Headlines

ସୁବର୍ଣ୍ଣପୁର: ସ୍ବାଧୀନତା ଦିବସ ଅବସରରେ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ୍ ମ୍ୟାଚ ଅନୁଷ୍ଠିତ

ରଞ୍ଜନ ହୋତା/ସ୍ୱତନ୍ତ୍ର ପ୍ରତିନିଧି /ସୁବର୍ଣ୍ଣପୁର, ୧୬-୦୮: ସ୍ବାଧୀନତା ଦିବସ ଅବସରରେ ଗତ କାଲି ସୁବର୍ଣ୍ଣପୁର ଗାନ୍ଧି ଷ୍ଟାଡିୟମ୍ ଠାରେ ଜିଲ୍ଲା ପ୍ରଶାସନ ଏକାଦଶ ଓ ନଗରପାଳ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ୍ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼.ନୃପ ରାଜ ସାହୁ , ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପଧାନ, ଅତିରିକ୍ତ ଏସପି କେ କେ ହରିପ୍ରସାଦ ଓ ପୌର ପରିଷଦ ଅଧ୍ଯକ୍ଷା ତାମସୀ ତମସ୍ମିତା ନାଏକ୍ ଯୋଗ ଦେଇ ଏହି ଖେଳ କୁ ଶୁଭାରମ୍ଭ କରିଥିଲେ l ଜିଲ୍ଲାପାଳ ଏକାଦଶ ଦଳ ର କ୍ୟାପଟେନ୍ ଏସପି ଶ୍ରୀ ନାରାୟଣ ନାୟକ ଟସ୍ ରେ ବଲ ନେଇଥିବା ବେଳେ ନଗରପାଳ ଏକାଦଶ ଦଳ କ୍ୟାପଟେନ୍ ମନୋରଞ୍ଜନ ତ୍ରିପାଠୀ ସାଇଟ୍ ନେଇଥିଲେ l ୨୦ /୨୦ ମିନିଟ୍ ସମୁଦାୟ ଖେଳ ୪୦ ମିନିଟ ଖେଳ ପରିଚାଳନା କରିଥିଲେ ରେଫରି ରାଜେଶ୍ ଥନାପତି l ଶେଷ ଯାଏ ଖୁବ୍ ସଂଘର୍ଷ ପୂର୍ଣ୍ଣ ଖେଳ ଅନୁଷ୍ଟିତ ହୋଇଥିବା ବେଳେ ଏହି ମ୍ୟାଚ ରେ ନଗର ପାଳ ଏକାଦଶ ଵିଜୟୀ ହୋଇ ମୁଖ୍ୟ ଅତିଥି ଙ୍କ ଠାରୁ ବିଜେତା ଟ୍ରଫି ଗ୍ରହଣ କରିଥିଲେ,l ପରେ ଜିଲ୍ଲାପାଳ ଏକାଦଶ ଦଳ ଉପ ବିଜେତା ଟ୍ରଫି ଗ୍ରହଣ କରି ଅଧିନାୟକ ଏସପି ଶ୍ରୀ ନାରାୟଣ ନାଏକ ଏହି ବନ୍ଧୁତ୍ୱ ପୂର୍ଣ୍ଣ ଖେଳ ର ଅନୁଭୂତି ପ୍ରକାଶ କରି ସମସ୍ତ ଅଫିସର ଓ ଭେଟରାନ ଖେଳାଳି ଙ୍କ ଖେଲୁଆଡ ମନୋଭାବ କୁ ପ୍ରଶଂଶା କରିଥିଲେ l ଟିମ୍ ମ୍ୟାନେଜର ଭାବରେ ନଗରପାଳ ଦଳରୁ ପୌର ପରିଷଦ ପ୍ରାକ୍ତନ ଅଧ୍ଯକ୍ଷ କଇରୁ ସ୍ୱାଇଁ ଓ ଜିଲ୍ଲାପାଳ ଏକାଦଶ ଦଳ ରୁ ଟିମ୍ ମ୍ୟାନେଜର ଭାବରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ନିରୋଦ କୁମାର ଦାସ ଦାୟିତ୍ୱ ନେଇ ଥିଲେ l ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର ଓ କ୍ରୀଡ଼ା ସଂଘ ସଂପାଦକ ପୀୟୂଷ ପଣ୍ଡା ଙ୍କ ତତ୍ଵା ବଧାନ ରେ ଏହି ଖେଳ ପରିଚାଳନା କରା ଯାଇଥିବା ବେଳେ କ୍ରୀଡ଼ା ସଂଘ ଉପ ସଭାପତି ଚିତ୍ତ ରଞ୍ଜନ ତରାସିଆ ଖେଳ ର ପ୍ରତ୍ୟକ୍ଷ ଧାରା ବିବରଣୀ ପ୍ରଦାନ କରିଥିଲେ l ଜିଲ୍ଲାପାଳ ଏକାଦଶ ଦଳ ରେ ଅଧିନାୟକ ଏସପି ଶ୍ରୀ ନାଏକ ଙ୍କ ସମେତ ଏ ଡି ଏମ ରାଜେନ୍ଦ୍ର ମାଝୀ, ଅବକାରୀ ଅଧିକ୍ଷକ ପ୍ରବୀର ସାମଲ, ଅଗ୍ନିଶମ ବିଭାଗ ଅଧିକାରୀ ଭବେନ୍ଦ୍ର ନାଥ ଦେ, ଏ ସି ଏଫ୍ ଶ୍ରୀ ନାଗ, ଡି ଏସ ଓ ଚିତ୍ତ ରଞ୍ଜନ ମିଶ୍ର, ପୌର ପରିଷଦ ଅଧିକାରୀ ଋଷି ମାଝୀ, ଶିକ୍ଷା ବିଭାଗ ର ଆଇ ପି ଇ, କ୍ରିଡ଼ା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର , ପୂର୍ତ୍ତ ବିଭାଗ ର ଇଞ୍ଜିନିୟର ଡେଲକି ବାବୁ ପ୍ରମୁଖ ବିଭିନ୍ନ ଵିଭାଗ ଅଧିକାରୀ ଖେଳ ରେ ଭାଗ ନେଇ ଖୂବ୍ ମଜା ନେଇଥିଲେ l ନଗର ପାଳ ଏକାଦଶ ଦଳ ପକ୍ଷରୁ ମନୋରଞ୍ଜନ ତ୍ରିପାଠୀ, ଗୋରେଖ ନାଥ ସାହୁ, କଇରୁ ସ୍ୱାଇଁ, ଲଡୁ କିଶୋର ମଲ୍ଲିକ, ଗୁରୁ ଦଳେଇ , ଚନ୍ଦନ ବେହେରା, ରଞ୍ଜୁ ସାହୁ ପ୍ରମୁଖ ଖେଳରେ ଭାଗ ନେଇ ଥିଲେ l

Leave a Reply

Your email address will not be published. Required fields are marked *