ନବରଙ୍ଗପୁର : ତା ୦୫-୧୦-୨୦୨୬
ଗତ ୨୪-୦୯-୨୦୨୬ ଠାରୁ ୨୬-୦୯-୨୦୨୬ ବଙ୍ଗୋପସାଗର ସୃଷ୍ଟି ହୋଇଥିବା ‘ଗଭୀର ଅବପାତ’ (Deep Depression) ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ ଲଘୁଚାପ ଜନିତ ପ୍ରବଳ ବର୍ଷା ହୋଇ ବ୍ୟାପକ କ୍ଷତି ରଚିଥିଲା | ନବରଙ୍ଗପୁର ଜିଲ୍ଲା ପ୍ରଶାସନର ପ୍ରାରମ୍ଭିକ ଆକଳନ ଅନୁସାରେ କୋଡିଙ୍ଗା ତହସିଲରେ ସର୍ବାଧିକ ୧୦୪୪ ଜଣଙ୍କ ଘର ଆଂଶିକ ଭାବରେ ଭାଙ୍ଗିବାର ଆକଳନ କରାଯାଇଛି, ଗୋଟିଏ ଘର ପିଛା ୪୦୦୦ ଟଙ୍କା ହିସାବରେ ମୋଟ ୪୧,୮୨,୫୦୦ ଟଙ୍କା ବର୍ତ୍ତମାନ ଯାଏଁ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ପୈଠ କରାଯାଇଛି,

ସେହିପରି ନବରଙ୍ଗପୁର ତହସିଲରେ ୩୩୧ ଘର ଏବଂ ୫ ଟି ଗୁହାଳ ବାବଦକୁ ୧୩,୩୯,୦୦୦ ଟଙ୍କା , ନନ୍ଦାହାଣ୍ଡି ତହସିଲରେ ୩୩୨ଘର ଏବଂ ୪ ଟି ଗୁହାଳ ବାବଦକୁ ୧୩,୪୦,୦୦୦ ଟଙ୍କା, ତେନ୍ତୁଳିଖୁଣ୍ଟି ତହସିଲରେ ୬୪ ଘର ବାବଦକୁ ୨,୫୬,୦୦୦ ଟଙ୍କା , ପାପଡାହାଣ୍ଡି ତହସିଲରେ ୧୧୦ଟି ଘର ବାବଦକୁ ୪,୪୦,୦୦୦ ଟଙ୍କା, ଡାବୁଗାଁ ତହସିଲରେ ୧୪ଟି ଘର ବାବଦକୁ ୬୯,୦୦୦ ଟଙ୍କା, ଉମରକୋଟ ତହସିଲରେ ୪୩ଟି ଘର ବାବଦକୁ ୧,୭୨,୦୦୦ଟଙ୍କା, ରାଇଘର ତହସିଲ ରେ ୨୬ଟି ଘର ବାବଦକୁ ୧,୦୪,୦୦୦ ଟଙ୍କା, ଝରିଗାଁ ତହସିଲରେ ୧୧୨ଟି ଘର ବାବଦକୁ ୪,୪୮,୦୦୦ ଟଙ୍କା ଏବଂ ଚନ୍ଦାହାଣ୍ଡି ତହସିଲରେ ୪୧ ଗୋଟି ଘର ବାବଦକୁ ୧,୭୦,୫୦୦ ଟଙ୍କା ବର୍ତ୍ତମାନ ଯାଏଁ ମୋଟ ୨୧୧୭ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ୮୫,୨୧,୦୦୦ ଟଙ୍କା ପୈଠ କରାଯାଇଛି | ସେହିପରି, କୃଷି ବିଭାଗ ଏବଂ ରାଜସ୍ଵ ବିଭାଗର ଯୁଗ୍ମ ଭାବରେ ତଦନ୍ତ କରି କ୍ଷତି ଗ୍ରସ୍ତ ଚାଷୀଙ୍କ ଫସଲ ହାନି ଆକଳନ କରି ଅତିଶୀଘ୍ର ତାଙ୍କ ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ପୈଠ କରାଯିବ | ପ୍ରକାଶଥାଉକି, ଗତ ୨୪-୦୯-୨୦୨୬ ଠାରୁ ୨୬-୦୯-୨୦୨୬ ତାରିଖ ମଧ୍ୟରେ ‘ଗଭୀର ଅବପାତ’ଏବଂ ଲଘୁଚାପ ଜନିତ ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତି ର ମୁକାବିଲା ନିମନ୍ତେ ରାଜ୍ୟ ସରକାର ଆଗତୁରା ନବରଙ୍ଗପୁର ଜିଲ୍ଲା ନିମନ୍ତେ ୫ କୋଟି ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି |





