ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ପାଳସାହି ଓ ରଇପୁର ପଞ୍ଚାୟତର ଅନେକ ବିଦ୍ୟାଳୟରେ ମିଳୁନି ପୋଷଣଯୁକ୍ତ ମାଣ୍ଡିଆ ଲଡ଼ୁ

ପାଳସାହି ଓ ରଇପୁର ପଞ୍ଚାୟତର ଅନେକ ବିଦ୍ୟାଳୟରେ ମିଳୁନି ପୋଷଣଯୁକ୍ତ ମାଣ୍ଡିଆ ଲଡ଼ୁ – ସମୀକ୍ଷା ଖବର


ରତିକାନ୍ତ ନାୟକ /ଧାମନଗର /ସମୀକ୍ଷା ନିୟୁଜ :

ଅଭିଭାବକ ମହଲରେ ଅସନ୍ତୋଷ, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପାଇଁ ଚେତାବନୀ
ଧାମନଗର, ୩୦/୯ (ସମୀକ୍ଷା ନିୟୁଜ ): ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ପୋଷଣ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ବିଭିନ୍ନ ପୋଷଣଭିତ୍ତିକ କାର୍ଯ୍ୟକ୍ରମ ଜାରି ରହିଛି। ଏହାର ଅଂଶସ୍ୱରୂପ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କୁ ପୋଷଣଯୁକ୍ତ ମାଣ୍ଡିଆ ଲଡ଼ୁ ଯୋଗାଇ ଦିଆଯାଉଛି। ତେବେ ଏହି ଯୋଜନାର ସୁଫଳ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ପାଉନଥିବା ଅଭିଯୋଗ ଏବେ ସାମ୍ନାକୁ ଆସିଛି।
ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଶିକ୍ଷା ମଣ୍ଡଳ ଅଧୀନ ପାଳସାହି ଓ ରଇପୁର ପଞ୍ଚାୟତର ଅନେକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ନିୟମିତ ଭାବେ ପୋଷଣଯୁକ୍ତ ମାଣ୍ଡିଆ ଲଡ଼ୁ ଦିଆଯାଉନଥିବା ନେଇ ଅଭିଭାବକମାନେ ଅଭିଯୋଗ କରିଛନ୍ତି। ସରକାର ଛାତ୍ରଛାତ୍ରୀଙ୍କ ପୋଷଣ ଓ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଏଭଳି ପଦକ୍ଷେପ ନେଇଥିବା ବେଳେ ତାହା ବିଦ୍ୟାଳୟସ୍ତରରେ ଠିକ୍ ଭାବେ କାର୍ଯ୍ୟକାରୀ ହେଉନଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଅଭିଭାବକମାନଙ୍କ କହିବା ଅନୁଯାୟୀ, ପୋଷଣଯୁକ୍ତ ମାଣ୍ଡିଆ ଲଡ଼ୁ ଯୋଗାଣ ନେଇ ସରକାରୀ ବ୍ୟବସ୍ଥା ରହିଥିଲେ ମଧ୍ୟ ଅନେକ ବିଦ୍ୟାଳୟରେ ଏହା ଛାତ୍ରଛାତ୍ରୀଙ୍କ ହାତରେ ପହଞ୍ଚୁନାହିଁ। ଫଳରେ ଯେଉଁ ଉଦ୍ଦେଶ୍ୟରେ ସରକାର ଏହି ପୋଷଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି, ତାହାର ସୁଫଳରୁ ଛାତ୍ରଛାତ୍ରୀ ବଞ୍ଚିତ ହେଉଛନ୍ତି।

ପାଳସାହି ଓ ରଇପୁର ପଞ୍ଚାୟତର ଅନେକ ବିଦ୍ୟାଳୟରେ ମିଳୁନି ପୋଷଣଯୁକ୍ତ ମାଣ୍ଡିଆ ଲଡ଼ୁ – ସମୀକ୍ଷା


ଏହି ଘଟଣାର ସଠିକ୍ ତଦନ୍ତ କରାଯାଇ କେଉଁ କାରଣରୁ ବିଦ୍ୟାଳୟଗୁଡ଼ିକରେ ମାଣ୍ଡିଆ ଲଡ଼ୁ ବଣ୍ଟନ ହେଉନାହିଁ, ତାହା ସ୍ପଷ୍ଟ କରିବା ସହିତ ଛାତ୍ରଛାତ୍ରୀଙ୍କୁ ନିୟମିତ ଭାବେ ପୋଷଣଯୁକ୍ତ ଲଡ଼ୁ ଯୋଗାଇବାକୁ ଅଭିଭାବକମାନେ ଦାବି କରିଛନ୍ତି। ଅଭିଭାବକମାନେ ଆହୁରି କହିଛନ୍ତି ଯେ, ସ୍କୁଲରେ ଏହି ଯୋଜନାର ବାସ୍ତବ ସ୍ଥିତି ଯାଞ୍ଚ କରିବା ଆବଶ୍ୟକ। ଯଦି ଆଗାମୀ ଦିନରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ମାଣ୍ଡିଆ ଲଡ଼ୁ ଯୋଗାଣରେ ଅବହେଳା ଜାରି ରହେ, ତେବେ ସେମାନେ ଏକଜୁଟ ହୋଇ ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି। ତେବେ ଅଭିଭାବକଙ୍କ ଏହି ଅଭିଯୋଗ ନେଇ ସମ୍ପୃକ୍ତ ଶିକ୍ଷା ବିଭାଗ ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିନାହିଁ। ଘଟଣାର ତଦନ୍ତ କରାଯାଇ ବାସ୍ତବ ସ୍ଥିତି ସାମ୍ନାକୁ ଆଣିବା ସହ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ପୋଷଣଯୁକ୍ତ ଖାଦ୍ୟ ଯୋଗାଣ ସୁନିଶ୍ଚିତ କରାଯିବାକୁ ଅଭିଭାବକ ମହଲରୁ ଦାବି ହୋଇଛି।

ପାଳସାହି ଓ ରଇପୁର ପଞ୍ଚାୟତର ଅନେକ ବିଦ୍ୟାଳୟରେ ମିଳୁନି ପୋଷଣଯୁକ୍ତ ମାଣ୍ଡିଆ ଲଡ଼ୁ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଖଡ଼ିଖଡ଼ିଆଳରେ NISHTHA GLOBAL EDUCATION HUB ପକ୍ଷରୁ ଅନ୍ତର୍ଜାତୀୟ ହିନ୍ଦୀ ଅଲିମ୍ପିଆଡ୍ ଆୟୋଜିତ