ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଖଡ଼ିଖଡ଼ିଆଳରେ NISHTHA GLOBAL EDUCATION HUB ପକ୍ଷରୁ ଅନ୍ତର୍ଜାତୀୟ ହିନ୍ଦୀ ଅଲିମ୍ପିଆଡ୍ ଆୟୋଜିତ

ଖଡ଼ିଖଡ଼ିଆଳରେ NISHTHA GLOBAL EDUCATION HUB ପକ୍ଷରୁ ଅନ୍ତର୍ଜାତୀୟ ହିନ୍ଦୀ ଅଲିମ୍ପିଆଡ୍ ଆୟୋଜିତ – ସମୀକ୍ଷା ଖବର


ତେଜୁରାମ ନାଏକ ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା/ସମୀକ୍ଷା ନ୍ୟୁଜ :

ନୂଆପଡା /ଖଡ଼ିଆଳ -30 ସେପ୍ଟେମ୍ବର 2026 ଆମ ଦେଶ ର ରାଷ୍ଟ୍ର ଭାଷା ହିନ୍ଦୀ। ଏହି ଭାଷା ର ଉତ୍ତମ ବ୍ୟବହାର ଓ ଯୋଗାଯୋଗ ର ମାଧ୍ୟମ ଉପଯୋଗୀ ପାଇଁ ସମସ୍ତଙ୍କ ପ୍ରୟାସ ରହିଛି। ଛାତ୍ରଛାତ୍ରୀଙ୍କ ଜ୍ଞାନ, ଦକ୍ଷତା, ଆତ୍ମବିଶ୍ୱାସ ଓ ଭବିଷ୍ୟତ ଦିଗକୁ ସୁଦୃଢ଼ କରିବା ମଧ୍ୟ ଶିକ୍ଷାର ଏକ ମୁଖ୍ୟ ଅଂଶ। ଏହି ଚିନ୍ତାଧାରା ସହିତ ହିନ୍ଦୀ ଭାଷାର ପ୍ରଚାର, ପ୍ରସାର ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହିନ୍ଦୀ ପ୍ରତି ଆଗ୍ରହ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଖଡ଼ିଆରସ୍ଥିତ NISHTHA GLOBAL EDUCATION HUB ପକ୍ଷରୁ ଅନ୍ତର୍ଜାତୀୟ ହିନ୍ଦୀ ଅଲିମ୍ପିଆଡ୍ ୨୦୨୬ ଆୟୋଜିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ବିଭିନ୍ନ ଶିକ୍ଷାନୁଷ୍ଠାନର ବିଦ୍ୟାଳୟ ସ୍ତରରୁ ଆରମ୍ଭ କରି ପୋଷ୍ଟ ଗ୍ରାଜୁଏଟ୍ (PG) ସ୍ତର ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରି ନିଜର ହିନ୍ଦୀ ଜ୍ଞାନ ଓ ପ୍ରତିଭା ପ୍ରଦର୍ଶନ କରିଥିଲେ। ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ ଓ ଉତ୍ସାହ ଏହି ଶିକ୍ଷାମୂଳକ କାର୍ଯ୍ୟକ୍ରମକୁ ଅଧିକ ସାର୍ଥକ କରିଥିଲା।

ଖଡ଼ିଖଡ଼ିଆଳରେ NISHTHA GLOBAL EDUCATION HUB ପକ୍ଷରୁ ଅନ୍ତର୍ଜାତୀୟ ହିନ୍ଦୀ ଅଲିମ୍ପିଆଡ୍ ଆୟୋଜିତ – ସମୀକ୍ଷା


ଏହି କାର୍ଯ୍ୟକ୍ରମରେ AISECT India, ଭୁବନେଶ୍ୱର ର Business Development Executive -ଶ୍ରୀ ଅମିତ କୁମାର ସିଆ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ସେ ହିନ୍ଦୀ ଭାଷାର ଗୁରୁତ୍ୱ ସହିତ ଶିକ୍ଷା ଓ ଦକ୍ଷତା ବିକାଶର ଆବଶ୍ୟକତା ଉପରେ ମଧ୍ୟ ମତବ୍ୟକ୍ତ କରିଥିଲେ।ଉକ୍ତ ପ୍ରତିଯୋଗିତାକୁ ସୁଚାରୁରୂପେ ଆୟୋଜନ କରିଥିଲେ NISHTHA GLOBAL EDUCATION HUBର Director – ଶ୍ରୀ ରୁଦ୍ର ମାଧବ ବାରିକ, Founder ଶ୍ରୀ ସୁଧାଂଶୁ ଶେଖର ବାରିକ, ଟିମ୍ ସଦସ୍ୟ ଶ୍ରୀମତୀ ରଞ୍ଜିତା ବାରିକ, କୁମାରୀ ସପନା ସବର, ବିଜୁ ସିଂ ଦଣ୍ଡସେନା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ଏହି ଅବସରରେ NISHTHA GLOBAL EDUCATION ହୂବବ୍ୟ ର Founder ଶ୍ରୀ ସୁଧାଂଶୁ ଶେଖର ବାରିକ କହିଥିଲେ ଯେ, NISHTHA GLOBAL EDUCATION HUBକୁ ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଉତ୍ତମ Career Counselling ଏବଂ Higher Education Guidance Hub ଭାବେ ବିକଶିତ କରିବା ଆମର ଲକ୍ଷ୍ୟ।

ଖଡ଼ିଖଡ଼ିଆଳରେ NISHTHA GLOBAL EDUCATION HUB ପକ୍ଷରୁ ଅନ୍ତର୍ଜାତୀୟ ହିନ୍ଦୀ ଅଲିମ୍ପିଆଡ୍ ଆୟୋଜିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ପାରାଦୀପ ଅବକାରୀ ବିଭାଗର ଚଢ଼ାଉ