗର ଥାନା ଅଧୀନ ଦେହୁଡ଼ି ଆନନ୍ଦପୁର ପଞ୍ଚାୟତର ମାଲନାପୁର ଗ୍ରାମର ଶ୍ରୀକାନ୍ତ ଜେନାଙ୍କୁ ବିବାହ କରିଥିଲେ। ତାଙ୍କର ଦେଢ଼ ବର୍ଷର ଏକ ଶିଶୁ ମଧ୍ୟ ରହିଛି। ତଦନ୍ତ ସମୟରେ ଚନ୍ଦନାଙ୍କର ବିଞ୍ଝାରପୁର ଥାନା ଅଞ୍ଚଳର ଜଣେ ଯୁବକଙ୍କ ସହ ସମ୍ପର୍କ ଥିବା ସୂଚନା ପୋଲିସ ପାଇଥିଲା।

ଧାମନଗର ପୋଲିସର ବଡ଼ ସଫଳତା: କେନ୍ଦୁଝରରୁ ଉଦ୍ଧାର ହେଲେ ନିଖୋଜ ବୋହୂ – ସମୀକ୍ଷା

ଏହାପରେ ଉଭୟେ ଶ୍ୱଶୁର ଘରୁ ଚାଲିଯାଇଥିବା ନେଇ ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା। ଏକ ବିଶେଷ ସୂତ୍ରରୁ ଚନ୍ଦନା ଓ ଉକ୍ତ ଯୁବକଙ୍କ ଅବସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ଆଇଆଇସି ଶୁଭ୍ରଜିତ ଦାଶଙ୍କ ନିର୍ଦ୍ଦେଶରେ ଧାମନଗର ଥାନା ଏଏସ୍‌ଆଇ ନରେନ୍ଦ୍ର କୁମାର ରାଉତଙ୍କ ନେତୃତ୍ୱରେ ପୋଲିସ ଟିମ୍ କେନ୍ଦୁଝର ଜିଲ୍ଲାରେ ପହଞ୍ଚିଥିଲା। ସ୍ଥାନୀୟ ପୋଲିସର ସହଯୋଗରେ ତୁରୁମୁଙ୍ଗା ଥାନା ଅଞ୍ଚଳରୁ ଚନ୍ଦନା ଓ ଉକ୍ତ ଯୁବକଙ୍କୁ ଠାବ କରାଯାଇ ଧାମନଗର ଥାନାକୁ ଅଣାଯାଇଥିଲା। ପରବର୍ତ୍ତୀ ସମୟରେ ଚନ୍ଦନାଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଅଭିଯୋଗର ଦିନକ ପରେ ନିଖୋଜ ବୋହୂଙ୍କୁ ଠାବ କରି ଉଦ୍ଧାର କରିବା ଘଟଣାକୁ ଧାମନଗର ଥାନାକୁ ଅଣାଯାଇଥିଲା। ପରବର୍ତ୍ତୀ ସମୟରେ ଚନ୍ଦନାଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଅଭିଯୋଗର ଦିନକ ପରେ ନିଖୋଜ ବୋହୂଙ୍କୁ ଠାବ କରି ଉଦ୍ଧାର କରିବା ଘଟଣାକୁ ଧାମନଗର ପୋଲିସର ତ୍ୱରିତ ତଦନ୍ତ ବୋଲି କୁହାଯାଉଛି।

ଧାମନଗର ପୋଲିସର ବଡ଼ ସଫଳତା: କେନ୍ଦୁଝରରୁ ଉଦ୍ଧାର ହେଲେ ନିଖୋଜ ବୋହୂ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ପୁରୀ_ବାଙ୍ଗିରିପୋଷି ଏକ୍ସପ୍ରେସ୍‌ ଟ୍ରେନର ନିୟମିତ ବିଳମ୍ୱ, ଅସୁରକ୍ଷିତ ଯାତ୍ରା ଓ ବିପଦ ଆଶଙ୍କା