ମୋଜେଶ ରଇତ/ ଗଜପତି / ମୋହନା /ସମୀକ୍ଷା ନ୍ୟୁଜ:
ଗଜପତି ଜିଲ୍ଲା ମୋହନା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିଆଳିଲଟି ବିଦ୍ୟାଳୟ ପ୍ରାଙ୍ଗଣ ଠାରେ ଚୂଡ଼ଙ୍ଗପୁର କ୍ଲଷ୍ଟର ସ୍ତରୀୟ ସୁରଭି -୨୦୨୬ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଦୀପ ମଣ୍ଡଳଙ୍କ ସଭାପତିତ୍ୱରେ ସହକର୍ମୀ ଶିକ୍ଷକ ନରେନ୍ଦ୍ର କୁମାର ନାୟକଙ୍କ ସଂଯୋଜନାରେ ୭ ଗୋଟି ବିଦ୍ୟାଳୟ ର ଶିକ୍ଷକଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ସୁପରିଚାଳନା କରାଯଇଥିଲା I କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର Head clearck ସୁରେନ୍ଦ୍ର ମାହାଙ୍କୁଡ଼େ ଯୋଗ ଦେଇଥିବା ବେଳେ,ସମ୍ମାନୀୟ ଅତିଥି ଚୂଡ଼ଙ୍ଗପୁର ଗ୍ରାମପଞ୍ଚାୟତ ସରପଞ୍ଚ ସୁଶ୍ରୀ ସେବତି ଗମାଙ୍ଗ ଯୋଗଦେଇ କାର୍ଯ୍ୟକ୍ରମର ପ୍ରଦୀପ ପ୍ରଜ୍ଜୁଳ ଓ ମହାତ୍ମା ଗାନ୍ଧୀଙ୍କ ଫୋଟ ଛବିରେ ପୁଷ୍ପ ମାଳା ଦେଇ ଶୁଭ ଉଦଘାଟନ କରିଥିଲେ I

ଏଇ ଅବସରରେ ମୁଖ୍ୟ ଅଥିତି, ସମ୍ମାନୀୟ ଅତିଥି କ୍ଳଷ୍ଟର ସିଆର ସିସି ଯୋଯେଫ ମାଝୀ, ଗୋଷ୍ଠୀ ଶିକ୍ଷା କେନ୍ଦ୍ରର ଉପସ୍ଥିତ ସମସ୍ତ କର୍ମୀଙ୍କୁ ପୁଷ୍ପ ଗୋଚ ସ୍ୱାଗତ ଦେଇ ସଂମ୍ମାନିତ କରି ମଞ୍ଚାସିନ ହୋଇଥିଲେ I ଛାତ୍ର ଛାତ୍ରୀଙ୍କ ପାଖରେ ଅନ୍ତର୍ନିହିତ ଗୁଣ ଲୋକାହିତ ଭାବେ ଲୁଚି ରହିଥିଲା ତାହା ପଦାକୁ ଆଣିବା ପାଇଁ ୨୦୧୪ ମସିହାରେ ସୁରଭି କାର୍ଯ୍ୟ କ୍ରମ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇ ବର୍ତ୍ତମାନ ସୁଦ୍ଧା ପରିଚାଳିତ ହୋଇଥିବା ଏବଂ ଛୋଟ କୁନ୍ନି କୁନ୍ନି ପିଲାଙ୍କ କଳା ସଂକୃତି ପ୍ରଦର୍ଶନ କରିବା ମାଧ୍ୟମ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ ଗୋଷ୍ଠୀ ଶିକ୍ଷା କେନ୍ଦ୍ରର ବିଆରଟି ସୁମନ୍ତ ପ୍ରଧାନ I ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ,ଭାଷଣ, ସଂଗୀତ ବକୃତା ଦଳଗତ କଳା ନୃତ୍ୟୁ ପ୍ରତିଯୋଗିତାରେ ୭୦ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ ସେମାନଙ୍କ ମଧ୍ୟରୁ ୫୧ ଜଣ ପ୍ରତିଯୋଗିତାରେ ସଫଳିତ ହୋଇ ମାନ ପତ୍ର ଦେଇ ପୁରସ୍କୃତ ହୋଇଛନ୍ତି I ସରକାରୀ ପ୍ରାଥମିକ ବିଦ୍ୟାଳୟ ବଦାକୁଆ, ସରକାରୀ ସେବା ଆଶ୍ରମ ଚୁଡଙ୍ଗପୁର, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତୁମଙ୍ଗପଦର, ସରକାରୀ ପ୍ରାଥମିକ ବିଦ୍ୟାଳୟ କେଶରୀଗୁଡା, ଗୁମିଗୁଡା ମିଶନ ସ୍କୁଲ, ସରକାରୀ ପ୍ରାଥମିକ ବିଦ୍ୟାଳୟ ବେଶରିଗୁଡା ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିଆଳିଲଟି ଚୂଡ଼ଙ୍ଗପୁର କ୍ଲଷ୍ଟର ୭ ଗୋଟି ସ୍କୁଲ ରହିଛି ଏଇ ବିଦ୍ୟାଳୟର ସମସ୍ତ ଶିକ୍ଷକ ଆଗାମୀ ବ୍ଲକ ଓ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ସେମାନଙ୍କ ଅନୁଷ୍ଠାନର ଛାତ୍ର ଛାତ୍ରୀ ପ୍ରତିଯୋଗିତାରେ ଯୋଗ ଦେଇ ସଫଳୀକୃତ ହୋଇ ବ୍ଲକ ଓ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ପୁରସ୍କୃତ ହେବା ଆଶା ରହିଛି I ଉପସ୍ଥିତ ସମସ୍ତ ଗୋଷ୍ଠୀ ଶିକ୍ଷା କେନ୍ଦ୍ରର କର୍ମୀ କ୍ଲଷ୍ଟର ସିଆର ସିସିସହଯୋଗୀ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀ ଭଦ୍ରମଣ୍ଡଳୀ ସମ୍ମାନୀୟ ଅତିଥିଙ୍କୁ ସୁରଭି କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ ମିଳିଥିବାରୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ ଭଙ୍ଗ କରିଥିଲେ ସହକର୍ମୀ ଶିକ୍ଷକ ନରେନ୍ଦ୍ର ନାୟକ ଏଇ ସମସ୍ତ ସୂଚନା ଦେଇଛନ୍ତି ସ୍ଥାନୀୟ ପ୍ରଧାନ ଶିକ୍ଷକ ପ୍ରଦୀପ ମଣ୍ଡଳ I





