ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର:
ଭୁବନେଶ୍ୱର: ରାଜ୍ୟରେ IAS ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଦୁଇଟି ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇଛି। ଏହି କ୍ରମରେ ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳଙ୍କୁ ମଧ୍ୟ ବଦଳି କରାଯାଇଛି। ବୁଧବାର ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ୭ ଜଣ IAS ଅଧିକାରୀଙ୍କୁ ନୂଆ ଦାୟିତ୍ୱ ମିଳିଛି।
ନୂଆ ନିଯୁକ୍ତି ଓ ଦାୟିତ୍ୱ:

୧. ମହେଶ୍ୱର ସ୍ୱାଇଁ — ନବରଙ୍ଗପୁର ଜିଲ୍ଲାପାଳ ପଦରୁ ବଦଳି ହୋଇ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ନିଯୁକ୍ତ।
୨. ମଧୁସୂଦନ ଦାଶ — ନୂଆପଡ଼ା ଜିଲ୍ଲାପାଳ ପଦରୁ ବଦଳି ହୋଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ (GA & PG) ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ପାଇଛନ୍ତି।
୩. ଅନ୍ୟା ଦାଶ — ନବରଙ୍ଗପୁର ଜିଲ୍ଲାର ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତ।
୪. ମଧୁମିତା — ନୂଆପଡ଼ା ଜିଲ୍ଲାପାଳ ଭାବେ ନୂଆ ଦାୟିତ୍ୱ ପାଇଛନ୍ତି।
୫. ପ୍ରଦୀପ ନାୟକ — ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ।
୬. ଅସନୀ ଏ. ଏଲ. — ଭବାନୀପାଟଣା ଉପଜିଲ୍ଲାପାଳ ଭାବେ ନୂଆ ଦାୟିତ୍ୱ ପାଇଛନ୍ତି।
୭. କସ୍ତୁରୀ ସ’ — GA & PG ବିଭାଗର ଅନୁସଚିବ ଭାବେ ନିଯୁକ୍ତ ହୋଇଛନ୍ତି।
ଏହି ପ୍ରଶାସନିକ ଅଦଳବଦଳ ମାଧ୍ୟମରେ ଜିଲ୍ଲା ଓ ବିଭିନ୍ନ ବିଭାଗର ପ୍ରଶାସନିକ କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବା ଦିଗରେ ସରକାର ପଦକ୍ଷେପ ନେଇଛନ୍ତି।





