ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ମାଲକାନଗିରି ଗଞ୍ଜାମ ଖୋର୍ଦ୍ଧା

ପରଜଙ୍ଗ: ମୋ ବସ୍ କୁ ଅଟକ ରଖି କଲେଜ ଛାତ୍ର ଛାତ୍ରୀଙ୍କ ଧାରଣା

ପରଜଙ୍ଗ: ମୋ ବସ୍ କୁ ଅଟକ ରଖି କଲେଜ ଛାତ୍ର ଛାତ୍ରୀଙ୍କ ଧାରଣା – ସମୀକ୍ଷା ଖବର

ଶଙ୍କର୍ଷଣ ସାହୁ/ରିପୋର୍ଟର/ ପରଜଙ୍ଗ/ସମୀକ୍ଷା ନିୟୁଜ:

ପରଜଙ୍ଗ ୬/୧୦ ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଅଟଳ ବସଷ୍ଟାଣ୍ଡ ରେ ମୋ ବସ୍ କୁ ଅଟକ ରଖି କଲେଜ ଛାତ୍ର ଛାତ୍ରୀ ଙ୍କ ଧାରଣା। ସୂଚନା ଅନୁଯାୟୀ ପରଜଙ୍ଗ ଠାରୁ ମାଣିକମାରା ଭାୟା ଆଖୁଆପାଳ , ବସୁଲେ଼ଇ ଯାଉଥିବା ମୋ ବସ୍ ରେ ୩୯ ସିଟ ଓ ୭ ଜଣ ଛିଡା ହୋଇ ଯିବାର କ୍ଷମତା ରହିଥିବା ବେଳେ ଆଖୁଆପାଳ ପଞ୍ଚାୟତ ର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପ୍ରାୟ ୫୦ ଜଣ ଛାତ୍ର ଛାତ୍ରୀ ପରଜଙ୍ଗ କଲେଜ ରେ ପଢିବା ପାଇଁ ଆସୁଛନ୍ତି। ତେବେ ମାଣିକମରା, ବସୁଳେଇ, କୁଳେଇ ଓ ପରମହଂସ ପୁର ରୁ ମିଶାଇ ପ୍ରାୟ ୧୧୫ ଜଣ ଛାତ୍ର ଛାତ୍ରୀ ସେହି ବସ୍ ରେ ଯିବା ଆ ସିବା କରୁଛନ୍ତି। ଯେଉଁ ମାନେ ପ୍ରଥମେ ବସ୍ ରେ ଚଢ଼ିବେ ସେମାନେ ଯିବେ, ଅନ୍ୟମାନେ ହଇରାଣ ହେବାକୁ ପଡୁଛି। ପୁଣି ଅନ୍ୟ ପାସେଞ୍ଜର ଅଛନ୍ତି। ତଥାପି ବସ୍ କଣ୍ଡକ୍ଟର ୯୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଙ୍କୁ ମୋ ବସ୍ ରେ ନେଉଥିବା ପ୍ରକାଶ କରିଛନ୍ତି। ପ୍ରତିଦିନ ଏହିଭଳି ଅସୁବିଧା ହେଉଥିବାରୁ ପରଜଙ୍ଗ ବିଡିଓ ଙ୍କୁ ବାରମ୍ଵାର ଅଭିଯୋଗ କରିଥିବା ଛାତ୍ର ଛାତ୍ରୀ ମାନେ ଅଭିଯୋଗ କରି କିଛି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ନିଜେ ବସଷ୍ଟାଣ୍ଡ ଆସି ଅସୁବିଧା ଦେଖି ଯିବାପାଇଁ ବସ୍ ସମ୍ମୁଖରେ ଧାରଣାରେ ଛିଡ଼ା ହୋଇ ବସ୍ କୁ ଅଟକ ରଖିଥିଲେ। ମୋ ବସ୍ ର ସୂପରଭାଇଜର ଙ୍କ ଠାରୁ ଖବର ପାଇ ପରଜଙ୍ଗ ଥାନା ଏସ ଆଇ ଟେରେସା କିଣ୍ଡୋ , ଏ ଏସ ଆଇ ଯୁଗଳ କିଶୋର ପ୍ରଧାନ ପ୍ରମୁଖ ବୁଝାସୁଝା କରିବା ପରେ ଛାତ୍ର ଛାତ୍ରୀ ମାନେ ବିଡିଓ ଙ୍କୁ ଲିଖିତ ଅଭିଯୋଗ କରି ଥିଲେ ଆଜି କଲେଜ ଛାତ୍ର ଓ ଛାତ୍ରୀ ହଇରାଣ ହରକତ ହୋଇ ଘରକୁ ଫେରିଛନ୍ତି

ପରଜଙ୍ଗ: ମୋ ବସ୍ କୁ ଅଟକ ରଖି କଲେଜ ଛାତ୍ର ଛାତ୍ରୀଙ୍କ ଧାରଣା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ୫୦ବର୍ଷ ପରେ ଗ୍ରୀଣ୍ଡୋଲା ଲୋକମାନେ ପାଇଲେ ସିଲିଂ ଜମିପଟ୍ଟା