ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:
ମାଲକାନଗିରି, ୦୭/୧୯/୨୬: ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ପ୍ରତିଷ୍ଠାନ (MDRAFM), ଭୁବନେଶ୍ୱରରେ ଅନୁଷ୍ଠିତ ଇଣ୍ଡକ୍ସନ୍ ଟ୍ରେନିଂ କାର୍ଯ୍ୟକ୍ରମର ଆଜି ସମାପନ ହୋଇଛି। ଏହି ପ୍ରଶିକ୍ଷଣ କେବଳ ବୃତ୍ତିଗତ ଜ୍ଞାନ ଓ କାର୍ଯ୍ୟଦକ୍ଷତା ବୃଦ୍ଧିରେ ସୀମିତ ନ ରହି, ପ୍ରଶିକ୍ଷାର୍ଥୀମାନଙ୍କୁ ପରସ୍ପରଠାରୁ ଶିଖିବା, ଅଭିଜ୍ଞତା ବାଣ୍ଟିବା ଏବଂ ନୂଆ ବନ୍ଧୁତ୍ୱ ଗଢ଼ିବାର ସୁଯୋଗ ଦେଇଥିଲା। ପ୍ରଶିକ୍ଷଣ ଅବଧିରେ ବିଭିନ୍ନ ବିଷୟ ଉପରେ ଅଧିବେଶନ, ଆଲୋଚନା, ବିଭିନ୍ନ କାର୍ଯ୍ୟକଳାପ ଓ ପରସ୍ପର ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏହା ମାଧ୍ୟମରେ ପ୍ରଶିକ୍ଷାର୍ଥୀମାନେ ବୃତ୍ତିଗତ ଜ୍ଞାନ ହାସଲ କରିବା ସହିତ କାର୍ଯ୍ୟକ୍ଷେତ୍ରରେ ଆବଶ୍ୟକ ଅନେକ ନୂଆ ଅନୁଭୂତି ହାସଲ କରିଥିଲେ।
ପ୍ରଶିକ୍ଷଣ ସମାପ୍ତି ଅବସରରେ ପ୍ରଶିକ୍ଷାର୍ଥୀମାନେ ଏମ୍ଡିଆର୍ଏଏଫ୍ଏମ୍କୁ ହୃଦୟରୁ କୃତଜ୍ଞତା ଜଣାଇଥିଲେ। ପ୍ରଶିକ୍ଷଣରୁ ମିଳିଥିବା ଜ୍ଞାନ, ସ୍ମୃତି, ଅଭିଜ୍ଞତା ଓ ବନ୍ଧୁତ୍ୱ ଆଗାମୀ ଦିନରେ ମଧ୍ୟ ସ୍ମରଣୀୟ ହୋଇ ରହିବ ବୋଲି ସେମାନେ କହିଥିଲେ।ଏମ୍ଡିଆର୍ଏଫ୍ଏମ୍ ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ଅଧୀନରେ ସାର୍ବଜନୀନ ଅର୍ଥ ପରିଚାଳନା କ୍ଷେତ୍ରରେ କ୍ଷମତା ବିକାଶ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନା କରିଆସୁଛି।

“ଜ୍ଞାନ ସହ ମିଳିଲା ସୁନ୍ଦର ସ୍ମୃତି, ଅଭିଜ୍ଞତା ଓ ଆଜୀବନର ବନ୍ଧୁତ୍ୱ—ଏହି ପ୍ରଶିକ୍ଷଣ ଯାତ୍ରା ସର୍ବଦା ସ୍ମରଣୀୟ ହୋଇ ରହିବ”, ବୋଲି ପ୍ରଶିକ୍ଷାର୍ଥୀମାନେ ମତ ପ୍ରକାଶ କରିଥିଲେ।





