ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଗୁଣପୁରରେ ବେଆଇନ୍ କ୍ଲିନିକ୍ ଓ ପାଥୋଲାବ୍‌ ଉପରେ ଉପଜିଲ୍ଲାପାଳଙ୍କ ଅଚାନକ ଚଢ଼ାଉ

ଗୁଣପୁରରେ ବେଆଇନ୍ କ୍ଲିନିକ୍ ଓ ପାଥୋଲାବ୍‌ ଉପରେ ଉପଜିଲ୍ଲାପାଳଙ୍କ ଅଚାନକ ଚଢ଼ାଉ – ସମୀକ୍ଷା ଖବର

ଜିତେନ୍ଦ୍ର କୁମାର ଶତପଥି/ ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ:

ରାୟଗଡ, ୭/୧୦: ରାୟଗଡ଼ା ଜିଲ୍ଲା ଗୁଣପୁର ସହରରେ ବିନା ଆବଶ୍ୟକୀୟ ନଥିପତ୍ର, ଅନୁମତି ଓ ଡାକ୍ତରଙ୍କ ଉପସ୍ଥିତି ବିନା ଚାଲୁଥିବା କେତେକ କ୍ଲିନିକ୍, ପାଥୋଲାବ୍‌ ଓ ଔଷଧ ଦୋକାନ ଉପରେ ଆଜି ପ୍ରଶାସନ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ପରେ ବେଆଇନ୍ ଭାବେ ସ୍ୱାସ୍ଥ୍ୟସେବା ଚଳାଉଥିବା ସଂସ୍ଥାଗୁଡ଼ିକ ମଧ୍ୟରେ ଛନକା ପଶିଛି।
ଅଭିଯୋଗ ପରେ ଅଚାନକ ଯାଞ୍ଚ: ସୂଚନା ଅନୁଯାୟୀ, କିଛି ଲୋକଙ୍କ ଅଭିଯୋଗକୁ ଆଧାର କରି ଗୁଣପୁର ଉପଜିଲ୍ଲାପାଳ ଯୁବ ଆଇଏଏସ୍ ଅଭିଶେକ୍ ଦିଲୀପ ଦୁଧାଲ ଙ୍କ ନେତୃତ୍ୱରେ ସହରର ବିଭିନ୍ନ ଅଞ୍ଚଳରେ ଅଚାନକ ଯାଞ୍ଚ କରାଯାଇଥିଲା। ବିଭିନ୍ନ ଅଞ୍ଚଳରେ ଚଢ଼ାଉ: ପୁରୁଣା ବସ୍‌ଷ୍ଟାଣ୍ଡ, ପୁରୁଣା ଗୁଣପୁର, ବାଇପାସ୍ ଓ ନୂଆ ବସ୍‌ଷ୍ଟାଣ୍ଡ ଅଞ୍ଚଳରେ ଥିବା କେତେକ କ୍ଲିନିକ୍ ଓ ପାଥୋଲାବ୍‌ରେ ନଥିପତ୍ର, ଅନୁମତିପତ୍ର, ଡାକ୍ତରଙ୍କ ଉପସ୍ଥିତି ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନର ବୈଧତା ଯାଞ୍ଚ କରାଯାଇଥିଲା।
କେତେକ କ୍ଲିନିକ୍‌ରେ ଯାଞ୍ଚ: ଚଢ଼ାଉ ସମୟରେ ଆମ୍ମା କ୍ଲିନିକ୍, ଏମ୍‌.ଏମ୍‌. ମେଡିକାଲ୍ କ୍ଲିନିକ୍, ରାଧିକା ଡକ୍ଟର ଚାମ୍ବର, ଅମୂଲ୍ୟ ଭାରତ ପ୍ରଭୃତି କ୍ଲିନିକ୍‌ରେ ଯାଞ୍ଚ କରାଯାଇଥିବା ଜଣାପଡ଼ିଛି। ତେବେ ଏହି ସଂସ୍ଥାଗୁଡ଼ିକ ବିରୋଧରେ ଥିବା ଅଭିଯୋଗ ଓ ଯାଞ୍ଚର ଅନ୍ତିମ ନିଷ୍କର୍ଷ ସମ୍ପୃକ୍ତ ବିଭାଗୀୟ ଯାଞ୍ଚ ପରେ ସ୍ପଷ୍ଟ ହେବ।

ଗୁଣପୁରରେ ବେଆଇନ୍ କ୍ଲିନିକ୍ ଓ ପାଥୋଲାବ୍‌ ଉପରେ ଉପଜିଲ୍ଲାପାଳଙ୍କ ଅଚାନକ ଚଢ଼ାଉ – ସମୀକ୍ଷା


ସିଡିଏମଓ ଓ ପୁଲିସକୁ ଅବଗତ:
ଯାଞ୍ଚ ପରେ ଉପଜିଲ୍ଲାପାଳ ଶ୍ରୀ ଅଭିଷେକ ଦିଲୀପ ଦୁଧାଲ କହିଥିଲେ ଯେ, ଉକ୍ତ ପାଥୋଲାବ୍‌ ଓ କ୍ଲିନିକ୍‌ଗୁଡ଼ିକର ବିଧିବଦ୍ଧ ଯାଞ୍ଚ ପାଇଁ ସିଡିଏମଓ, ଆଦର୍ଶ ଥାନା ଅଧିକାରୀ ଏବଂ ଜନସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଯାଇଛି।
ବେଆଇନ୍ ସ୍ୱାସ୍ଥ୍ୟସେବା ବିରୋଧରେ କଠୋର ପଦକ୍ଷେପ:
ଆଗାମୀ ଦିନରେ ବିନା ଆବଶ୍ୟକୀୟ ଅନୁମତି, ନଥିପତ୍ର କିମ୍ବା ନିୟମ ଉଲ୍ଲଂଘନ କରି ସ୍ୱାସ୍ଥ୍ୟସେବା ଚଳାଉଥିବା ସଂସ୍ଥା ବିରୋଧରେ ନିୟମାନୁଯାୟୀ କଠୋର ପଦକ୍ଷେପ ନିଆଯିବ ବୋଲି ଉପଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି। ଏପରିକି ଦୁଇ,ତିନୋଟି କ୍ଲିନିକ୍ ମଧ୍ୟ ସିଲ୍ ହୋଇଥିବା ନଜରକୁ ଆସିଛି। ଜନସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପ୍ରଶାସନର ଏହି ଅଚାନକ ଚଢ଼ାଉକୁ ସାଧାରଣରେ ସ୍ୱାଗତ କରାଯାଇଥିବା ବେଳେ, ସହରରେ ଚାଲୁଥିବା ଅନ୍ୟାନ୍ୟ କ୍ଲିନିକ୍‌, ପାଥୋଲାବ୍‌ ଓ ଔଷଧ ଦୋକାନଗୁଡ଼ିକରେ ମଧ୍ୟ ନିୟମିତ ଯାଞ୍ଚ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଶାଗୁଆନ ଜଙ୍ଗଲରେ ପତ୍ରଝଡ଼: ଅଜଣା ରୋଗ ନା କୀଟ ଆକ୍ରମଣ? ବଢୁଛି ଚିନ୍ତା